ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ପଞ୍ଚାୟତିରାଜ ବିଭାଗର ବର୍ଷବ୍ୟାପୀ କାର୍ଯ୍ୟକ୍ରମ

panchyatirajପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷ୍ୟେ ପଞ୍ଚାୟତିରାଜ ବିଭାଗ ଆନୁକୂଲ୍ୟରେ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛିା ଗ୍ରାମ ପଞ୍ଚାୟତ, ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରରେ କାର୍ଯ୍ୟକ୍ରମମାନ ଆୟୋଜିତ ହେବା ପଞ୍ଚାୟତିରାଜ ବ୍ୟବସ୍ଥାର ସଫଳ ରୂପାୟନ ଓ ସୁଦୃଢୀକରଣରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଅଙ୍ଗୀକାର ଓ ଅବଦାନର ସ୍ମ&ୃତିଚାରଣ ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବା ପ୍ରତିବର୍ଷ ଭଳି ଚଳିତ ବର୍ଷ ମାର୍ଚ୍ଚ ୫ ତାରିଖ ଦିନ ବିଜୁ ପଟ୍ଟନାୟକଙ୍କ ଜନ୍ମ ତିଥ#କୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯିବା ରାଜ୍ୟସ୍ତରରେ ଏହାକୁ ମହାସମାରୋହରେ ପାଳନ କରାଯିବ ଓ ଏହାର ସଫଳ ଆୟୋଜନରେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବିଭିନ୍ନ ସଂପୃକ୍ତ ବିଭାଗର ସହଯୋଗ କାମନା କରିଛନ୍ତିା
ଆଜି ସଚିବାଳୟଠାରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହର ପ୍ରସ୍ତୁତି ନିମନ୍ତେ ଅନ୍ତର୍ବିଭାଗୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟକ୍ରମର ରୂପରେଖ ଚୂଡାନ୍ତ କରାଯାଇଛିା ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହ ମାର୍ଚ୍ଚ ୫ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବା ଏଥ#ରେ ୬୨୧୧ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟାଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟସଭ୍ୟା/କର୍ମକର୍ତ୍ତା ଓ ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧ#କାରୀମାନେ ଯୋଗଦେବୋ ପ୍ରାୟ ୨୦ ହଜାର ଜନସମାବେଶର ଆଶା କରାଯାଉଛିା ସମାବେଶରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥ# ରୂପେ ଯୋଗ ଦେଇ ସମ୍ବୋଧ#ତ କରିବେ ଏବଂ ଏହି ସମାବେଶକୁ ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, ସାଂସଦ, ବିଧାୟକ, ଭୁବନେଶ୍ୱର ମେୟର, ବିଭିନ୍ନ ନିଗମର ଅଧ୍ୟକ୍ଷ ଏବଂ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧ#କାରୀମାନଙ୍କୁ ଆମନ୍ତ୍ରଣ କରାଯିବା
ପଞ୍ଚାୟତିରାଜ ଦିବସ ସମାରୋହ ଉପଲକ୍ଷେ “ଉତ୍କଳ ପ୍ରସଙ୍ଗ’ ଓ “ଓଡ଼ିଶା ରିଭୁ୍ୟ’ର ବିଶେଷ ସଂଖ୍ୟା ପ୍ରକାଶ ପାଇବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମମୟ ଜୀବନକୁ ନେଇ ଫଟୋ ପ୍ରଦର୍ଶନୀ ହେବା ଏହା ସହିତ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମ ଆଧାରିତ ପ୍ରଦର୍ଶନୀ ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, କୃଷି ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ହେବ ବୋଲି ନିଷ୍ପତ୍ତି ହୋଇଛିା
ବୈଠକରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଟ୍ରାଫିକ୍ ଓ ଆଇନ୍ଶୃଙ୍ଖଳା ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ, ନିରବଚ୍ଛିନ୍ନ ବିଦୁ୍ୟତ୍ ଯୋଗାଣ, ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ, ଅଗ୍ନିଶମ ସେବା ଆଦି ସଂପର୍କରେ ଆଲୋଚନା କରାଯାଇ ବିହିତ ବ୍ୟବସ୍ଥା କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛିା
ସଂସ୍କୃତି ବିଭାଗ ସହଯୋଗରେ ବିଷୟଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସମ୍ମିଳନୀରେ ଯୋଗ ଦେଉଥ#ବା ପ୍ରତିନିଧ#ଙ୍କ ଅସ୍ଥାୟୀ ଆବାସ ନିମନ୍ତେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଓ ଅନୁଷ୍ଠାନଗୁଡିକର ସହଯୋଗ ଲୋଡା
ଯାଇଛିା ସେହିପରି ସଭାସ୍ଥଳରେ ଶୃଙ୍ଖଳା ରକ୍ଷା ନିମନ୍ତେ ସିଭିଲ୍ ଡିଫେନ୍ସର ସେ୍ୱଚ୍ଛାସେବୀମାନଙ୍କୁ ମୁତୟନ କରାଯିବା
ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମନ୍ୱୟ ବୈଠକରେ ପଞ୍ଚାୟତିରାଜ ବିଭାଗର କମିଶନର ତଥା ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ପୁଲିସ୍ କମିଶନର ଯୋଗେଶ ବାହାଦୂର ଖୁରାନିଆ, ସୂଚନା ଓ ଲୋକସଂପର୍କ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଡେପୁଟି ପୁଲିସ କମିଶନର ସତ୍ୟବ୍ରତ ଭୋଇ, ପଞ୍ଚାୟତିରାଜ ନିର୍ଦ୍ଦେଶକ ଦେବେନ୍ଦ୍ର ପ୍ରସାଦ ଦାସ, ନିର୍ଦ୍ଦେଶକ, ସ୍ୱତନ୍ତ୍ର ପ୍ରକଳ୍ପ ନିତିନ ଭାନୁଦାସ ଜଓ୍ୱାଲେ, ଜିଲ୍ଲାପାଳ, ଖୋର୍ଦ୍ଧା ନିରଞ୍ଜନ ସାହୁ ଓ ସଂପୃକ୍ତ ବିଭାଗର ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!