ଡିପିସିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ – ଦୋସିଙ୍ଗା ପଞ୍ଚାୟତ ବିଜୟୀ

dpclଧାମରା ବନ୍ଦର ତରଫରୁ ଫେବୃୟାରୀ ତା୨୧-୨୨ରିଖରେ ବାର୍ଷିକ ଡିପିସିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କଣିନାଲି କ୍ରିକେଟ୍ ପଡିଆଠାରେ ଆୟୋଜିତ ହୋଇଯାଇଅଛି । ଦୋସିଙ୍ଗା ପଞ୍ଚାୟତ ଟିମ୍ ଫାଇନାଲ ମ୍ୟାଚ୍ରେ ଜାଗୁଳା ଟିମ୍କୁ ୩ ୱିକେଟ୍ ହରାଇ ଟ୍ରଫି ହାସଲ କରିଛି ।
ଫାଇନାଲ୍ ମ୍ୟାଚ୍ରେ ଜାଗୁଳା ଟିମ୍ ପ୍ରଥମେ ବ୍ୟାଟିଙ୍ଗ୍ କରି ୧୦ ଓଭର୍ରେ ୯ ୱିକେଟ୍ ହରାଇ ୪୭ ରନ ସ୍କୋର କରିଥିଲା । ବିପକ୍ଷ ଦୋସିଙ୍ଗା ଟିମ୍ ମାତ୍ର ୯ ଓଭର୍ରେ ଧାର୍ଯ୍ୟ ସ୍କୋର କରି ମ୍ୟାଚ୍ରେ ବିଜୟ ଲାଭ କରିଥିଲେ ।
ଭଦ୍ରକ ଜିଲ୍ଲା ତଥା ଧାମରା ବନ୍ଦର ପ୍ରକଳ୍ପର ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଶ୍ରୀ କାର୍ତ୍ତୀକନାଥ ମଣ୍ଡଳ ବିଜୟୀ ଦଳ ଏବଂ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଦୋସିଙ୍ଗା ଟିମ୍ର ଅଲ୍ ରାଉଣ୍ଡର୍ ରାଜେଶ ମାଇଥିଙ୍କୁ ‘ମ୍ୟାନ୍ ଅଫ୍ ଦି ସିରିଜ୍’ ଏବଂ ଜାଗୁଳା ଟିମ୍ର ମାଷ୍ଟର ବ୍ଲାଷ୍ଟର ବୋଲର୍ ତନ୍ମୟ ଜ୍ୟୋତିଙ୍କୁ ଟର୍ଣ୍ଣାମେଣ୍ଟର ‘ବେଷ୍ଟ ବୋଲର’ ଭାବେ ପୁରସ୍କୃତ କରାଯାଇଥିଲା ।
ଧାମରା ବନ୍ଦର ପାରିପାଶ୍ୱର୍ିକ ଦୋସିଙ୍ଗା, ଜାଗୁଳା, ଧାମରା, କଇଥଖୋଲ, କରଞ୍ଜମାଳ, ପଞ୍ଚୁଟିକ୍ରି, କରଣପଲ୍ଲି ଏବଂ ବାଂଶଡା ପଞ୍ଚାୟତରୁ ପ୍ରତ୍ୟେକ ଗୋଟିଏ ଲେଖାଏଁ ଦଳ ମୋଟ ଆଠଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍ ପୂର୍ବରୁ ଲିଗ୍ ମ୍ୟାଚ୍ ଏବଂ ସେମି ଫାଇନାଲ୍ ମ୍ୟାଚ୍ ହୋଇଥିଲା ।
ଏହି ଟୁର୍ଣ୍ଣାମେଣ୍ଟ ଧାମରା ପୋର୍ଟ ଟିମ୍ ଏବଂ କମ୍ୟୁନିଟି-୧୧ ଟିମ୍ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ରୁ ଆରମ୍ଭ ହୋଇଥିଲା, ଯେଉଁଥିରେ କମ୍ୟୁନିଟି-୧୧ ମାତ୍ର ୬ ରନରେ ଧାମରା ପୋର୍ଟ ଟିମ୍କୁ ପରାସ୍ତ କରିଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଧାମରା ବନ୍ଦରର ବରିଷ୍ଠ ଅଧିକାରୀବୃନ୍ଦ ଏବଂ ସ୍ଥାନୀୟ ପଞ୍ଚାୟତର ପ୍ରତିନିଧିମାନେ ଏହି ମ୍ୟାଚ୍ ଏବଂ ପୁରସ୍କାର ବିତରଣ ଉତ୍ସବରେ ଉପସ୍ଥିତ ଥିଲେ ।

Share in top social networks!