ଏମ୍ଏସ୍ଏମ୍ଇ ବିଭାଗ ପକ୍ଷରୁ ଉଦ୍ୟୋଗୀ ସପ୍ତାହ ସହ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପରିପ୍ରେକ୍ଷୀରେ ବର୍ଷତମାମ କାର୍ଯ୍ୟକ୍ରମ ପାଳନ କରାଯିବା ପାଇଁ ନିଷ୍ପତ୍ତି

ପ୍ରତି ବର୍ଷ ମହାନ ରାଜନେତା, ସ୍ୱାଭିମାନୀ ଓଡ଼ିଶା ମାଟିର ପ୍ରିୟ ସୁପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନଠାରୁ ୭ ଦିନ ବ୍ୟାପୀ ଉଦ୍ୟୋଗୀ ସପ୍ତାହ ପାଳନ କରାଯାଏା ଏ ବର୍ଷ ଏହି ଯୋଗଜନ୍ମା ମହାପୁରୁଷଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମକୁ ସପ୍ତାହ ମଧ୍ୟରେ ସୀମିତ ନ ରଖ# ବର୍ଷତମାମ ପାଳନ କରାଯିବ ବୋଲି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛିା

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଭୁବନେଶ୍ୱର, ଜୟପୁର, ସମ୍ବଲପୁର, ଭବାନୀପାଟଣା, ଫୁଲବାଣୀଠାରେ ଶିଳ୍ପୋଦ୍ୟୋଗୀ ଓ ନୂତନ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହେବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଗଗନ ବିହାରୀ ଧଳ ସୂଚନା ଦେଇଥ#ଲୋ ଜିଲ୍ଲାମାନଙ୍କରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନେ ସମ୍ମିଳନୀ, କର୍ମଶାଳା, ଆଲୋଚନା ଚକ୍ର, ସଚେତନତା ଶିବିର, ବ୍ୟାଙ୍କ ଋଣ ତଥା ପୁଞ୍ଜିନିବେଶ ପାଇଁ ଫାସିଲିଟେସନ୍ ଆଦି ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ବର୍ଷସାରା ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ବୈଷୟିକ ଶିକ୍ଷା ଅନୁଷ୍ଠାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ଯୁବକଯୁବତୀମାନଙ୍କୁ ନୂତନ ଉଦ୍ୟୋଗ ସ୍ଥାପନ ପାଇଁ ଥ#ବା ସରକାରୀ ଯୋଜନା, ପ୍ରୋତ୍ସାହନ, ରିହାତି, ଶିଳ୍ପନୀତି-୨୦୧୫, ଏମ୍ଏସ୍ଏମ୍ଇ ପଲିସି-୨୦୧୩, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ନୀତି, କଞ୍ଚାମାଲର ଉପଲବ୍ଧି, ବଜାର ସୁବିଧା, ରପ୍ତାନୀ ସୁଯୋଗ, ଶିଳ୍ପପୁଞ୍ଜ ଗଠନ, ପ୍ରଶିକ୍ଷଣ ସୁବିଧା ଆଦି ସମ୍ବନ୍ଧରେ ଅବଗତ କରାଯିବା

ଆଜିର ବୈଠକରେ ଏ ନିମନ୍ତେ ଚୂଡାନ୍ତ ତାଲିକା ଓ କାର୍ଯ୍ୟଖସଡା ପ୍ରସ୍ତୁତ କରିବା ପାଇଁ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନର ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ, ଶିଳ୍ପ ନିର୍ଦ୍ଦେଶକ, ରପ୍ତାନୀ ବିକାଶ ଓ ବିପଣନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଏମ୍ଏସ୍ଏମ୍ଇର ଶିଳ୍ପ ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ଏମ୍ଏସ୍ଏମ୍ଇ ସଂଘକୁ ନେଇ ଏକ କମିଟି ଗଠିତ ହୋଇଛିା

ଆସନ୍ତା ୩ ତାରିଖ ଦିନ ସମସ୍ତ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସଫଳ ରୂପେ ସମ୍ପାଦନ କରିବା ପାଇଁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅବଗତ କରାଯିବା

Share in top social networks!