ଶାନ୍ତି ଶୃଙ୍ଖଳା ସହ ମାଟ୍ରିକ୍ ପରୀକ୍ଷା ପରିଚାଳନା ଦିଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱାରୋପ

devimishraଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୬ ମାଟି୍ରକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ଚଳିତ ବର୍ଷ ରାଜ୍ୟର ୨୮୮୨ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୬ ଲକ୍ଷ ୧ ହଜାର ୩୪୮ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଉଛନ୍ତି । ଏଥ#ପାଇଁ ୩୦୫ଟି ନୋଡ଼ାଲ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଯାଇ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । ପ୍ରଥମ ଦିନ ପ୍ରଥମ ଭାଷା ପରୀକ୍ଷା ଅନୁଷ୍ଠିତ ହେଉଛି ।

ପରୀକ୍ଷା ନିର୍ଦ୍ଧାରିତ ସମୟ ସକାଳ ୯ଟାରୁ ଆରମ୍ଭ ହୋଇଥ#ଲା । ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ପିଲା ପରୀକ୍ଷା ଦେଉଥ#ବାରୁ ପରୀକ୍ଷା ପରିଚାଳନା କାର୍ଯ୍ୟରେ ପ୍ରାୟ ୩୫ ହଜାର ଶିକ୍ଷକ ତଥା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ପରୀକ୍ଷାରେ କପି ରୋକିବା ପାଇଁ ତି୍ରସ୍ତରୀୟ ସ୍କ୍ୱାଡ଼୍ ଗଠନ କରାଯାଇଛି ।ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୩୪ଟି କେନ୍ଦ୍ରୀୟ ସ୍କ୍ୱାଡ଼ ସହ ବିଭିନ୍ନ ଜିଲ୍ଲା ଶିକ୍ଷା ଅଧ#କାରୀଙ୍କ ତତ୍ତ୍ୱାବଧାନରେ ୫୬ଟି ଜିଲ୍ଲାସ୍ତରୀୟ ସ୍କ୍ୱାଡ଼ ଗଠନ କରାଯାଇଛି । ପରିଷଦ ନିୟନ୍ତ୍ରଣରେ ତୃତୀୟ ସ୍କ୍ୱାଡ଼ ରହିଛି । ପରିଷଦ ପକ୍ଷରୁ ଗଠିତ ସ୍ପେଶାଲ ସ୍କ୍ୱାଡ଼ରେ ୫୦ ଜଣ ସଦସ୍ୟ ରହିଛନ୍ତି । ଏମାନେ ୩୦ ଜିଲ୍ଲା ତଦାରଖ କରିବେ ।

ଆଜି ସକାଳେ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରୟୁନିଟ୍-୩ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପରିଦର୍ଶନରେ ଯାଇ ପରୀକ୍ଷା କେନ୍ଦ୍ର ବୁଲି ଦେଖିଥ#ଲେ । ସେଠାରେ ୫ଟି ସ୍କୁଲର ୩୯୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ପରେ ମନ୍ତ୍ରୀ କିସ୍ ସ୍କୁଲ ପରିଦର୍ଶନରେ ଯାଇଥ#ଲେ ସେଠାରେ ସବୁଠାରୁ ଅଧ#କ ୧୩୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୧୨୨ଟି ସେଣ୍ଟରରେ ୩୧,୦୭୯ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଉଛନ୍ତି ।
ପରେ କଟକ ଯାଇ ମନ୍ତ୍ରୀ ଶ୍ରୀ ମିଶ୍ର ରେଭେନ୍ସା କଲେଜିଏଟ ସ୍କୁଲ ଓ ବୋର୍ଡ଼ ହାଇସ୍କୁଲ ପରିସରରେ ଅନୁଷ୍ଠିତ ପରୀକ୍ଷା ପରିଚାଳନା ପରିଦର୍ଶନ କରିଥ#ଲେ । ମାଧ୍ୟମିକ ବୋର୍ଡ଼ କାର୍ଯ୍ୟାଳୟଠାରେ ପରୀକ୍ଷା କଣ୍ଟ୍ରୋଲ ରୁମ୍ ବୁଲି ଦେଖିବା ସହ ସାରା ରାଜ୍ୟର ପରୀକ୍ଷା ପାଇଁ ପ୍ରସ୍ତୁତି ସମ୍ପର୍କରେ ଅବଗତ ହୋଇଥ#ଲେ । ଏହି ଅବସରରେ ମନ୍ତ୍ରୀ ବୋର୍ଡ଼ର ସଭାପତି ପ୍ରଫେସର ଦକ୍ଷ ପ୍ରସାଦ ନନ୍ଦ ଓ ପରୀକ୍ଷା ନିୟନ୍ତ୍ରକ ଡ଼.ନିହାର ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥ#ଲେ ।

ମନ୍ତ୍ରୀ ଶ୍ରୀ ମିଶ୍ର ଯାଜପୁର ଜିଲ୍ଲା ଗସ୍ତରେ ଯାଇ ଛତିଆ ହାଇସ୍କୁଲ ଓ ବଡ଼ଚଣା ନୋଡ଼ାଲ ସେଣ୍ଟର ପରୀକ୍ଷା ପରିଚାଳନା ବୁଲି ଦେଖିଥ#ଲେ । ପରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥ#ଲେ ଓ ଏହି ଅବସରରେ ସମସ୍ତ ଜିଲ୍ଳାର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧ#କ୍ଷକ, ବି.ଇ.ଓ., ଡ଼ି.ଇ.ଓ.ମାନଙ୍କ ସହଶାନ୍ତି ଶୃଙ୍ଖଳାର ସହ କିପରି ପରୀକ୍ଷା ପରିଚାଳନା ହେବ ସେସମ୍ପର୍କରେ ଆଲୋଚନା କରିଥ#ଲେ ।

Share in top social networks!