“ଭାଇବ୍ରାଣ୍ଟ ଗୁଜୁରାଟ’ ପର୍ଯ୍ୟଟନ ମେଳା ଉଦ୍ଘାଟିତ

ଓଡ଼ିଶାକୁ ଅଧ#କ ପର୍ଯ୍ୟଟକ ଆଣିବା ଲକ୍ଷ୍ୟରେ ଅହମଦାବାଦ-ଭୁବନେଶ୍ୱର ବିମାନସେବା
ଆରମ୍ଭ କରିବା ଉପରେ ଓଡ଼ିଶାର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗୁରୁତ୍ୱ
ଆରୋପ କରିଛନ୍ତିା ଆଜି ସନ୍ଧ୍ୟାରେ ଅହମଦାବାଦଠାରେ ଗୁଜୁରାଟ ସରକାରଙ୍କ ପକ୍ଷରୁ
ଆୟୋଜିତ “ଭାଇବ୍ରାଣ୍ଟ ଗୁଜୁରାଟ’ ପର୍ଯ୍ୟଟନ ମେଳାରେ ସମ୍ମାନିତ ଅତିଥ# ଭାବେ ଯୋଗଦେଇ
ମନ୍ତ୍ରୀ ଶ୍ରୀ ପଣ୍ଡା ଓଡ଼ିଶା ପର୍ଯ୍ୟଟନର ଅଭିବୃଦ୍ଧି ଉପରେ ସମବେତ ଭାରତୀୟ ଓ ବିଦେଶୀ
ଅତିଥ#ମାନଙ୍କୁ ଅବଗତ କରାଇଛନ୍ତିା
ଶ୍ରୀ ପଣ୍ଡା କହିଛନ୍ତି ଯେ ବହୁବିଧ ପର୍ଯ୍ୟଟନ ବିଭବରେ ସମୃଦ୍ଧ ଓଡ଼ିଶା ଘରୋଇ ଓ ବିଦେଶୀ
ପର୍ଯ୍ୟଟକଙ୍କ ପାଇଁ ଚମତ୍କାର ଆକର୍ଷଣା ଓଡ଼ିଶାର ମନ୍ଦିର, କୀର୍ତ୍ତି, ସ୍ଥାପତ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ,
ବନ୍ୟ ସଂପଦ, ବେଳାଭୂମି, ନୃତ୍ୟ-ସଂଗୀତ, ବୟନ-କଳା-ହସ୍ତଶିଳ୍ପର ପ୍ରସିଦ୍ଧି ସମେତ ବୌଦ୍ଧ
ପର୍ଯ୍ୟଟନ, ଆଦିବାସୀ ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ଯଥେଷ୍ଟ ଚାହିଦା ରହିଛିା ସେହି
ଦୃଷ୍ଟିରୁ ଭୁବନେଶ୍ୱର-ବାରଣାସୀ ବିମାନ ଚଳାଚଳ ଆରମ୍ଭ ହୋଇଥ#ବା ବେଳେ ଅହମଦାବାଦ-
ଭୁବନେଶ୍ୱର ବିମାନ ସେବା ପଶ୍ଚିମ ଭାରତୀୟ ପର୍ଯ୍ୟଟକମାନଙ୍କ ପାଇଁ ଅନୁକୂଳ ହେବ ବୋଲି ମନ୍ତ୍ରୀ
ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତିା
ସେ କହିଛନ୍ତି ଯେ ଓଡ଼ିଶାର ଲଳିତଗିରି-ରନ#ଗିରି-ଉଦୟଗିରି ହୀରକ ତ୍ରିଭୂଜ ଓ ପୁରୀ-
ଭୁବନେଶ୍ୱର-କୋଣାର୍କ ସ୍ୱର୍ଣ୍ଣ ତ୍ରିଭୂଜ ପର୍ଯ୍ୟଟନ ଆକର୍ଷଣ ହୋଇଥ#ବା ବେଳେ ନିକଟରେ
ଭୁବନେଶ୍ୱରକୁ ସ୍ମାର୍ଟ ସିଟି ମାନ୍ୟତା ମିଳିଛିା ଓଡ଼ିଶାରେ ବାର୍ଷିକ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ
ଅନୁଷ୍ଠିତ ହେଉଛିା ଓଡ଼ିଶା ପରି ଗୁଜୁରାଟରେ ମଧ୍ୟ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସିଦ୍ଧ ହୋଇଥ#ବା
ବେଳେ ପଶ୍ଚିମ ଭାରତରୁ ଅଧ#କ ସଂଖ୍ୟକ ପର୍ଯ୍ୟଟକ ଓଡ଼ିଶା ଆସିବା ଦିଗରେ ଟୁର
ଅପରେଟର୍ସମାନେ ଉଦ୍ୟମ କରିବା ଆବଶ୍ୟକା ଓଡ଼ିଶାକୁ ଘରୋଇ ପର୍ଯ୍ୟଟକ ଓ ବିଦେଶୀ
ପର୍ଯ୍ୟଟକଙ୍କ ଆଗମନ ଗତ ବର୍ଷ ପୂର୍ବ ବର୍ଷ ତୁଳନାରେ ଯଥାକ୍ରମେ ଶତକଡା ୧୧ ଓ ୭ ହାରରେ
ବୃଦ୍ଧି ପାଇଛିା ରାଜ୍ୟ ସରକାର ପର୍ଯ୍ୟଟନ ନୀତି କାର୍ଯ୍ୟକାରୀ କରିଛନ୍ତିା
ଏହି ପର୍ଯ୍ୟଟନ ମେଳାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଆନନ୍ଦିବେନ୍ ପଟେଲ ଉଦ୍ଘାଟନ
କରିଥ#ବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଭାରତରେ ଥ#ବା କାନାଡାର କନ୍ସଲ ଜେନେରାଲ
ଜୋର୍ଡନ୍ ରିଭିସ୍, ବ୍ରିଟେନ୍ର ଡେପୁଟି ହାଇକମିଶନର ଜିଓଫ୍ େଓ୍ୱନ୍, ଟୁ୍ୟନିସିଆର ଡେପୁଟି ଚିଫ୍
ଅଫ୍ ମିଶନ୍ ଜାମେଲ ବୌଦଜାଟିଆ, ଗୁଜୁରାଟର ପର୍ଯ୍ୟଟନ ମନ୍ତ୍ରୀ ସୌରଭଭାଇ ପଟେଲ୍,
ଭାରତୀୟ ଟୁର ଅପରେଟର ମହାସଂଘର ସଭାପତି ସୁବାଷ ଗୋଏଲ୍ଙ୍କ ସମେତ ଦେଶ ବିଦେଶରୁ
ନିମନ୍ତ୍ରିତ ଅତିଥ#ମାନେ ଉପସ୍ଥିତ ଥ#ଲୋ ସେମାନଙ୍କ ଗହଣରେ ଓଡ଼ିଶା ପର୍ଯ୍ୟଟନ ସମ୍ବଳିତ
ଦୃଶ୍ୟଶ୍ରାବ୍ୟ ଉପସ୍ଥାପନା ପରିବେଷିତ ହୋଇଥ#ଲାା

Share in top social networks!