“ବେଟି ବଚାଓ ବେଟି ପଢାଓ’ କାର୍ଯ୍ୟକାରିତା ନିମନ୍ତେ ସମନ୍ୱୟ ବୈଠକ

ଆଜି ପୂର୍ବାହ୍ନରେ ସ୍ଥାନୀୟ ପାନ୍ଥନିବାସଠାରେ “ବେଟି ବଚାଓ ବେଟି ପଢାଓ’ର କାର୍ଯ୍ୟକାରିତା
ନିମନ୍ତେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛିା
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଅର୍ଥ) ଆର୍. ବାଲକ୍ରିଷ୍ଣନ୍ଙ୍କ ଅଧ୍ୟକ୍ଷତାରେ
ଆୟୋଜିତ ସମନ୍ୱୟ ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ବିଶାଳ
କୁମାର ଦେବ ଓ ବିଭାଗୀୟ (ସମାଜ କଲ୍ୟାଣ) ନିର୍ଦ୍ଦେଶକ ଆର୍.ପି. ସିଂ ଯୋଗଦେଇ ବିଭିନ୍ନ ବିଭାଗ
ମଧ୍ୟରେ ସମନ୍ୱୟ ରକ୍ଷା ସହିତ ଏହି ଯୋଜନାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଆରୋପ କରିଥ#ଲୋ
୨୦୧୫ ମସିହା ଜାନୁଆରୀ ମାସରୁ ଓଡ଼ିଶାର ନୟାଗଡ ଜିଲ୍ଲାରେ “ବେଟି ବଚାଓ ବେଟି ପଢାଓ’
କାର୍ଯ୍ୟକ୍ରମ ଆରମ୍ଭ ହୋଇଛିା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଲିଙ୍ଗକୈନ୍ଦ୍ରିକ ଚୟନର ପ୍ରତିରୋଧ,
ଶିଶୁକନ୍ୟାର ଜୀବନରକ୍ଷା ଓ ସୁରକ୍ଷା, ଶିଶୁକନ୍ୟାର ଅଂଶଗ୍ରହଣ ଓ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନା
ସାମଗ୍ରିକ ଭାବେ ଏହି ଯୋଜନାର ଲକ୍ଷ୍ୟ ହେଉଛି କନ୍ୟା ସନ୍ତାନର ମହତ୍ତ୍ୱ ଓ ଶିକ୍ଷାଦାନା ଏହି ଯୋଜନାର
କାର୍ଯ୍ୟକାରିତା ପାଇଁ ଗଣ ଅଭିଯାନ ନିମନ୍ତେ ଅଗ୍ରାଧ#କାର ଭିତ୍ତିରେ ବହୁସ୍ତରୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରାଯାଉଛିା ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରରେ ଯୋଜନାର ବହୁକ୍ଷେତ୍ରୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଂପୃକ୍ତ
ବିଭିନ୍ନ ବିଭାଗ ଯଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ପଞ୍ଚାୟତିରାଜ, ବିଦ୍ୟାଳୟ ଓ ଗଣଶିକ୍ଷା, ଶ୍ରମ ଓ
ଇ.ଏସ୍.ଆଇ ଏବଂ ଜାତିସଂଘ ଏଜେନ୍ସୀର ପ୍ରତିନିଧ#ମାନେ ଏହି ସମନ୍ୱୟ ବୈଠକରେ ଯୋଗଦାନ କରି ବହୁ
ମୂଲ୍ୟବାନ ମତାମତ ପ୍ରଦାନ କରିଥ#ଲୋ ସମନ୍ୱିତ ଭାବେ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ସଂପୃକ୍ତ
ବିଭାଗ ପ୍ରତିଶ୍ରୁତି ଦେଇଥ#ଲୋ “ବେଟି ବଚାଓ ବେଟି ପଢାଓ’ ଯୋଜନାର ସଫଳ କାର୍ଯ୍ୟକାରିତା ନିମନ୍ତେ
ଏହି ବୈଠକରେ ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ଯୋଜନାର ସବିଶେଷ ଆଲୋଚନା କରାଯାଇଥ#ଲାା

Share in top social networks!