ନବନିର୍ମାଣ କୃଷକ ସଂଗଠନ ସହ ମନ୍ତ୍ରୀ ଶ୍ରୀ ଦାସବର୍ମାଙ୍କ ଆଲୋଚନା

କୃଷି ଓ କୃଷକଙ୍କର ଉନ୍ନତିକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରିଛନ୍ତି ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ମାଧ୍ୟମରେ ଏହାର ପ୍ରତିଫଳନ ଘଟିଛିା ନବନିର୍ମାଣ କୃଷକ ସଂଗଠନର ବିଭିନ୍ନ ଦାବି ଓ ପ୍ରସ୍ତାବ ସଂପର୍କରେ ସରକାର ଆନ୍ତରିକତା ସହ ବିଚାର କରୁଛନ୍ତିା ଅନେକ ପ୍ରସ୍ତାବ କାର୍ଯ୍ୟକାରୀ ହୋଇଛି ଓ କେତେକ ପ୍ରସ୍ତାବ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବାକୁ ବିଚାର ଚାଲିଛିା ଚାଷ ଓ ଚାଷୀମାନଙ୍କର ସମସ୍ୟାର ଅନୁଧ୍ୟାନ, ସମାଧାନ ଓ କାର୍ଯ୍ୟକାରୀ ହେଉଥ#ବା ବିଭିନ୍ନ କାର୍ଯ୍ୟକ୍ରମଗୁଡିକର ତୃଣମୂଳସ୍ତରୀୟ ସଫଳ ରୂପାୟନ ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧ#କାରୀମାନଙ୍କୁ ନେଇ ୩ଟି ରାଜସ୍ୱ ଡିଭିଜନ୍ସ୍ତରୀୟ କମିଟି ଗଠନ କରାଯିବ ଓ ଏହି କମିଟି ପ୍ରତି ଦୁଇମାସରେ ଅନ୍ତତଃ ଥରେ ବୈଠକ ଡକାଇ ସମୀକ୍ଷା କରିବୋ ଏହି କମିଟିରେ ଚାଷୀ ପ୍ରତିନିଧ#ମାନଙ୍କୁ ସାମିଲ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂଜୟ କୁମାର ଦାସ ବର୍ମା ପ୍ରକାଶ କରିଛନ୍ତିା
ଆଜି ସଚିବାଳୟଠାରେ ନବନିର୍ମାଣ କୃଷକ ସଂଗଠନର ବିଭିନ୍ନ ଦାବି ଓ ପ୍ରସ୍ତାବ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛିା ଚାଷୀମାନଙ୍କଠାରୁ ସମସ୍ତ ବଳକା ଧାନ କିଣିବାକୁ ସରକାର ପ୍ରସ୍ତୁତ ବୋଲି ମନ୍ତ୍ରୀ ଶ୍ରୀ ଦାସବର୍ମା ସୂଚନା ଦେବା ସହ ଚାଷୀମାନଙ୍କୁ ମଣ୍ଡିରେ ଗନିବ୍ୟାଗ୍ ପଇସା ଫେରାଇବା ନିଷ୍ପତ୍ତିକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିା କେନ୍ଦ୍ର ସରକାର ଧାନ କିଣା ବାବଦରେ ବୋନସ୍ ଦେବାକୁ ମନା କରିଥ#ବାରୁ ବର୍ତ୍ତମାନ ପରିସ୍ଥିତିରେ ବୋନସ୍ ଦେବା ସମ୍ଭବ ହେଉନାହିଁ ବୋଲି ବୈଠକରୁ ଜଣାପଡିଛିା
ଚଳିତ ବର୍ଷ ଘରୋଇ କ୍ଷେତ୍ରରେ ୩୦ଟି ଓ ସରକାରୀ କ୍ଷେତ୍ରରେ ୧୬ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଉଛିା ଆଗରୁ ୧ ଲକ୍ଷ ୨୭ ହଜାର ମେଟି୍ରକ୍ ଟନ୍ କ୍ଷମତା ଥ#ଲା ବେଳେ ଚଳିତ ବର୍ଷ ଆଉ ଅଧ#କ ୫୬ ହଜାର ୫୦୦ ମେଟି୍ରକ୍ ଟନ୍ କ୍ଷମତା ସୃଷ୍ଟି କରାଯାଇଛିା ରାଜ୍ୟ ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୩ ଆଧାରରେ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି ଓ ବର୍ତ୍ତମାନ ସୁଦ୍ଧା ଅଗ୍ରଗତି ସନ୍ତୋଷଜନକ ଥ#ବା ବୈଠକରେ ସୂଚନା ଦିଆଯାଇଛିା ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ସହିତ ମଧୁର ଜଳ ମତ୍ସ୍ୟଚାଷକୁ ଗୁରୁତ୍ୱ ଦେବାକୁ ସଂଗଠନର ପ୍ରସ୍ତାବ ଆଧାରରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ଷ„, ମାଙ୍କଡ ଓ ହାତୀମାନଙ୍କ ଦ୍ୱାରା ଫସଲ ନଷ୍ଟ ନିମନ୍ତେ କ୍ଷତିପୂରଣ ଦେବା ଓ ଦୀର୍ଘମିଆଦୀ ନିରାକରଣ ବ୍ୟବସ୍ଥା ଉପରେ ସରକାରୀ କାର୍ଯ୍ୟକ୍ରମ ଓ ବିଧ#ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଛିା ତୃଣମୂଳସ୍ତରରେ କାର୍ଯ୍ୟକରୁଥ#ବା ସଂପ୍ରସାରଣ ଅଧ#କାରୀ ଓ କର୍ମଚାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ ସହ ଚାଷୀଙ୍କ ପ୍ରତ୍ୟକ୍ଷ ସଂପର୍କରେ ଆସିବାକୁ ମନ୍ତ୍ରୀ ଶ୍ରୀ ଦାସ ବର୍ମା ପରାମର୍ଶ ଦେଇଛନ୍ତିା ଓମ୍ଫେଡ୍ ପକ୍ଷରୁ ପ୍ରାୟ ୩୦୦କୋଟି ଟଙ୍କା ବିନିଯୋଗରେ ଏକ ଅଟୋମେଟେଡ୍ ପାଉଡର ପ୍ଲାଣ୍ଟ ସ୍ଥାପନ କରାଯାଉଥ#ବା କୁହାଯାଇଛିା
ଚାଷୀଙ୍କୁ ପେନ୍ସନ୍ ପ୍ରଦାନ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ଦାସବର୍ମା ଭାରତର ଅନ୍ୟ ରାଜ୍ୟର ବ୍ୟବସ୍ଥାବଳୀର ଅନୁଧ୍ୟାନ କରିବାକୁ ବିଭାଗୀୟ ଅଧ#କାରୀମାନଙ୍କୁ ପରାମର୍ଶ ଦେଇଛନ୍ତିା ନିତି ଆୟୋଗ ଗଠନ ପରେ କେନ୍ଦ୍ରର ରାଜ୍ୟକୁ ଆଥ#ର୍କ ଅନୁଦାନ ଓ ସହାୟତା ଆଦି ସଂପର୍କରେ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିାଁ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ତର୍ଜମା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ବର୍ମା ସୂଚନା ଦେଇଛନ୍ତିା
ଏହି ବୈଠକରେ କୃଷି ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ସଚିବ, ଭୁବନେଶ୍ୱର-କଟକ ପୁଲିସ୍ କମିଶନର, ଶିଳ୍ପ ନିର୍ଦ୍ଦେଶକ, ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ, କୃଷି ଓ ଖାଦ୍ୟ ଉତ୍ପାଦନ କମିଶନର ତଥା ନିର୍ଦ୍ଦେଶକ, ସମବାୟ ସମିତି ସମୂହ ନିବନ୍ଧକଙ୍କ ସମେତ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର, ଯୁଗ୍ମ ସଂପାଦକ ଶେଷଦେବ ନନ୍ଦ, ରଶ୍ମିରଞ୍ଜନ ସ୍ୱାଇଁ, ରମାକାନ୍ତ ଜେନା, ଉମାକାନ୍ତ ରାଉତ, ନିମାଇଁ ରାୟ ପ୍ରମୁଖ ଯୋଗ ଦେଇ ସେମାନଙ୍କର ମତାମତ ଉପସ୍ଥାପନ କରିଥ#ଲୋ

Share in top social networks!