ବିଜେପି ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତି ମାନଙ୍କ ବିଶେଷ ବୈଠକ

bjppandaଆଜି ରାଜ୍ୟକାଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମାନନୀୟ ଶ୍ରୀ ବସନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ରାଜ୍ୟ ପଦାଧିକାରୀ ତଥା ନବ ନିର୍ବାଚିତ ସଭାପତିମାନଙ୍କର ଏକ ବିଷେଶ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଚଳିତମାସର ୭ ତାରିଖରେ ପାରାଦ୍ୱୀପର ଆଇ.ଓ.ସି.ଏଲର ଲୋକାପଣ ଉସôବ ଏବଂ ୨୧ ତାରିଖରେ ବିଜେପି ଦ୍ୱାରା ଆୟୋଜିତ ଚାଷି ସମାବେଶରେ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଭଳି ଭାବରେ ବିପୁଳ ସମର୍ଥନ ମିଳିଥିଲା ସେଥିପାଇଁ ସମସ୍ତ ଜିଲ୍ଲା ସଭାପତିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କର ଉପକୁଳ ଓଡିଶା ଗସ୍ତ ଏବଂ ପଶ୍ଚିମ ଓଡିଶାର ଚାଷି ସମାବେଶ ଓଡିଶା ଯୁବ ଏବଂ ଚାଷିମାନଙ୍କ ମଧ୍ୟରେ ଗଭୀର ଉସ୍ôାହ ଏବଂ ଆମ୍ôବିଶ୍ୱାସ ସ୍ଟୃଷ୍ଟି କରିପାରିଛି । ଓଡିଶାର ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗଦାନ କରିଥିବାରୁ ସଭାପତି ଓଡିଶା ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଏହି ବୈଠକରେ ରାଜ୍ୟ ସଂପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା ସହ ଜିଲ୍ଲା ସଭାପତିମାନେ ସେମାନଙ୍କ ଜିଲ୍ଲାରେ ଥିବା ବିଭିନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଏହି ଆଲୋଚନାରେ ଆଗାମି ଦିନମାନଙ୍କରେ ଜିଲ୍ଲାଗୁଡିକରେ ଥିବା ରାସନ କାର୍ଡ ବଣ୍ଟନରେ ଅନିୟମିତତା , ଡାକ୍ତାରଖାନାମାନଙ୍କରେ ଥିବା ଅନେକ ସମସ୍ୟା, ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଏବଂ ଭତ୍ତା ବଣ୍ଟନରେ ଥିବା ସମସ୍ୟାର ସମାଧାନ କରି ସାଧାରଣ ଜନାତାଙ୍କୁ ନ୍ୟାୟ ପ୍ରଦାନ କରିବା ନେଇ ଆଲୋଚନା ହୋଇଥିଲା । ସ୍ଥାନୀୟ ସମିତିଠାରୁ ଆରମ୍ଭକରି ମଣ୍ଡଳ ଏବଂ ଜିଲ୍ଲା ପର୍ଯ୍ୟନ୍ତ ସଙ୍ଗଠନର ସଂରଚନାକୁ ସମର୍ଥନ କରିବାପାଇଁ ନିଷ୍ପତି ନିଆଯାଇଥିଲା । ରାଜ୍ୟ ସଭାପତି, ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁଙ୍କୁ ଆଜି ଲୋକସଭାରେ ଉପସ୍ଥାପିତ ହୋଇଥିବା ରେଳ ବଜେଟ୍ ରେ ଓଡିଶାକୁ ପ୍ରାଧାନ୍ୟ ଦେଇ ରେଳ ଭଡା ନବଢାଇ ଯାତ୍ରିମାନଙ୍କ ସମସ୍ତ ସୁଖ ଓ ସୁବିଧା ଉପରେ ପ୍ରାଧାନ ଦେଇଛନ୍ତି । ଏହି ବଜେଟରେ ମହିଳା ଏବଂ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ରେଳବାଇକୁ ଲୋକାଭିମୁଖି କରିବା ସହିତ ଓଡିଶାକୁ ଯେଉଁଭଳି ଭାବରେ ବ୍ୟାପକ ଅର୍ଥ ବରାଦ କରିଥିବାରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।
ଏହି ବୈଠକରେ ବିଜେପିର ବରିଷ୍ଠ ନେତା ବିଶ୍ୱଭୁଷଣ ହରିଚନ୍ଦନ, ସଂଗଠନ ସଂପାଦକ ଶ୍ରୀପ୍ରସନ୍ନ ମିଶ୍ର ଓ ଶାରଦାପ୍ରସାଦ ସତପଥୀ, ଫ୍ରମୁଖ ସମସ୍ତ ପଦାଧିକାରୀ ଯୋଗ ଦେଇଥିଲେ ।

Share in top social networks!