ନବରତ୍ନ ସରକାରୀ ଉଦ୍ୟୋଗ ତଥା ଆଲୁମିନା ଓ ଆଲୁମିନିୟମ୍ ଉତ୍ପାଦନ ତଥା ରପ୍ତାନୀ କ୍ଷେତ୍ରରେ ଭାରତର ଅଗ୍ରଣୀ ସଂସ୍ଥା ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ), ୨୦୧୩-୧୪ ବର୍ଷ ପାଇଁ ବୃହତ୍ ଉଦ୍ୟୋଗ ବର୍ଗରେ ଶ୍ରେଷ୍ଠ ରପ୍ତାନୀକାରୀ ଭାବେ ଇଇପିସି (ଇଞ୍ଜିନିଅରିଂ ଏକ୍ସପୋର୍ଟ୍ ପ୍ରମୋସନ୍ କାଉନ୍ସିଲ୍, ପୂର୍ବାଞ୍ଚଳ) ପକ୍ଷରୁ ସ୍ୱର୍ଣ୍ଣ ଟ୍ରଫୀ ହାସଲ କରିଛି ।
ଫେବୃୟାରୀ ୨୩ ତାରିଖରେ କୋଲକାତା ଠାରେ ଇଇପିସି ଇଣ୍ଡିଆ (ପୂର୍ବାଞ୍ଚଳ) ପକ୍ଷରୁ ଆୟୋଜିତ ୨୦୧୩-୧୪ ବର୍ଷ ପାଇଁ ରପ୍ତାନୀ ଉକôର୍ଷ ପୁରସ୍କାର ବିତରଣ ଉସôବରେ କମ୍ପାନୀ ପକ୍ଷରୁ, ଆଞ୍ଚଳିକ ପ୍ରବନ୍ଧକ (ପୂର୍ବାଞ୍ଚଳ) ଶ୍ରୀ ଏନ୍. ପାଣ୍ଡବ, ପଶ୍ଚିମବଙ୍ଗର ମାନ୍ୟବର ରାଜ୍ୟପାଳ ଶ୍ରୀ କେଶରୀ ନାଥ ତ୍ରିପାଠୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ଏହି ଉପଲବ୍ଧି ସମ୍ପର୍କରେ ମତବ୍ୟକ୍ତ କରି ନାଲ୍କୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ ନାଲ୍କୋକୁ ଦେଶର ଅନ୍ୟତମ ସର୍ବାଧିକ ବୈଦେଶିକ ମୂଦ୍ରା ଅର୍ଜ୍ଜନକାରୀ କେନ୍ଦ୍ରୀୟ ଲୋକଉଦ୍ୟୋଗ ଭାବେ ବର୍ଣ୍ଣନା କରିଛନ୍ତି ଏବଂ କ୍ରମାଗତ ଭାବେ ରପ୍ତାନୀ କ୍ଷେତ୍ରରେ ସଫଳତାର ଧାରା ଅବ୍ୟାହତ ରଖିଥିବାରୁ ନାଲ୍କୋ ସମୂଦାୟକୁ ଅଭିନନ୍ଦନ ଜଣାଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ନାଲ୍କୋକୁ ପ୍ରିମିୟର୍ ଟ୍ରେଡିଂ ହାଉସ୍ ମାନ୍ୟତା ମିଳିଥିବା ବେଳେ ନିଜର ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଉତ୍ପାଦ ନିମନ୍ତେ ପ୍ରଥମ ଭାରତୀୟ ଆଲୁମିନିୟମ୍ କମ୍ପାନୀ ଭାବେ ଏହା ଲଣ୍ଡନ୍ ମେଟାଲ୍ ଏକ୍ସଚେଞ୍ଜ୍ରେ ପଞ୍ଜୀକୃତ ହୋଇଛି ।