ଜାତୀୟ ହସ୍ତତନ୍ତ ମେଳାରେ ବିକି୍ରବଟା ୨କୋଟି ୬୦ ଲକ୍ଷ ଛୁଇଁଲା

ଓଡ଼ିଶା ସମେତ ଭାରତର ବିଭିନ୍ନ ପ୍ରଦେଶର ପାରମ୍ପରିକ ହସ୍ତତନ୍ତର ବିଶାଳ ସମ୍ଭାରକୁ ନେଇ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହୋଇଥ#ବା ଜାତୀୟ ହସ୍ତତନ୍ତ ମେଳାରେ ବର୍ତ୍ତମାନ ସୁଦ୍ଧା ବ୍ୟବସାୟ ପ୍ରାୟ ୨ କୋଟି ୬୦ ଲକ୍ଷକୁ ଛୁଇଁଛିା ତନ୍ମଧ୍ୟରୁ ଓଡ଼ିଶା ହସ୍ତତନ୍ତର ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କାର ବିକି୍ରବଟା ବୁଣାକାରମାନଙ୍କୁ ବେଶ୍ ଉତ୍ସାହିତ କରିଛିା ବୟନିକା ଦ୍ୱାରା ପ୍ରସ୍ତୁତ ଗୋଟିଏ ଓଡ଼ିଶୀ ଇକତ୍ ଶାଢୀ ସର୍ବାଧ#କ ୧ ଲକ୍ଷ ୬୫ ହଜାର ଟଙ୍କାରେ ବିକ୍ରି ହୋଇଥ#ବା ବେଳେ କେବଳ ବୟନିକାର ଏ ପର୍ଯ୍ୟନ୍ତ ୪୦ ଲକ୍ଷ ଟଙ୍କାର ବିକ୍ରିବଟା ହୋଇଛିା ଓଡ଼ିଶା ବ୍ୟତୀତ ଉତ୍ତରପ୍ରଦେଶ, ହରିଆଣା ଏବଂ ଜାମ୍ମୁ କାଶ୍ମୀର ମଧ୍ୟ ମେଳାରେ ବେଶ୍ ବିକ୍ରି ହୋଇଥ#ବାରୁ ଅନ୍ୟ ରାଜ୍ୟର ବୁଣାକାରମାନେ ଖୁସି ପ୍ରକଟ କରିଛନ୍ତିା ରବିବାର ଛୁଟିଦିନ ଥ#ବାରୁ ମେଳାରେ ପ୍ରବଳ ଜନଗହଳି ଅନୁଭୂତ ହୋଇଥ#ଲାା ସଂଧ୍ୟାରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଓ ସାଥୀ କଳାକାରମାନଙ୍କ ଚମତ୍କାର ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ମନ୍ତ୍ରମୁU କରିଥ#ଲାା ଓଡ଼ିଶୀରେ ମା’ଦୁର୍ଗା, ଗୀତଗୋବିନ୍ଦ, ଚନ୍ଦନ ଯାତ୍ରା, କ୍ରିଷ୍ଣା ଅଭିନୟ ଏବଂ ସମ୍ବଲପୁରୀ ଲୋକନୃତ୍ୟ ଡାଲଖାଇ ଓ ରଙ୍ଗବତୀ ପରିବେଷଣକୁ ଦର୍ଶକମାନେ ମନଭରି ଉପଭୋଗ କରିଥ#ଲୋ ପରେ ପରେ ଗୁରୁ ଉଚ୍ଛବ ଦାସ ଓ ତାଙ୍କ ଦଳର କଳାକାରମାନେ ଚଇତି ଘୋଡା ନାଚ ପରିବେଷଣ କରି ଦର୍ଶକମାନଙ୍କୁ ମନୋରଞ୍ଜନ ଯୋଗାଇଥ#ଲୋ ହସ୍ତତନ୍ତ ମେଳାର ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖ# ବୟନିକା ତରଫରୁ ପ୍ରତ୍ୟହ ସଂଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ପିଲାମାନଙ୍କ ନିମନ୍ତେ ପ୍ଲେ-ଜୋନ ଏବଂ ଫୁଡ୍କୋର୍ଟର ବ୍ୟବସ୍ଥା କରାଯାଇଛିା ଏତଦ୍ବ୍ୟତୀତ ବୁଣାକାରମାନଙ୍କ ନିମନ୍ତେ ସଚେତନତା କର୍ମଶାଳା, କ୍ରେତା-ବିକ୍ରେତା ସମ୍ମିଳନୀ ଏବଂ ଲାଇଭ୍ ଡେମୋନ୍ଷ୍ଟ୍ରେସନ୍ ନିୟମିତ ବ୍ୟବଧାନରେ ଆୟୋଜିତ ହେଉଛି ବୋଲି ବୟନିକାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ମିଶ୍ର ସୂଚନା ଦେଇଛନ୍ତିା ଏହି ମେଳା ଆସନ୍ତା ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଚାଲିବା

Share in top social networks!