ଭୁବନେଶ୍ୱରରେ ରୟାଲ୍ ଷ୍ଟାଗ୍ ବାରେଲ୍ରେ ସୁଫି ସଙ୍ଗୀତ ପରିବେଷଣ କରିବେ ହର୍ଷଦୀପ୍ କୌର

12705664_964744593590712_7701312723163261189_nରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ ଏମଟିଭି ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଏହାର ୫ମ ସିଜିନ୍ରେ ଲୋକପ୍ରିୟ ସୁଫି ସିଙ୍ଗର୍ ହର୍ଷଦୀପ୍ କୌର ସଙ୍ଗୀତ ପରିବେଷଣ କରିବେ । ବିଗତ ଦିନରେ ହର୍ଷଦୀପ୍ କୌର ନାଗପୁର, ଗୋଆ, କୋଲକତା, ମୁମ୍ବାଇ, ଇନେ୍ଦାର, ଗୁରୁଗାଓଁ ଏବଂ ବାରାଣସୀ ପ୍ରଭୃତି ସହର ପରେ ଏବେ ଭୁବନେଶ୍ୱରରେ ଧମାକାଦାର୍ ସୁଫି ସଙ୍ଗୀତର ଝଲକ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ବିଶେଷ ଆମୋଦିତ କରିବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମ ଭାରତର ପ୍ରତିଭା ସମ୍ପନ୍ନ କଳାକାରଙ୍କୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
ହର୍ଷଦୀପ୍ କୌର ପ୍ରଚ୍ଛଦପଟ ଗାୟିକା ଭାବରେ ବିଶେଷ ଖ୍ୟାତି ହାସଲ କରିଥିବାବେଳେ ତାଙ୍କର ‘କବିରା’, ‘ଲୁନିହାସି’, ‘କତିଆକରୁଁ ’, ‘ଚାନ୍ଦ କି କଟୋରୀ’, ‘ବାରୀ ବାରସୀ’, ‘ହୀର୍’ ପ୍ରଭୃତି ସୁଫି ସଙ୍ଗୀତ ଲୋକପ୍ରିୟତାର ଶୀର୍ଷରେ ରହିଛି ।
ରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ୍ ଏମଟିଭି ଏପରି ଏକ ଅନନ୍ୟ କ୍ଷେତ୍ର ଯାହାକି ମନୋରଞ୍ଜନ ଶିଳ୍ପର ପ୍ରତିଭା ସମ୍ପନ୍ନ କଳାକାରଙ୍କୁ ଳୋକଲୋଚନକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି କାର୍ଯ୍ୟକ୍ରମ ମାଧ୍ୟମରୋ ବିଗତ ଦିନରେ ଜିତ୍ ଗାଙ୍ଗୁଲୀ, ସୁଖୱିନ୍ଦର ସିଂହ, ହରିହରନ୍, ଆୟୁଷମାନ ଖୁରାନା, ପପୁନ୍, ସିଦ୍ଧାର୍ଥ ମହାଦେବନ୍ ଏବଂ ସ୍ୱାରର୍ଥମା ପ୍ରଭୃତି ଭାରତୀୟ କଳାକାର ଲୋକଲୋଚନକୁ ଆସି ସେମାନଙ୍କର ସଙ୍ଗୀତର ଝଲକରେ ଦର୍ଶକଙ୍କୁ ବିମୋହିତ କରିପାରିଛନ୍ତି । ରୟାଲ ଷ୍ଟାଗ୍ର ୫ମ ସିଜିନ୍ “ମେକ୍ ଇଟ୍ ପରଫେକ୍ଟ” ଏହାର ପ୍ରଶସଂକଙ୍କୁ ପୁଣି ଏକ ଆକର୍ଷଣୀୟ ସଙ୍ଗୀତ ସନ୍ଧ୍ୟା ଉପଲବ୍ଧ କରାଇବାର ନିଶ୍ଚିତ ପ୍ରତିଶୃତି ଦେଉଛି ।

ସୂଚନା ଯୋଗ୍ୟ ଯେ, ରୟାଲ ଷ୍ଟାଗ୍ ବାରେଲ୍ ସିଲେକ୍ଟ୍ ରୟାଲ୍ ଷ୍ଟାଗ୍ର ଏକ ପ୍ରିମିୟମ୍ ଉ୍ପାଦ । ଏହାର ସ୍ୱାଦ ଗ୍ରାହକଙ୍କୁ ବିଶେଷ ଆମୋଦିତ କରିଥାଏ । ଜୀବନରେ ସଫଳତାର ମୂହୂର୍ତ୍ତରେ ରୟାଲ୍ ଷ୍ଟାଗ୍ ସ୍ମୃତିର ଫର୍ଦ୍ଦ ଯୋଡିଥାଏ । ସେହିପରି ଏମଟିଭି ବିଶ୍ୱର ପ୍ରିମିୟର ଯୁବବର୍ଗଙ୍କ ଉପଯୋଗୀ ଏକ ବ୍ରାଣ୍ଡ୍ ଯାହାକି ବିଭିନ୍ନ ମୁ୍ୟଜିକ୍ ସହିତ ପପ୍ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାଏ । ଏହାର ୩୨ଟି ବର୍ଗର ଅନନ୍ୟ ଉତ୍ପାଦ ରହିଛି । ଏହାର ଖ୍ୟାତି ସମ୍ପନ୍ନ ଉତ୍ପାଦ ମଧ୍ୟରେ ଏମଟିଭି ଲାଇଭ୍ ବିଜନେସ୍, ଏମଟିଭି ଭିଡିଓ ମୁ୍ୟଜିକ୍ ଆୱାର୍ଡ, ଏମଟିଭି ବଲିଲ୍ୟାଣ୍ଡ୍, ଏମଟିଭି ରାଓଡିଜ୍, କୋକ୍ ଷ୍ଟୁଡିଓ ଏମଟିଭି, ଏମଟିଭି ଅନପ୍ଲଗଡ୍, ଏମଟିଭି ରକ୍ ଦି ଭୋଟ୍, ଏମଟିଭି କେସି ଏ ଆରିୟାଁ ପ୍ରଭୃତି ଯୁବବର୍ଗଙ୍କୁ ଆମୋଦିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

Share in top social networks!