ବିପର୍ଯ୍ୟୟ ମୁକାବିଲା ପାଇଁ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ରାଜ୍ୟକୁ ୭୦୭ କୋଟି ଟଙ୍କପ୍ରଦାନ କରି-ମରୁଡି ସହାୟତା ବାବଦରେ ୪୭ କୋଟି ଟଙ୍କା ରାଜ୍ୟ ତହବିଲକୁ ଆସି ସାରିଛି

12729302_1681375235412820_891846547936519947_nରାଜ୍ୟରେ ମରୁଡି ପରିସ୍ଥିତିର ମୁକାବିଲା କରିବା ପାଇଁ କେନ୍ଦ୍ର ମଂଜୁର କରିଥିବା ୮୧୫ କୋଟି ଟଙ୍କାରୁ ଟଙ୍କାରୁ ଆଦୌ ଅର୍ଥ ଆସି ନାହିଁ ବୋଲି ରାଜ୍ୟ ସରକାରଙ୍କର ଅଭିଯୋଗ ଭିତିହୀନ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏକ ପ୍ରେସ ଇସ୍ତାହାରରେ କହିଛନ୍ତି ।

ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାରଙ୍କୁ ଏ ପର୍ଯ୍ୟନ୍ତ ୭୦୭ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଶ୍ରୀ ପଣ୍ଡା କହିଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି ଯେ ମରୁଡି ସହାୟତାର ୮୧୫ କୋଟି ଟଙ୍କାରୁ ୪୭ କୋଟି ଟଙ୍କା, ରାଜ୍ୟ ଏସଡିଆରଏଫକୁ କେନ୍ଦ୍ରୀୟ ଅଂଶ ବାବଦରେ ଦୁଇଟି କିସ୍ତିରେ ୫୬୦ କୋଟି ଟଙ୍କା ଓ ଫାଇଲିନର ବକାୟା ସହାୟତା ରାଶି ୪୦୦ କୋଟି ଟଙ୍କାରୁ ପାଖାପାଖି ଶହେ କୋଟି ଟଙ୍କା ରାଜ୍ୟ ସରକାରଙ୍କ ତହବିଲକୁ ଆସି ସାରିଛି । ରାଜ୍ୟ ସରକାରଙ୍କ ପାଖରେ କେନ୍ଦ୍ର ସରକାରଙ୍କ ଠାରୁ ଏତେ ମାତ୍ରାରେ ଅର୍ଥ ଆସି ସାରିଥିବା କାରଣରୁ ରାଜ୍ୟର ବିପର୍ଯ୍ୟୟ ବାବଦରେ ଅର୍ଥ ବ୍ୟୟର କିଛି ଅସୁବିଧା ନାହିଁ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।

ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡିଶା ସମେତ ମୋଟ ୧୫ ରାଜ୍ୟ ଯଥା ଛତିଶଗଡ, ମଧ୍ୟ ପ୍ରଦେଶ ,ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ମଣିପୁର, ଆନ୍ଧ୍ର ପ୍ରଦେଶ, ଉତର ପ୍ରଦେଶ, ତେଲଙ୍ଗାନା, ଝାଡଖଣ୍ଡ, ଆସାମ, ହିମାଚଳ ପ୍ରଦେଶ, ନଗାଲ୍ୟାଣ୍ଡ ଓ ତାମିଲନାଡୁ ମରୁଡି ଦ୍ୱାରା ପ୍ରଭାବିତ ହୋଇଛନ୍ତି । ମରୁଡି ପ୍ରଭାବିତ ସବୁ ରାଜ୍ୟକୁ ଯେଉଁ ଆଧାରରେ ଅର୍ଥ ପ୍ରଦାନ କରାଯାଉଛି ଓଡିଶାକୁ ମଧ୍ୟ ସେହି ସମାନ ନିୟମ ଆଧାରରେ ସମ୍ପୂର୍ଣ ପାରଦର୍ଶିତାର ସହିତ ଅର୍ଥ ପ୍ରଦାନ କରାଯାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହି ରାଜ୍ୟ ମାନଙ୍କ ତୁଳନାରେ ଚଳିତ ମରୁଡି ପରିପ୍ରେକ୍ଷୀରେ ଓଡିଶା ସମ୍ପୂର୍ଣ ନ୍ୟାୟ ସଙ୍ଗତ ଭାବେ ସାହାଯ୍ୟ ପାଇଛି । ବର୍ତମାନ ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଅନ୍ୟ ମରୁଡି ପ୍ରଭାବିତ ରାଜ୍ୟ ମାନଙ୍କ ତୁଳନାରେ ଓଡିଶା ସହ କିପରି ଓ କଣ ଅବହେଳା କରାଗଲା ସେ ସମ୍ପର୍କରେ ଭିତିହୀନ ଅଭିଯୋଗ ନ କରି ନିର୍ଦିଷ୍ଟ ଆପତି କଣ ରହିଛି ତାହା ସ୍ପଷ୍ଟ କରିବାକୁ ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ।

ଭୁଲ ତଥ୍ୟ ପ୍ରଦାନ କରି କେନ୍ଦ୍ରୀୟ ଅବହେଳାର ମିଛ ଡ୍ରାମା କରିବା ପାଇଁ ରାଜ୍ୟ ସରକାର ଯେଉଁ ପ୍ରୟାସ କରୁଛନ୍ତି, ତାହା ଜନମତକୁ ପ୍ରଭାବିତ କରିବାରେ ବିଫଳ ହେବ କାରଣ ମୋଦି ସରକାର ସର୍ବ ସାଧାରଣରେ ସତ୍ୟକୁ ତଥ୍ୟ ସହିତ ଲୋକ ଲୋଚନରେ ଉପସ୍ଥାପିତ କରି ଆସୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଭାରତ ଓ ଓଡିଶାକୁ ପ୍ରଗତିର ପ୍ରୟୋଗଶାଳା କରିବା ପାଇଁ ବଦ୍ଧ ପରିକର । ଏ ପରିସ୍ଥିତିରେ ବିଜେଡିର କେନ୍ଦ୍ରୀୟ ଅବହେଳା ସ୍ଲୋଗାନ ନିରର୍ଥକ ହୋଇ ପଡିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତିା

Share in top social networks!