ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଆଇନ୍‌ ଉପରେ ଅକ୍ସଫାମ୍‌ର ଆଲୋଚନାଚକ୍ର

ଓଡିଶା ସମେତ ଛତିଶଗଡ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ ଓ କେରଳର ପ୍ରତିନିଧି ଉପସ୍ଥିତ
ଭୁବନେଶ୍ୱର : ମହିଳା ମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଦେବାପାଇଁ ଥିବା ଆଇନ୍‌ କିଭଳି କାର୍ଯ୍ୟକାରୀ ହେଉଛି ଓ ତାହାର ସ୍ଥିତି କଣ ସେ ସଂକ୍ରାନ୍ତରେ ଆଜି ଏଠାରେ ଦିନିକିଆ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଅକ୍ସଫାମ୍‌ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି ଆଲୋଚନାଚକ୍ରରେ ଓଡିଶା ସମେତ ଛତିଶଗଡ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ ଓ କେରଳ ରାଜ୍ୟର ପ୍ରତିନିଧି ମାନେ ଯୋଗ ଦେଇଛନ୍ତି ।

ଅକ୍ସଫାମ୍‌ ଇଣ୍ଡିଆ ଓ କ୍ଲାପ ପକ୍ଷରୁ ମିଳିତ ଭାବେ ଏହି ଆଇନ୍‌ କିଭଳି ଓଡିଶାରେ କାର୍ଯ୍ୟକାରୀ ହେଉଛି ତାହା ଉପରେ ପ୍ରସ୍ତୁତ ସଦ୍ୟତମ ରିପୋର୍ଟ ଉପସ୍ଥାପିତ କରାଯାଇଥିଲା । ପ୍ରାରମ୍ଭରେ ଅକ୍ସଫାମ୍‌ ଇଣ୍ଡିଆର ଓଡିଶା ଓ ଦକ୍ଷିଣ ଭାରତ ଦାୟିତ୍ୱରେ ଥିବା ଆଞ୍ଚଳିକ ପରିଚାଳକ ଶ୍ରୀ ଅକ୍ଷୟ କୁମାର ବିଶ୍ୱାଳ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ ।

ଅକ୍ସଫାମ୍‌ ଇଣ୍ଡିଆ ମହିଳା ହିଂସାର ବିଲୋପ ପାଇଁ କାର୍ଯ୍ୟ କରୁଥିବାବେଳେ ଓଡିଶାରେ ମହିଳା ମାନଙ୍କ ଉପରେ ହେଉଥିବା ଘରୋଇ ହିଂସା ପ୍ରତିହତ କ୍ଷେତ୍ରରେ ବିଶେଷ ଗୁରୁତ୍ୱ ଆରୋପ କରୁଛି । ଏଥିପାଇଁ ଭୁବନେଶ୍ୱର, ଢେଙ୍କାନାଳ ଓ କନ୍ଧମାଳ ଠାରେ ତିନୋଟି ସହାୟତା କେନ୍ଦ୍ର ଅକ୍ସଫାମ୍‌ ପକ୍ଷରୁ ଚଳାଯାଉଛି । ଘରୋଇ ହିଂସା ନିରାକରଣ ଆଇନ୍‌ କିଭଳି ଠିକଣା ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ ଅକ୍ସଫାମ୍‌ ବିଭିନ୍ନ ସଂସ୍ଥା ସହ ମିଳିତ ଭାବେ ଦୀର୍ଘଦିନ ଧରି ତାହାର ପ୍ରଚେଷ୍ଟା ଜାରି
ରଖିଛି । ମହିଳା ଅଧିକାର ପାଇଁ କାର୍ଯ୍ୟକାରୁଥିବା ସଂସ୍ଥା ମାନଙ୍କ ସହ ମିଳିତ ଭାବେ ଜିଲ୍ଲା ଓ ରାଜ୍ୟ ସ୍ତରରୁ ବିଭିନ୍ନ ହିଂସା ଘଟଣାର ତଥ୍ୟ ସଂଗ୍ରହ ସହିତ ତାହାକୁ ସରକାରଙ୍କ ନିକଟରେ ଉପସ୍ଥାପିତ କରୁଛି । ଅକ୍ସଫାମ୍‌ ପକ୍ଷରୁ ପ୍ରଥମଥର ପାଇଁ ଏଭଳି ନୂତନ ଆଲୋଚନାଚକ୍ର ଆୟୋଜିତ ହୋଇଥିବାବେଳେ ଏଥିରେ ବିଭିନ୍ନ ରାଜ୍ୟର ପ୍ରତିନିଧି ମାନେ ଉପସ୍ଥିତ ରହି ସେମାନଙ୍କ ରାଜ୍ୟରେ ଏହି ଆଇନ୍‌ କିଭଳି କାର୍ଯ୍ୟକାରୀ ହେଉଛି ତାହାର ସୂଚନା ଦେଇଛନ୍ତି ।

ଏଥିରେ ଓଡିଶା ଏସ୍‌ଆରସିଡବ୍ଲୁ୍ୟର ଡକ୍ଟର ଅମି୍ରତା ପଟେଲ, ତେଲେଙ୍ଗାନାର ମହିଳା ଓ ଶିଶୁ ବିକାଶ ସହନିଦେ୍ର୍ଦଶିକା ଶ୍ରୀମତୀ ଲଳିତା କୁମାରୀ, ଛତିଶଗଡ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ହର୍ଷିତା ପାଣ୍ଡେ ପ୍ରମୁଖ ଯୋଗ ଦେଇଛନ୍ତି । ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଘରୋଇ ହିଂସାର ନିରାକରଣ ଆଇନ୍‌ କାର୍ଯ୍ୟକାରୀ କ୍ଷେତ୍ରରେ ଏହି ଆଲୋଚନାରୁ ନୂତନ ସମ୍ଭାବନା ସୃଷ୍ଟିହେବ ବୋଲି ଅକ୍ସଫାମ୍‌ ଇଣ୍ଡିଆ ଆଶା ରଖିଛି । ଯାହା ଫଳରେ ସମଗ୍ର ଦେଶର ମହିଳା ମାନେ ହିଂସାରୁ ରକ୍ଷା ପାଇପାରିବେ ବୋଲି ଅକ୍ଟଫାମ୍‌ର ଆଞ୍ଚଳିକ ପରିଚାଳକ ଶ୍ରୀ ବିଶ୍ୱାଳ କହିଛନ୍ତି ।

ମହିଳା ଅଧିକାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂଗଠନ ଗୁଡିକ ଏଥିରେ ଅଂଶଗ୍ରହଣ କରି ଆଇନ୍‌ର ସ୍ଥିତି ଓ କାର୍ଯ୍ୟକାରିତା ଘେନି ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଛନ୍ତି । ଏସ୍‌ଆରସିଡବ୍ଲୁ୍ୟର ପ୍ରକଳ୍ପ ସଂଯୋଜିକା ଡକ୍ଟର ଅମି୍ରତା ପଟେଲ ଏବଂ ତେଲେଙ୍ଗାନାର ଶ୍ରୀମତୀ ଲଳିତା କୁମାରୀ ଉଭୟ ରାଜ୍ୟରେ ଏହି ଆଇନ୍‌ର ସ୍ଥିତି ସଂକ୍ରାନ୍ତରେ ସୂଚନା ଦେଇଥିଲେ । ଛତିଶଗଡକୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀମତୀ ପାଣ୍ଡେ ମଧ୍ୟ ସେହି ରାଜ୍ୟରେ ଆଇନ୍‌ର କାର୍ଯ୍ୟକାରିତା ନେଇ ମତ
ରଖିଥିଲେ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଘରୋଇ କ୍ଷେତ୍ରରେ ମହିଳା ହିଂସା ରୋକିବାପାଇଁ ୨୦୦୫ ମସିହାରୁ ପ୍ରଣୟନ ହୋଇଥିବା ଏହି ଆଇନ୍‌ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ । ବିଶେଷକରି ଅର୍ଥଭାବ ଓ ମାନବସମ୍ବଳର ଅଭାବ ଏ କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି । କେତେକ ରାଜ୍ୟରେ ଏଥିପାଇଁ ସୁରକ୍ଷା ଅଧିକାରୀ (ପିଓ) ମାନଙ୍କୁ ଏଥିପାଇଁ ଅତିରିକ୍ତ ଦାୟିତ୍ୱରେ ରଖାଯାଇଥିବାବେଳେ ଆଉ କେତେକ ରାଜ୍ୟରେ ଅର୍ଥାଭାବ ଯୋଗୁଁ ଏହା କାର୍ଯ୍ୟକାରୀ
ହୋଇପାରୁନାହିଁ । ଘରୋଇ ହିଂସା ବିଶେଷକରି ଶାରିରୀକ, ଆର୍ଥôକ ଓ ଯୌନ ଶୋଷଣର ଶିକାର ହେଉଥିବା ଦେଶର ସଂଖ୍ୟାଧିକ
ମହିଳାଙ୍କ ପାଇଁ ଏହି ଆଇନ୍‌ର ବିଶେଷ ଗୁରୁତ୍ୱ ଥିବାବେଳେ ଠିକଣା ଭାବେ ଏହା କାର୍ଯ୍ୟକାରୀ ହୋଇପାରୁ ନଥିବାରୁ ସେମାନେ
ଏହି ଆଇନ୍‌ରୁ ସହାୟତା ପାଇପାରୁ ନାହାନ୍ତି । ତେଣୁ ସାଧାରଣ ଲୋକେ ବିଶେଷକରି ସାମାଜିକ କର୍ମକର୍ତ୍ତା ମାନେ ଏହି ସମସ୍ୟାକୁ
ଆଗକୁ ଆଣିବା ସହିତ ସରକାର କିଭଳି ଏହି ଆଇନ୍‌କୁ ଠିକଣା ଭାବେ କାର୍ଯ୍ୟକାରୀ କରିବେ ଓ ମହିଳାମାନେ ଏଥିରୁ ଉପକୃତ
ହେବେ ସେ ଦିଗରେ କାର୍ଯ୍ୟ କରିବାକୁ ବୈଠକରେ ମତପ୍ରକାଶ ପାଇଛି ।

Share in top social networks!