ପୂର୍ବୋତ୍ତର ଭାରତର ସ୍ଥିତି ଉପରେ ସ୍ତମ୍ଭ ଲେଖକ ସମ୍ମିଳନୀ, ଓଡିଶାରୁ ଭାଗନେଲେ ୭ ଜଣ ପ୍ରତିନିଧି

ପୂର୍ବୋତ୍ତର ଭାରତର ସ୍ଥିତି ଉପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାର ବିଭାଗ ତରଫରୁ ପୂର୍ବୋତ୍ତର ରାଜ୍ୟର ସ୍ତମ୍ଭ ଲେଖକ ମାନଙ୍କୁ ନେଇ ଏକ ତିନି ଦିନିଆ ସ୍ତମ୍ଭ ଲେଖକ ସମ୍ମିଳନୀ ଗୌହାଟିର ଯୁବ ବିକାଶ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ର,ଶନି ଓ ରବିବାର ତିନି ଦିନ ଅନୁଷ୍ଠିତ ଏହି ସମ୍ମିଳନୀରେ ଆରଏସ୍ଏସ୍ର ସହସରକାର୍ଯ୍ୟବାହ ଡକ୍ଟର କୃଷ୍ଣଗୋପାଳ ଶର୍ମା, ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଡକ୍ଟର ମନମୋହନ ବୈଦ୍ୟ, ଅଖିଳ ଭାରତୀୟ ସହପ୍ରଚାର ପ୍ରମୁଖ ନନ୍ଦ କୁମାରଏବଂ ଅଖିଳ ଭାରତୀୟ ସହ ସଂପର୍କ ପ୍ରମୁଖ ଅରୁଣ କୁମାର ପୂର୍ଣ୍ଣ ସମୟ ଧରି ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଶର ପୁର୍ବୋତ୍ତର ରାଜ୍ୟମାନଙ୍କରୁ ଶତାଧିକ ସ୍ତମ୍ଭ ଲେଖକ ଭାଗ ନେଇଥିବା ବେଳେ ଓଡିଶାରୁ ଉପସ୍ଥିତ ଥିଲେ ଭୂବନେଶ୍ୱରର ଅଧ୍ୟାପକ ନିରଂଜନ ପାଢୀ ଓ ପଂଚାନନ ଅଗ୍ରୱାଲା, ଖୋର୍ଦ୍ଧାର ଡକ୍ଟର ଧିରେନ୍ଦ୍ର ନନ୍ଦ, ବାଲେଶ୍ୱରର ଅଶ୍ୱିନୀ କୁମାର ଶତପଥି ଓ ଉପେନ୍ଦ୍ର ବିଶ୍ୱାଳ, କେନ୍ଦ୍ରାପଡାର ଗୋଲଖ ଚନ୍ଦ୍ର ଦାସ ଏବଂ କଟକର ଦୀପକ ମହାନ୍ତ । ଦେଶର ପୂର୍ବୋତ୍ତର ରାଜ୍ୟଗୁଡିକର ବିଭିନ୍ନ ସାମାଜିକ ତଥା ଅର୍ଥନୈତିକ ସ୍ଥିତି ଓ ଏହାର ବିକାଶର ମାର୍ଗ ସହିତ ରାଜ୍ୟ ଗୁଡିକର ସୁରକ୍ଷା ଏବଂ ଦେଶର ସୀମା ସୁରକ୍ଷା ତଥା ଦୃଷ୍ଟିରୁ ୧୫ଟି ସତ୍ରରେ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା ପ୍ରମୁଖ ବିଶେଷଜ୍ଞ ମାନେ ସେମାନଙ୍କର ଷ୍ପଷ୍ଟ ମତ ରଖିଥିଲେ ।
ବିଶେଷଜ୍ଞ ମାନଙ୍କ ମତରେ ଭାରତର ପୂର୍ବ-ଉତ୍ତର ରାଜ୍ୟ ମାନଙ୍କର ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଏହି ଅଂଚଳର ବିଭିନ୍ନ ରାଜ୍ୟ ମାନଙ୍କର ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିଚାଲିଥିବାରୁ ରାଜ୍ୟ ଗୁଡିକର ସାମାଜିକ ତଥା ଅର୍ଥନୈତିକ ସ୍ଥିତି ଭୁଷୁଡି ଗଲାଣି । ସେହି ସବୁ ରାଜ୍ୟର କେତେଗୁଡିଏ ଜିଲ୍ଲାରେ ଅନୁପ୍ରବେଶକାରୀ ମାନଙ୍କ ସଂଖ୍ୟା ଏମିତି ବଢିବାରେ ଲାଗିଛି ଯେ ସେସବୁ ଜିଲ୍ଲାରେ ବର୍ତ୍ତମାନ ହିନ୍ଦୁମାନେ ସଂଖ୍ୟା ଲଘୁ ହୋଇଗଲେଣି, ଯାହାକି ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି । ସେହିପରି କେତେକ ରାଜ୍ୟରେ ବିଦେଶୀମାନଙ୍କ କୁଚକ୍ରାନ୍ତରେ ଧର୍ମାନ୍ତରୀକରଣ ବ୍ୟବସ୍ଥା ଉକôଟ ରୂପ ନେଇଛି । ଯାହାଦ୍ୱାରା ମିଜୋରାମ, ନାଗାଲାଣ୍ଡ ଆଦି ରାଜ୍ୟରେ ହିନ୍ଦୁମାନଙ୍କ ସଂଖ୍ୟା ବିଲୋପ ହେଲାଣି । ଏହି କାରଣରୁ ଆଜି ଆମ ଦେଶର କିଛି ସଂଖ୍ୟା ଲଘୁ ଗୋଷ୍ଠି ଦେଶରୁ ବିଚ୍ଛିନ୍ନ ହେବା ପାଇଁ ଧମକ ଦେଲେଣି । କେତେକ ଗୋଷ୍ଠି ଗ୍ରେଟର ନାଗାଲାଣ୍ଡ ଗଠନ ପାଇଁ ମାତିଛନ୍ତି । ଚିନ୍ ମଧ୍ୟ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦୀର୍ଘ ଦିନ ହେଲା ଦୃଢ ଦାବି କରି ଆସୁଛି । ଏଭଳି ସ୍ଥିତିରେ ଦେଶର କେନ୍ଦ୍ର ସରକାର ସେ ସବୁ ଅଂଚଳରେ ଯେତେ ସୁବିଧା ସୁଯୋଗ ଦେଲେ ମଧ୍ୟ ସେଠାର ଅଧିବାସୀ ମାନଙ୍କର ସେଭଳି କିଛି ଉନ୍ନତି ପରିଲକ୍ଷିତ ହେଉନାହିଁ ।

Share in top social networks!