ଆର୍ନ୍ତଜାତୀୟ ମହିଳା ଦିବସ ପାଇଁ ମାର୍ଚ ୬ରେ ମହିଳା କାର୍ ର୍ୟାଲି

womencarrallyyyମହିଳା ଓ ପୁରୁଷ ମଧ୍ୟରେ ସମାନତାର ଗୋଟେ ପାଦ ଉଦ୍ଧ୍ୱର୍ରେ ରହି, ରାଜ୍ୟର ଅଗ୍ରୀଣ କ୍ରିଏଟିଭ୍ ଏଜେନ୍ସିମାନଙ୍କ ମଧ୍ୟରୁ ଅନ୍ୟତମ କାରନିଭାଲ୍ ଓ ସେବା ପ୍ର୍ରୟାସ ଫାଉଣ୍ଡେସନ୍ ଦ୍ୱାରା ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ ସ୍ୱତନ୍ତ୍ର ମହିଳାମାନଙ୍କ ପାଇଁ ଟଳିତ ବର୍ଷ ମାର୍ଚ୍ଚ ୬ ତାରିଖରେ ଏକ କାର୍ ର୍ୟାଲ (ପ୍ରି ଓମେନ୍ସ ଡେ କ୍ୟମ୍ପେନ୍)ି ଆୟୋଜିତ ହେବାର ଘୋଷଣା କରାଯାଇଛି । ‘ଦ ପ୍ଲେଜ୍ ଫର ପାରିଟି’ ବିଷୟବସ୍ତୁ ଉପରେ ଆଧାରିତ ଏହି ମହିଳା କାର୍ ର୍ୟାଲିରେ ପାଖାପାଖି ୨୦୦ କାର ପ୍ରତିଯୋଗୀ ଭାଗ ନେବାସହ ର୍ୟାଲିକୁ କିଟ୍ କ୍ୟାମ୍ପସ ଠାରୁ ୭ମ ବାଟାଲିଅନ ପର୍ଯ୍ୟନ୍ତ ଏହାର ଆୟୋଜନ କରାଯିବ ବୋଲି ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏକ ପ୍ରେସ କନ୍ଫରେନ୍ସରେ ଆୟୋଜକଙ୍କ ତରଫରୁ ପ୍ରକାଶ କରାଯାଇଛି ।
ର୍ୟାଲିର ନିୟମାନୁଯାୟୀ, ମହିଳାମାନେ ୧୮ ବର୍ଷରୁ ଉଦ୍ଧ୍ୱର୍ ହେବାସହ ଗୋଟିଏ କାର୍ରେ ମାତ୍ର ୪ ଜଣ ମହିଳା ପ୍ରତିଯୋଗୀ ଏକ ଗ୍ରୁପ ରୂପେ ଭାଗ ନେଇପାରିବେ । ଏହି ଇଭେଟଂକୁ ଆହୁରି ଆକର୍ଷଣୀୟ କରିବାପାଇଁ ପ୍ରତ୍ୟେକ କାର୍ର ମହିଳା ପ୍ରତିଯୋଗୀମାନେ ମୁଖ୍ୟ ବିଷୟବସ୍ତୁ ସମ୍ପନ୍ଧିତ ଫ୍ୟାନ୍ସି ଡ଼୍ରେସ୍ ପରିଧାନ କରିବେ, ଫଳରେ ଅନ୍ୟ ପ୍ରତିଯୋଗୀ ଗ୍ରୁପମାନଙ୍କ ଠାରୁ ଭିନ୍ନ ଦେଖାଯିବେ । ପ୍ରତିଯୋଗୀମାନେ ଅଫିସିଆଲ ୱେବ୍ସାଇଟ୍ ଙ୍ଗଙ୍ଗଙ୍ଗ.ମବକ୍ସକ୍ସବକ୍ଷକ୍ଷଚ୍ଚ.ସଦ୍ଭ ଜରିଆରେ ଅନ୍ଲାଇନ୍ ପଞ୍ଜୀକରଣ କରିପାରିବେ ଏବଂ ଆଗ୍ରହୀ ମହିଳାମାନଙ୍କର ଅଫ୍ଲାଇନ ପଞ୍ଜୀକରଣ ନିମନ୍ତେ ଆଯୋଜକମାନେ ବିଭିନ୍ନ ମଲ୍ସ୍ ଓ ବିଦ୍ୟାଳୟ ଗୁଡ଼ିକରେ ଉପସ୍ଥିତ ରହିବେ । ତା’ଛଡ଼ା ଆଗ୍ରହୀ ପ୍ରତିଯୋଗୀମାନେ ସମ୍ପୂର୍ଣ୍ଣ ତଥ୍ୟ ପାଇବା ପାଇଁ ଫେସ୍ବୁକ୍ ମାଧ୍ୟମରେ ମଧ୍ୟ ଆୟୋଜକଙ୍କ ସହ ଯୋଗାଯୋଗ କରିପାରିବେ ।
ଏହି ଅବସରରେ ଯୋଗଦେଇ ସମାଜ ସେବକ ଓ ସେବା ପ୍ରୟାସ ଅନୁଷ୍ଠାନର ମୁଖ୍ୟ ସଚେତକ ନମ୍ରତା ଚଡ଼ା କହିଥିଲେ, ମହିଳାମାନେ ଭଗବାନଙ୍କର ଏକ ଅନନ୍ୟ ସୃଷ୍ଟି । ମହିଳାମାନେ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜାନ÷ତିକ କ୍ଷେତ୍ରରେ ନିଜର ବଳିଷ୍ଠ ଅବଦାନ ସର୍ବଦା ଦେଇଆସିଛନ୍ତି । ମାତ୍ର ବହୁତ ସ୍ଥାନମାନଙ୍କରେ ଏବେ ମଧ୍ୟ ମହିଳା ଓ ପୁରୁଷ ମଧ୍ୟରେ ସମାନତା ଦିଗରେ ଶୀଥିଳତା ପରିଲକ୍ଷିତ ହେଉଛି । ତେଣୁ ସମସ୍ତେ କିପରି ମହିଳା ଓ ପୁରୁଷ ମଧ୍ୟରେ ସମାନତାକୁ ସହଯୋଗ କରି ଆହୁରି ତ୍ୱରାନ୍ୱିତ କରିପାରିବେ, ଏ ନେଇ ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ କାର୍ଯ୍ୟକାରୀ ‘ଦ ପ୍ଲେଜ୍ ଫର ପାରିଟି’ ବିଷୟବସ୍ତୁ ସମସ୍ତଙ୍କୁ ଏକ ବାର୍ତା ପହଚାଂଇପାରିବ ।
ଏହି ଅବସରେରେ ଉପସ୍ଥିତ ରହି ସମାଜ ସେବକ ଲିଙ୍କନ ସୁବୁଧି କହିଥିଲେ, ମହିଳାମାନେ ପରିବାର ମଧ୍ୟରେ ସର୍ବଦା ଏକ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି, ତେଣୁ ପରିବାରରେ ମହିଳାମାନଙ୍କୁ ଉଚ୍ଚ ମର୍ଯ୍ୟାଦାର ସହ ବଚିଂବାକୁ ଦେବା ପ୍ରତ୍ୟେକ ପୁରୁଷମାନଙ୍କର କର୍ତବ୍ୟ । ଏହି ମଚଂ ସମସ୍ତ ପ୍ରତିଯୋଗୀମାନଙ୍କୁ ନିଜର ନାରିତ୍ୱକୁ ସମ୍ପୂର୍ଣ୍ଣ ଉପଭୋଗ କରିବାକୁ ଏକ ଅବସର ପ୍ରଦାନ କରିପାରିବ, ସେ କହିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅନୁରାଧା ବିଶ୍ୱାଳ, ସ୍ପୋର୍ଟସ୍ ପ୍ରତିଭା, ଭାଲେନା ଭାଲେଟିଂନା, ଜାତୀୟ ସ୍ତରର କରାଟେ ପତିଭା ଓ ସୁଲଗ୍ନା ରାଉତରାୟ, ଟିଭି ଆଙ୍କର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!