ଜୋନ୍ସ୍ତରୀୟ ଯୁବ ରେଡ଼କ୍ରସ୍ ପ୍ରଶିକ୍ଷଣ ତାଲିମ ଶିବିର ଉଦ୍ୟାପିତ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ଯୁବ ରେଡ଼କ୍ରସ୍ ବିଭାଗ ପକ୍ଷରୁ ଆୟୋଜିତ ଜୋନ୍ସ୍ତରୀୟ ଯୁବ ରେଡ଼କ୍ରସ୍ ପ୍ରଶିକ୍ଷଣ ଶିବିର ଉଦ୍ୟାପିତ ହୋଇଯାଇଛି ।
ଏହି ୪ଦିନ ବ୍ୟାପି ଯୁବ ରେଡକ୍ରସ୍ର ସ୍ୱେଚ୍ଛାସେବୀ ଓ ପରାମର୍ଶଦାତାମାନଙ୍କୁ ଯୁବ ରେଡକ୍ରସ୍ର ଆଭିମୂଖ୍ୟ ଓ କାର୍ଯ୍ୟକଳାପ ବିଷୟରେ ପରିଚିତ କରିବାର ଉଦେ୍ଦଶ୍ୟ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି ।
ଏହି ପ୍ରଶିକ୍ଷଣ ଶିବିରକୁ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ସଭାପତି ତଥା ମହାମହିମ ରାଜ୍ୟପାଳ ଡ଼କ୍ଟର ଏସ୍.ସି. ଜମିର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସମେତ ଓଡିଶାର ୭ଟି ଜିଲ୍ଲାରୁ ପ୍ରାୟ ୧୭୦ଜଣରୁ ଅଧିକ ସ୍ୱେଚ୍ଛାସେବୀ ଓ ପରାମର୍ଶଦାତା ଅଂଶଗ୍ରହଣ କରିଥିଲେ ।
ଉକ୍ତ ପ୍ରଶିକ୍ଷଣ ଶିବିରରେ ରେଡ଼କ୍ରସ୍ର ଇତିହାସ, ମୌଳିକ ନୀତି, ରେଡ଼କ୍ରସ୍ର ଚିହ୍ନ ଏବଂ ଏହାର ବ୍ୟବହାର, ଏଡ଼ସ୍ ସଚେତନତା ଓ ରେଡ ରିବନ କ୍ଳବର କାର୍ଯ୍ୟକ୍ରମ, ସାପ କାମୁଡ଼ା, ବିପର୍ଯ୍ୟୟ ପରିଚାଳନାରେ ମନୋସ୍ତାତ୍ତ୍ୱିକ ଯତ୍ନ, ସ୍ୱେଚ୍ଛାକୃତ ରକ୍ତଦାନ, ସଡକ ସୁରକ୍ଷାରେ ଯୁବ ରେଡ଼କ୍ରସ୍ର ଭୁମିକା, ବିପର୍ଯ୍ୟୟ ପରିଚାଳନା, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ଆଦି ବିଷୟରେ ବିଭିନ୍ନ ଦକ୍ଷ ବ୍ୟକ୍ତିମାନେ ଆସି ପ୍ରଶିକ୍ଷଣ ଦେଇଥିଲେ ।
ଆଜିର ଏହି ଉଦ୍ୟାପନୀ ଉସôବରେ ଖୋର୍ଦ୍ଧା ଜିଲ୍ଲାପାଳ ନିରଞନ ସାହୁ, ଆଇ.ଏ.ଏସ୍, ମୁଖ୍ୟ ଅତିଥିଭାବେ ଯୋଗଦେଇ ଯୁବ ରେଡକ୍ରସ୍ର ଏହି ଭଳି କାର୍ଯ୍ୟକୁ ପ୍ରଶଂସା କରିବାସହ ଭଲ ସ୍ୱେଚ୍ଛାସେବୀଟିଏ ହେବା ପାଇଁ ଅଂଶଗ୍ରହଣ କରିଥିବା ଛାତ୍ର, ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ବ୍ୟକ୍ତିତ୍ୱର ବିକାଶ ପାଇଁ ସକାରାତ୍ମକ ଚିନ୍ତାଧାରା ସହ କର୍ମ ଓ ଚିନ୍ତା ମଧ୍ୟରେ ସମନ୍ୱୟ ରହିବା ଉଚିତ୍ ବୋଲି ମତ ବ୍ୟକ୍ତ କରିଥିଲେ ।
ଅନ୍ୟତମ ଅତିଥି ଲେଫ୍ଟନାଣ୍ଟ କର୍ଣ୍ଣେଲଣ୍ଟଅସିତ୍ ରଜଂନ ରେଡ଼କ୍ରସ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ବୁଝାଇଥିଲେ । ମୁଖ୍ୟବ୍ୟକ୍ତା ଯୁବ ରେଡ଼କ୍ରସ୍ ଅଧିକାରୀ ମେଜର ଡ଼ଃ କଳ୍ପନା ଦାସ୍, ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଏକ ସୁସ୍ଥ ସମାଜ ସୃଷ୍ଟିହେବାପାଇଁ ଆହ୍ମାନ ଦେଇଥିଲେ ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଏସ୍ଡ଼ି ପ୍ରଫେସର ପଦ୍ମଦା ମିଶ୍ର, ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ରେଡକ୍ରସ୍ର ବିଭିନ୍ନ କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ ।
ଶ୍ରୀ ଗୋପାଳ ମିଶ୍ର, ୟୁବ ରେଡ଼କ୍ରସ୍ ପରାମର୍ଶଦାତା, ସମସ୍ତ ଶିବିରାର୍ଥୀ ମାନଙ୍କୁ ସ୍ୱାଗତ କରିବା ସହିତ ଶ୍ରୀମତୀ ନିବେଦିତା ମିଶ୍ର ଉକ୍ତ ତାଲିମ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ ।
ଏହି ଶିବିରରେ ବିଭିନ୍ନ ପ୍ରତିଯୋଗୀତା ଯଥା – ଚିତ୍ରାଙ୍କନ, ପ୍ରବନ୍ଧ, ସ୍ୱତଃସ୍ପୃତ ବକ୍ତୃତା, ସାଧାରଣ ଜ୍ଞାନ ଆଦି ଆୟୋଜନ କରାଯାଇ କୃତି ଶିିବିରାର୍ଥୀଙ୍କୁ ପୁରଷ୍ଟୃତ କରାଯାଇଥିଲା । ପୁର୍ବ ଦିନ ପ୍ରଫେସର୍ ଡଃ ବାଣୀସେନ ଗୁପ୍ତା, ରମାଦେବୀ ବିଶ୍ୱବିଦ୍ୟାଳୟର ପି.ଜି କାଉନ୍ସିଲ ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ଯୁବ ରେଡ଼କ୍ରସ୍ ପରାମର୍ଶଦାତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ଶ୍ରୀ ସୁଶିଲ କୁମାର ପଟ୍ଟନାୟକ, ଶିବିର ସଂଯୋଜକ ତଥା ୟୁବ ରେଡ଼କ୍ରସ୍ ପରାମର୍ଶଦାତା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ସମସ୍ତ ଅତିଥି ଏବଂ ଶିବିରାର୍ଥୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ସୁବୋଧ କୁମାର ଜଗଦେବ, ଯୁବ ରେଡ଼କ୍ରସ୍ ପରାମର୍ଶଦାତା, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Share in top social networks!