ନବୀନ ସରକାର ଏବର୍ଷ ପିଲାଙ୍କ ପାଠପଢାକୁ ମାଟି କଲେ-ବିଜେପି

ସରକାର ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରକାର ପ୍ରହେଳିକା ଭିତରେ ଛନ୍ଦି ହଇରାଣ କରିବା ଘଟଣାକୁ ବିଜେପି ତୀବ୍ର ସମାଲୋଚନା କରିଛି । ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି ଶିକ୍ଷା ଆମର ମେରୁଦଣ୍ଡ । ସରକାର ବିଭିନ୍ନ ଆଳ ଦେଖାଇ ଓ ଫମ୍ପା ପ୍ରତିଶ୍ରୁତି ଦେଇ ଶିକ୍ଷକମାନଙ୍କ ଅଧିକାରକୁ ପୁରଣ କରିବା ଦିଗରେ କୋ÷ଣସି ପଦକ୍ଷପ ନ ନେବା ଅତ୍ୟନ୍ତ ପରିତାପର ବିଷୟ । ରାଜ୍ୟର ଭୂଲ ଶିକ୍ଷାନୀତି ପାଇଁ ଆଜି ହଜାର ହଜାର ଶିକ୍ଷକ ଏବଂ ଲକ୍ଷଲକ୍ଷ ପରୀକ୍ଷାର୍ଥୀମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମୁହଁକୁ ଠେଲି ହୋଇ ଯାଇଛି ଓଡିଶାର ଭବିଷ୍ୟତକୁ ସରକାର ଅନ୍ଧାର କରିଛନ୍ତି ।

ଗତ ବର୍ଷକ ମଧ୍ୟରେ ସମସ୍ତ ଶିକ୍ଷକ ଓ ଅଧ୍ୟାପକମାନେ ନୀରବଚ୍ଛିନ୍ନ ଭାବେ ରାଜଧାନୀର ରାଜରାସ୍ତାରେ ଆନେ୍ଦାଳନ କରୁଛନ୍ତି । ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନାହାଁନ୍ତି, ଯାହାର ସିଧା ସଳଖ ପ୍ରଭାବ ଛାତ୍ରଛାତ୍ରୀଙ୍କ ପାଠପଢା ଓ ସେମାନଙ୍କ ପରୀକ୍ଷା ପ୍ରସ୍ତୁତି ଉପରେ ପଢୁଛି । ନିଜ ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକମାନଙ୍କ ମନରେ ଅଶୋନ୍ତୋଷ ଲାଗି ରହିଛି । ସରକାରଙ୍କ ଶିକ୍ଷା ମାରଣ ନୀତି ପାଇଁ ପିତାମାତମାନେ ଅଧିକ ଖର୍ଚ୍ଚାନ୍ତ ହୋଇ ଘରୋଇ ସ୍କୁଲକୁ ପିଲାଙ୍କୁ ଛାଡିବାକୁ ବାଧ୍ୟ ହେଉଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି । ସ୍କୁଲ ଚାଲିଥିବା ସମୟରେ, ଆଜି କ୍ୟାପିଟାଲ ହାଇସ୍କୁଲ ପରିସରରେ ପିଲାଙ୍କ ପଢାରେ ବ୍ୟାଘାତ ଘଟାଇ ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନର ଶୁଭାରମ୍ଭ କରିଛନ୍ତି, ଏହାକୁ ବିଜେପି ମୁଖପାତ୍ର କଡା ଶବ୍ଦରେ ନିନ୍ଦା କରିଛନ୍ତି ।

Share in top social networks!