ମୁମ୍ବାଇରେ ଓଡ଼ିଶା ପର୍ଯ୍ୟଟନର ରୋଡ୍-ସୋ

tourismshowଆଜି ସନ୍ଧ୍ୟାରେ ମୁମ୍ବାଇଠାରେ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ରୋଡ୍-ସୋ ଆୟୋଜନ କରାଯାଇଛିା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି କାର୍ଯ୍ୟକ୍ରମରେ
ଯୋଗଦେଇ ଓଡ଼ିଶାକୁ ଭାରତର ବିଭିନ୍ନ ସ୍ଥାନରୁ ଅଧ#କ ପର୍ଯ୍ୟଟକ ଆଣିବା ନିମନ୍ତେ ହୋଟେଲ୍ ପ୍ରତିଷ୍ଠାନ, ଟୁର ଅପରେଟର୍ସ, ଟ୍ରାଭେଲ ଏଜେଣ୍ଟମାନେ ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତିା ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଶାରେ ଧାର୍ମିକ ପର୍ଯ୍ୟଟନ, ବୌଦ୍ଧ ପର୍ଯ୍ୟଟନ, ଆଦିବାସୀ ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ଯଥେଷ୍ଟ ସମ୍ଭାବନା ରହିଛିା ସେହିପରି ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମ ବିକାଶ ଲାଭ କରିଥ#ବା ଏହି ରାଜ୍ୟରେ ଅନେକ ଐତିହ୍ୟପୀଠ, କୀର୍ତ୍ତି ମଧ୍ୟ ରହିଛିା ପୁରୀ-କୋଣାର୍କ-ଭୁବନେଶ୍ୱର ସ୍ୱର୍ଣ୍ଣ ତ୍ରିଭୂଜ ଓ ଲଳିତଗିରି-ରନ#ଗିରି-ଉଦୟଗିରି ହୀରକ ତ୍ରିଭୂଜ, ସିମିଳିପାଳ, ବିଶ୍ୱପ୍ରସିଦ୍ଧ ଚିଲିକା ଓ ଭିତର କନିକା ସାଙ୍ଗକୁ ଖଣ୍ଡଗିରି ହାତୀଗୁମ୍ଫା ଅନେକ
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛିା କୋଣାର୍କ ଉତ୍ସବ, ଆର୍ନ୍ତଜାତିକ ବାଲୁକା କଳା ଉତ୍ସବ, ପରବ, ରାଜାରାଣୀ ଉତ୍ସବ, ମୁକ୍ତେଶ୍ୱର ଉତ୍ସବ ଓ ଧନୁଯାତ୍ରା ପରି କାର୍ଯ୍ୟକ୍ରମ ଓଡ଼ିଶାର ନୃତ୍ୟ, ସଂଗୀତ ଓ କଳାକୁ ବିଶ୍ୱସ୍ତରୀୟ କରିପାରିଛି ଏବଂ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣ ପାଲଟିଛିା ବୌଦ୍ଧପୀଠ ଧଉଳିଠାରେ ଆକର୍ଷଣୀୟ ଶବ୍ଦ-ଆଲୋକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛିା ଆନ୍ତର୍ଜାତିକ ବିମାନ ସେବା ସାଙ୍ଗକୁ ରାଜ୍ୟ ପର୍ଯ୍ୟଟନ ନୀତିରେ ସିଙ୍ଗଲ ଓ୍ୱିଣ୍ଡୋ କମିଟି ମାଧ୍ୟମରେ ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ବନ୍ଦୋବସ୍ତ ସାଙ୍ଗକୁ ପର୍ଯ୍ୟଟକମାନଙ୍କ ରହଣି ନିମନ୍ତେ ହୋଟେଲ ବ୍ୟବସ୍ଥା ଇତ୍ୟାଦି ଅନୁକୂଳ ପରିବେଶ ସୃଷ୍ଟି କରିଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତିା
ଓଡ଼ିଶା ପର୍ଯ୍ୟଟନ ନିଗମ ପର୍ଯ୍ୟଟନ ଅଭିବୃଦ୍ଧି ଦିଗରେ ଯଥେଷ୍ଟ କାର୍ଯ୍ୟ କରୁଛି ବୋଲି ଦର୍ଶାଇ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଚଳିତ ବର୍ଷ ଏହିପରି ୧୦ଟି ରୋଡ-ସୋ ଆୟୋଜନ କରାଯିବ ବୋଲି ପର୍ଯ୍ୟଟନ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜଓ୍ୱାଲେ ପ୍ରକାଶ କରିଛନ୍ତିା ଏହି କାର୍ଯ୍ୟକ୍ରମରେ ପ୍ରଶାସକ ସୁବ୍ରତ ପଣ୍ଡା ଓ ପର୍ଯ୍ୟଟନ ଅଧ#କାରୀ ରତିକାନ୍ତ ମହାପାତ୍ର ଉପସ୍ଥିତ ଥ#ଲୋ

Share in top social networks!