ଦ୍ୱିତୀୟ କୃଷିକ୍ରାନ୍ତିର ଅଗ୍ରଦୂତ ହେବ ଓଡିଶା-ଶ୍ରୀ ନରେନ୍ଦ୍ର ମୋଦି

narendramodiପ୍ରଚୁର ଖଣିଜ ଓ ଜଳ ସଂପଦର ଅଧିକାରୀ ଦ୍ୱିତୀୟ ହରିତ୍ କ୍ରୀନ୍ତିର ଅଗ୍ରଦୂତ ହେବ ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ବିଶାଳ କୃଷକ ସମାବେଶରେ ଯୋଗାଦନ କରି ପ୍ରଧାନମନ୍ତ୍ର ଶ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ।
ସଂଗ୍ରାମୀ ବିରସାମୁଣ୍ଡା, ରେଣ୍ଡୋମାଝି, ବୀର ସୁରେନ୍ଦ୍ରସାଏ, ଭୀମ ଭୋଇ ଓ ଗଙ୍ଗାଧର ମେହରଙ୍କର ସେ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ମହାପ୍ରଭୂ ଜଗନ୍ନାଥ ଓ ମା ସମଲେଶ୍ୱରୀଙ୍କୁ ସ୍ମରଣ କରି ଓଡିଶାବାସୀଙ୍କ ସହିତ ଏକ ଭାବାତ୍ମକ ଏକତା ସ୍ଥାପିତ କରିଛନ୍ତି ।
ଦେଶର ପଶ୍ଚିମାଚଂଳର ରାଜ୍ୟମାନେ ବିକଶିର ନେତୃତ୍ୱ ନେଉଥିବା ବେଳେ ପୂର୍ବାଂଚଳର ରାଜ୍ୟମାନେ ବିକାଶ ତାଲିକାରେ ପଛରେ ରହିଯାଇଛନ୍ତି । ଏହା ଚିନ୍ତା ଓ ପରିତାପର ବିଷୟ । ଉତର ପ୍ରଦେଶ ପରେ ସବୁ ଠାରୁ ଅଧିକ ଜଳ ସଂପଦ ଥିବା ଓଡିଶାବାସୀ କାହିଁକି ଗରିବ ଅଛନ୍ତି ତାହା ଚିନ୍ତା ଓ ପରିତାପର ବିଷୟ । ତାଙ୍କ ସରକାର ଦ୍ୱାରା ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଧନଜନ ଯୋଜନା, ଜୀବନ ଜ୍ୟୋତି ଯୋଜନା ଆଦି ଦ୍ୱାରା ଓଡିଶାର ଲୋକମାନଙ୍କର ଉନ୍ନତି ହୋଇ ପାରିବ ବୋଲି ସେ ଆଶା କରିଥିଲେ । ଓଡିଶାର ଯୁବକ ଏବଂ କୃଷକମାନଙ୍କୁ ଧାନ କୁଣ୍ଡାରୁ ତେଲ ପ୍ରସ୍ତୁତ କରିବା ଭଳି କ୍ଷୁଦ୍ର ଏବଂ ଲଘୁ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ । ଏହା ସହିତ ଭରସା ଦେଇ କହିଥିଲେ ଯେ ଏଭଳି କାର୍ଯ୍ୟପାଇଁ ସରକାରଙ୍କ ଟ୍ରେଜେରି ପୁରା ପୁରି ଖୋଲାଅଛି । କୃଷକମାନଙ୍କର କଲ୍ୟାଣ ପାଇଁ କେନ୍ଦ୍ର ସରକାର ଅନେକ ପ୍ରକାର ପଦକ୍ଷେପ ନେଇଥିଲେ ମଧ୍ୟ ତାଙ୍କର ବିରୋଧୀମାନେ ମୋଦି ସରକାର ଯାଉ ବୋଲି କେତେକ ବିରୋଧି କିପରି ଲାଗିଛନ୍ତି ତାହାର ସୂଚନା ପ୍ରଦାନ କରିଥିଲେ । ସେ କହିଲେ ଯେ ବିଦେଶରୁ ଟଙ୍କା ଆଣି ଖର୍ଚ୍ଚର ହିସାବ ଦେଉ ନଥିବା ସଂସ୍ଥାମାନଙ୍କୁ ହିସାବ ମାଗିବାରୁ ସେମାନେ ବିଭିନ୍ନ ଆଳରେ ବିରୋଧ କରୁଛନ୍ତି । ତାଙ୍କ ସରକାର କୃଷି ବିଭାଗକୁ କୃଷି ଓ କୃଷକ କଲ୍ୟାଣ ବିଭାଗରେ ପରିଣତ କରି କୃଷକମାନଙ୍କର ଯେପରି କଲ୍ୟାଣ ହେବ ସେଥିପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସେଥିପାଇଁ ସେ ଉଦାହରଣ ଦେଇ କହିଲେ ଆଗରୁ ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ସାଂସଦମାନେ ତାଙ୍କ ଅଂଚଳକୁ ଅଧିକ ୟୁରିଆ ଯୋଗାଇବା ପାଇଁ ଅନୁରୋଧ କରୁଥିଲେ କାରଣ ଅଧିକାଂଶ ୟୁରିଆ କୃଷକମାନଙ୍କ ପାଖରେ ନ ପହଁଚି ବିଭିନ୍ନ କେମିକାଲ ଶିଳ୍ପସଂସ୍ଥା ଏବଂ ଅନ୍ୟମାନଙ୍କ ଦ୍ୱାରା ତାହା ବାଟମାରଣା ହୋଇ ଯାଉଥିଲା । ବର୍ତମାନ ସରକାର ନିମ୍ବ ପ୍ରଲେପିତ ୟୁରିଆ ଉତ୍ପାଦନ କରୁଥିବାରୁ ଏହାର କଳାବଜାର ସଂପୂର୍ଣ୍ଣରୂପେ ବନ୍ଦ ହୋଇ ଯାଇଛି । ଏହା ସହିତ ମାଟିର ଉର୍ବରତା ବୃଦ୍ଧି ପାଉଛି । କେବଳ ସେତିକି ନୁହଁ । ଆଗରୁ ଯେଉଁ ଜମିରେ ଦଶ କିଲୋ ୟୁରିଆ ଆବଶ୍ୟକ ହେଉଥିଲା ସେଠାରେ ବର୍ତମାନ ୭ କି.ଗ୍ରା ୟୁରିଆ ଦରକାର ପଡୁଛି । ଏଭଳି ଭାବରେ କୃଷକମାନେ ଆର୍ଥକ ଦୃଷ୍ଟିରୁ ମଧ୍ୟ ଲାଭବାନ ହେଉଛନ୍ତି । ଫଳରେ ଆଉ କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ସାଂସଦମାନଙ୍କୁ ୟୁରିଆ ଯୋଗାଇବାର ଦାବି କରିବାର ଆବଶ୍ୟକତା ପଡୁନାହିଁ । ପ୍ରଧାନମନ୍ତ୍ରୀ କୃଷକମାନଙ୍କର କ୍ଷତି ପ୍ରତି ଧ୍ୟାନ ରଖି ଯେଉଁ ନୂତନ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆରମ୍ଭ କରିଛନ୍ତି ତାହାକୁ ବିରୋଧୀ ଦଳମାନେ ମଧ୍ୟ ସ୍ୱାଗତ କରିଛନ୍ତି । ନୂତନ ଫସଲ ବୀମା ଯୋଜନା ଅନୁସାରେ କୃଷକମାନେ କମ୍ ପ୍ରିମିୟମ୍ରେ ବେଶୀଲାଭ ପାଇବା ସହିତ କୌଣସି ଅଂଚଳରେ ଆଂଶିକ ଭାବରେ ଭୁସ୍ଖଳନ, କରକାପାତ ଆଦି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ମଧ୍ୟ ଉପକୃତ ହୋଇପାରିବେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତାଙ୍କର ଉଦ୍ବୋଧନ ଦେବା ପୂର୍ବରୁ ଜୀବନ ଜ୍ୟୋତି ଯୋଜନାରେ ଉପକୃତ ନୂଆପଡାର ଭକ୍ତରାମ ଭୋଇ, ରାୟଗଡାର ଜି.ସାରଦା, ସ୍ୱପ୍ନେଶ୍ୱରୀ ଦାସ, ହେମନ୍ତୀ ବାଗ୍ ଏବଂ ଭଦ୍ରକର ସଫଳ ଚାଷୀ ଶ୍ରୀମନ୍ତ ପାଲ , ବାରିପଦାର ବାଉଁଶ ଓ ସବାଇ ଘାଷ ଚାଷୀ ଗୋବିନ୍ଦ ଦାସ, ବରଗଡର ଧାନ ଚାଷୀ ଦେଶବନ୍ଧୁ ପ୍ରଧାନଙ୍କୁ ସମ୍ମାନୀତ କରିଥିଲେ ।
ଏହି ବିଶାଳ କୃଷକ ସମାବେଶର ସଭାମଂଚରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ପ୍ରଭାରୀ ଅରୁଣ ସିଂହ, ଯୁଗ୍ମ ସାଧରଣ ସଂପାଦକ(ସଂଗଠନ)ସୌଦାନ ସିଂ,ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ, ସଭାସଂଚାଳନ କରିଥିବା ମନମୋହନ ସାମଲ, କନକ ବର୍ଦ୍ଧନ ସିଂ ଦେଓ , ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରି ଗମାଙ୍ଗ ପ୍ରମୁଖ ବହୁ ବିଶିଷ୍ଟ ନେତା ଉପସ୍ଥିତ ଥିଲେ । ସଭା ଶେଷରେ ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!