ପ୍ରଭୂ ଲିଙ୍ଗରାଜଙ୍କ ଜମିକୁ ଭୋଗ କରୁଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ : ବିଜେପି

bjpgen୧୯୯୨ ମସିହାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଚଂଚକତା କରି ପ୍ରଭୁ ଲିଙ୍ଗରାଜଙ୍କ ଜମିକୁ ନିଜ ଧର୍ମପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ନାମରେ କରାଇ ନେଇଥିଲେ । ସେହି ଜମିରୁ ୧୦୦ ଡେସିମିଲ ଜମି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ତାଙ୍କ ପୁତ୍ର ନବୀନ ପଟ୍ଟନାୟକଙ୍କ ନାମରେ ରହିଛି । ମାତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡିଶାବାସୀଙ୍କୁ ଭୁଁଆ ବୁଲାଇବା ଉଦ୍ୟେଶରେ ତାରା ଦତ୍ତଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କରି ୧୯୯୫ ମସିହା ପରବର୍ତ୍ତି ଜମି ଦୁର୍ନୀତିକୁ ତଦନ୍ତ ପରିସରଭୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ କ୍ଷମତାର ଦୁରୁପଯୋଗ କରି ପ୍ରଭୁ ଲିଙ୍ଗରାଜଙ୍କ ଜମି ଲୁଟ କରିଥିବାର ପ୍ରମାଣ ମିଳିବା ପରେ ନୈତିକତା ଦୃଷ୍ଟିରୁ ସେ ତାଙ୍କ ପଦରୁ ଇସ୍ତଫା ଦେବା ସହ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ବିଜେପି ଦାବି କରିଛି । ସ୍ୱଚ୍ଛ ଭାବମୂର୍ତ୍ତି ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀଙ୍କ ନାମ ଜମି ଦୁର୍ନୀତି ମାମଲାରେ ସାମ୍ନାକୁ ଆସିବା ଅତି ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ସରକାରୀ ନିୟମ ଅନୁଯାୟୀ ଭୁବନେଶ୍ୱରରେ ଜଣଙ୍କ ନାମରେ ଗୋଟିଏ ବାସସ୍ଥାନ / ବାସୋପଯୋଗୀ ସ୍ଥାନ ଥିଲେ ତାଙ୍କ ନାମରେ ଆଉ ଗୋଟିଏ ସ୍ଥାନ ଆବଣ୍ଟନ କରାଯାଇ ପାରିବ ନାହିଁ । ମାତ୍ର କେଉଁ ଆଇନ୍ ବଳରେ ଆଉ ଗୋଟିଏ ପ୍ଲଟ୍ ବିଜୁ ପଟ୍ଟନାୟକଙ୍କ ପତ୍ନୀ ଞାନ ପଟ୍ଟନାୟକଙ୍କୁ ଆବଣ୍ଟିତ କରାଯାଇ ୨୦୦୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନାମରେ ପଟ୍ଟା କରାଇ ନେଲେ? ପ୍ରଥମେ ସିଏଜିଙ୍କ ରିପୋଟର୍୍ ଏବଂ ପରବର୍ତ୍ତି ସମୟରେ ଟାସ୍କ ଫୋର୍ସ ତଦନ୍ତ ରିପୋଟର୍୍ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ପ୍ରଭାବଶାଳୀ ନେତାଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ । ପ୍ରକାଶଥାଉକି, ଶ୍ରୀମତୀ ବିଜୟଶ୍ରୀ ରାଉତରାୟ ହଡପ କରିଥିବା ସରକାରୀ ଜମିକୁ ଫେରାଇ ଆଣି ନଥିବା ବେଳେ ଅପରପକ୍ଷରେ ଡ.ସୁଶୀଲ ପୃଷ୍ଟିଙ୍କ ଠାରୁ ଜମି ଫେରାଇ ଆଣିଲେ । ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ, ମୁଖ୍ୟମନ୍ତ୍ରୀ ତଥା ତାଙ୍କ ସରକାର ପ୍ରତ୍ୟକ୍ଷଭାବେ ଜମି ହଡପକାରୀଙ୍କୁ ପ୍ରୋସôାହିତ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ଲିଙ୍ଗରାଜଙ୍କ ମଠରେ ୬୦ କୋଟି ଟଙ୍କାର ଜମି ଦୁର୍ନୀତି ରାଜ୍ୟ ସରକାରଙ୍କ ଜ୍ଞାତସାରରେ ହୋଇଛି । ବିଜେଡି ଦଳ ବିଜୁ ବାବୁଙ୍କ ଶତବାର୍ଷିକୀ ଉସôବର ଆୟୋଜନ କରୁଥିବା ସମୟରେ ଏପରି ଘଟଣା ଆଗକୁ ଆସିବା ଅତ୍ୟନ୍ତ ଦୁଖଃର ବିଷୟ ବୋଲି ଶ୍ରୀ ଶର୍ମା କହିଛନ୍ତି । ଏହି ସରକାର ସଂପୁର୍ଣ୍ଣ ଭାବେ ବିଭିନ୍ନ ଦୁର୍ନୀତିରେ ପୋତି ହୋଇଯାଇଛନ୍ତି । ଓଡିଶାବାସୀଙ୍କ ସହ ଏହି ସରକାର ବିଶ୍ୱାସଘାତକତା କରି ଚାଲିଛନ୍ତି । ତେବେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦ୍ୱାରା ହୋଇଥିବା ସେହି ଜମି ଦୁର୍ନୀତିରେ ଲିଙ୍ଗରାଜଙ୍କ ଜମି ଫେରାଇ ଏବେ ମୁଖ୍ୟମନ୍ତ୍ରୀ ଉଦାହରଣ ସୃଷ୍ଟି କରିବା ଉଚିତ୍ ବୋଲି ବିଜେପି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।

Share in top social networks!