ପରିମଳ ସଚେତନତା ଅଭିଯାନକୁ ଅଧ#କ ସଘନ ଓ ଲକ୍ଷ୍ୟଭିତ୍ତିକ କରାଯିବ ।

ଗ୍ରାମୀଣ ପରିମଳ ସଚେତନତା ଅଭିଯାନକୁ ଅଧ#କ ସଘନ ଓ ଲକ୍ଷ୍ୟଭିତ୍ତିକ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ
ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସଚିବାଳୟ ସଭାପ୍ରକୋଷ୍ଠରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଗ୍ରାମାଞ୍ଚଳରେ ପାଇଖାନା
ନିର୍ମାଣ ଓ ବ୍ୟବହାର କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରି ଶ୍ରୀ ପାଢ଼ୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ପାଇଖାନା ନିର୍ମାଣ ଯେତିକି ଆବଶ୍ୟକ
ପାଇଖାନାର ଉପଯୁକ୍ତ ବ୍ୟବହାର ନିମନ୍ତେ ଲୋକମାନଙ୍କ ମନୋଭାବ ଓ ଅଭ୍ୟାସର ପରିବର୍ତ୍ତନ ତାଠାରୁ ଅଧ#କ ଗୁରୁତ୍ୱପୂଣ୍ଣ ର୍ ବୋଲି ଶ୍ରୀ
ପାଢ଼ୀ ମତଦେଇ ଏଦିଗରେ ସଚେତନତା ମୂଳକ କାର୍ଯ୍ୟକ୍ରମକୁ ଅଧ#କ ସଘନ ଓ ଫଳାପଳ ଆଧାରିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥ#ଲେ
। ଗ୍ରାମ ସ୍ତରରେ ପରିମଳ, ସ୍ୱାସ୍ଥ୍ୟ ପୃଷ୍ଟି ଆଦି କ୍ଷେତ୍ରରେ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ କରାଯାଉଥ#ବା ଯୋଜନା ଗୁଡିକର ଏକ ସମନ୍ୱିତ
ସୂଚନା ପ୍ରସାରଣ ଓ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଉନ୍ନୟନ କମିଶନର ଶ୍ରୀ ଆର.ବାଲାକ୍ରିଷ୍ଣନ୍ ପରାମର୍ଶ ଦେଇଥ#ଲେ । ଗ୍ରାମ
ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର କହିଥ#ଲେ ଯେ, ‘ବାହାରେ ମଳ ତ୍ୟାଗ ମୁକ୍ତଦ ଅଂଚଳରେ ସ୍ୱାସ୍ଥ୍ୟ ମାନାଙ୍କ
ଗୁଡିକରେ ଅବିବୃଦ୍ଧି ପରିଲକ୍ଷିତ ହେଉଛି । ବୈଜ୍ଞାନିକ ଅନୁଶୀଳନ ସମନ୍ୱିତ ସଚେତନତା ଭିତ୍ତିକ ସିନେମା ଓ ପ୍ରାମାଣିକ ଚିତ୍ର ଆଦି ମାଧ୍ୟମରେ
ଲୋକମାନଙ୍କ ମଧ୍ୟରେ ସକରାତ୍ମକ ସଚେତନତା ସୃଷ୍ଟି ହେଉଛି ବୋଲି ମଧ୍ୟ ଶ୍ରୀ ମହାପାତ୍ର କହିଥ#ଲେ ।
ଗ୍ରାମ ସମୁଦାୟର ସକ୍ରିୟ ସହଯୋଗରେ ବ୍ୟକ୍ତିଗତ ଘରୋଇ ସ୍ତରରେ ପାଇଖାନା ନିର୍ମାଣ ଏବଂ ଅଧ#କରୁ ଅଧ#କ ଗ୍ରାମକୁ ‘ବାହାରେ
ମଳ ତ୍ୟାଗ ମୁକ୍ତଦ ଗ୍ରାମ ଭାବେ ପ୍ରସ୍ତୁତ କରିବା ବିଷୟରେ ବୈଠକରେ ବିଷଦ ଆଲୋଚନା ହୋଇଥ#ଲା । ଏଥ# ପାଇଁ ଦକ୍ଷତା ବିକାଶ ଏବଂ
ସମନ୍ନ୍ୱିତ ଭାବେ ଲକ୍ଷ୍ୟଭିତ୍ତିକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପରାମର୍ଶ ଦେଇଥ#ଲେ । ଆଗାମୀ
ବର୍ଷରେ ଏସବୁ କାର୍ଯ୍ୟକ୍ରମୟୁନିସେଫ୍ ସହଯୋଗରେ କରାହେବ । ଏଥ#ପାଇଁ ବ୍ଲକ୍, ଜିଲ୍ଲା ଓ ପଂଚାୟତ ସ୍ତରରେ ପ୍ରାୟ ୬୭୦ ଜଣ ସେ୍ୱଚ୍ଛାସେବୀ
ସଂଯୋଜକ ଭାବେ କାର୍ଯ୍ୟ କରୁଛନ୍ତି ।
ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ୱଚ୍ଛ ଭାରତ ମିଶନ-୨୦୧୪ ସର୍ଭେ ଅନୁସାରେ ଗ୍ରାମୀଣ ଓଡ଼ିଶାରେ ପ୍ରାୟ ୯୦,୨୦,୧୦୦ ପରିବାର
ବସବାସ କରୁଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ଲକ୍ଷ ୩୮ ହଜାରୁ ଉ–ର୍ ପରିବାରଙ୍କର ଘରୋଇ ପାଇଖାନା ଅଛି । ୨୦୧୪-୧୫ ଏବଂ
୨୦୧୫-୧୬ ବର୍ଷରେ ଅଧ#କ ୯,୬୪,୪୮୨ ଟି ବ୍ୟକ୍ତିଗତ ଘରୋଇ ପାଇଖାନା ନିର୍ମାଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାର
୧୬୪୩ ଟି ଗ୍ରାମ, ୭୧ ଟି ଗ୍ରାମ ପଂଚାୟତ ଏବଂ ୨ ଟି ବ୍ଲକ୍କୁ& ‘ସଂପୂଣ୍ଣ ର୍ ବାହାରେ ମଳତ୍ୟାଗ ମୁକ୍ତଦ ଅଂଚଳ ଭାବେ ଘୋଷଣା କରାଯାଇଛି ।
ଗଜପତି ଜିଲ୍ଲାର କାଶିନଗର ବ୍ଲକ୍ ରାଜ୍ୟର ପ୍ରଥମ ‘ସଂପୂଣ୍ଣ ର୍ ମଳତ୍ୟାଗ ଅଂଚଳଦ ଭାବେ ମାନ୍ୟତା ପାଇଛି ।
ବୈଠକରେ ଉନ୍ନୟନ କମିଶନର ଶ୍ରୀ ଆର.ବାଲାକ୍ରିଷ୍ଣନ୍, ପଂଚାୟତିରାଜ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ,
ମହିଳା ଓ ଶିଶୁ ବିକାଶ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଅଧ#କାରୀ, ସେ୍ୱଚ୍ଛାସେବୀ
ସଂଗଠନ ପ୍ରତିନିଧ# ଏବଂ ବିଶେଷଜ୍ଞମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥ#ଲେ ।

Share in top social networks!