ଅନୁସୂଚିତ ଜାତି ଓ ଜନଜାତିର ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ପାଇଁ ଅଧ#କ ଅର୍ଥ ଆବଶ୍ୟକ-ମନ୍ତ୍ରୀ ଶ୍ରୀ ମାର୍ଣ୍ଡି

sudammarandiଆଜି ପୂର୍ବାହ୍ନରେ ନୁଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଅନ&ୁସୂଚିତ ଜନଜାତି ଓ ଜାତିଙ୍କ ସାମାଜିକ ସୁରକ୍ଷା ଅଧ#କାର ଆଇନ ତଥା ଆଦିବାସୀଙ୍କ ଉପରେ ହେଉଥ#ବା ନିର୍ଯ୍ୟାତନା ନିରୋଧ ଆଇନର କାର୍ଯ୍ୟକାରିତା ନେଇ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟ କ୍ରୀଡା, ଯୁବସେବା ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡିର୍ ଯୋଗଦେଇ ରାଜ୍ୟରେ ଉପରୋକ୍ତ ଆଇନର ସଫଳ କାର୍ଯ୍ୟକାରିତା ନିମନ୍ତେ ଅଧ#କ ଅର୍ଥ ବରାଦ କରିବାକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତିା

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଥଓ୍ୱାରଚାନ୍ଦ ଗେହ୍ଲୋଟ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦେଶର ବିଭିନ୍ନ ରାଜ୍ୟରେ ଅନୁସୂଚିତ ଜନଜାତି ଓ ଜାତିଙ୍କ ସାମାଜିକ ଅଧ#କାର ସୁରକ୍ଷା ଆଇନ ତଥା ଆଦିବାସୀମାନଙ୍କ ଉପରେ ହେଉଥ#ବା ନିର୍ଯ୍ୟାତନା ନିରୋଧ ଆଇନ୍ର କାର୍ଯ୍ୟକାରିତା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥ#ଲାା

ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଥ#ଲେ ଯେ ଓଡ଼ିଶାରେ ଅନୁସୂଚିତ ଜନଜାତି ଓ ଜାତିର ଲୋକସଂଖ୍ୟା ପ୍ରାୟ ୧ କୋଟି ୭୦ ଲକ୍ଷ ହୋଇଥ#ବା ବେଳେ ରାଜ୍ୟ ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତା ରାଜ୍ୟରେ ବିଭିନ୍ନ କଲ୍ୟାଣମ&ୂଳକ କାର୍ଯ୍ୟକ୍ରମର ରୂପାୟନ ବେଳେ ସେମାନଙ୍କୁ ସମାନ ଦୃଷ୍ଟି ପ୍ରଦାନ କରାଯାଉଛିା ୨୦୧୧ ଜନଗଣନା ଅନୁସାରେ ଅନୁସୂଚିତ ଜନଜାତି ଓ ଜାତିଙ୍କ ମଧ୍ୟରେ ସାକ୍ଷରତା ୧୫ ପ୍ରତିଶତ ହାରରେ ବୃଦ୍ଧି ପାଇଛିା ମାନବିକ ଅଧ#କାର ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାସ୍ତରରେ ପ୍ରକୋଷ୍ଠମାନ କାର୍ଯ୍ୟକରୁଛି ଏବଂ ଏହା ମାଧ୍ୟମରେ ସେମାନଙ୍କୁ ତ୍ୱରିତ ସାମାଜିକ ନ୍ୟାୟ ପ୍ରଦାନ କରାଯାଉଛିା ସେହିପରି ସେମାନଙ୍କ ଉପରେ ନିର୍ଯ୍ୟାତନା ଓ ଅତ୍ୟାଚାରଜନିତ ମାମଲାଗୁଡିକର ଫଇସଲା ପାଇଁ ଜିଲ୍ଲା ଦୌରା ଜଜ୍ ଓ ଅତିରିକ୍ତ ଦୌରା ଜଜ୍ଙ୍କୁ ନେଇ ୯୨ଟି ଅଦାଲତ ରାଜ୍ୟରେ କାର୍ଯ୍ୟ କରୁଛିା ୩୯୦ଟି ଆଇନ ସହାୟତା ପ୍ରକୋଷ୍ଠ କାର୍ଯ୍ୟ କରୁଥ#ବା ବେଳେ ବଲାଙ୍ଗିର, କଟକ ଓ ବାଲେଶ୍ୱରରେ ୩ଟି ସ୍ପେଶାଲ କୋର୍ଟ ପ୍ରତିଷ୍ଠା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଉକ୍ତ ବୈଠକରେ ସୂଚନା ପ୍ରଦାନ କରିଛନ୍ତିା

ବିଭିନ୍ନ ନିର୍ଯ୍ୟାତନା ମାମଲା ଫଇସଲା ପାଇଁ ରାଜ୍ୟରେ ପ୍ରାୟ ୭୦୦ ଆଇନ କର୍ମୀଙ୍କୁ ନିୟୋଜିତ କରାଯାଇଛିା ଏସବୁ ସତ୍ତେ୍ୱ ଅନୁସୂଚିତ ଜନଜାତି ଓ ଜାତିଙ୍କ ଅଧ#କାର ସୁରକ୍ଷା ତଥା ସଚେତନତା ବୃଦ୍ଧି ପାଇଁ ଅଧ#କ ସଂଖ୍ୟାରେ ମାନବସମ୍ବଳ ନିୟୋଜନର ଆବଶ୍ୟକତା ରହିଛିା କେନ୍ଦ୍ର ସରକାର ଏଥ#ପ୍ରତି ତୁରନ୍ତ ଦୃଷ୍ଟି ଦେଇ ରାଜ୍ୟକୁ ଏ ବବାଦରେ ଅଧ#କ ଅର୍ଥ ଯୋଗାଇ ଦେବାକୁ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଦାବି କରିଛନ୍ତିା

ସମୀକ୍ଷା ବୈଠକରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଜୟ ସମ୍ପଲା ଓ କି୍ରଷ୍ଣା ପଲ ଗୁଜ୍ଜର ଆଲୋଚନାରେ ଅଂଶଗ୍ରହଣ କରିଥ#ଲୋ ବିଭିନ୍ନ ରାଜ୍ୟର ବିଭାଗୀୟ ମନ୍ତ୍ରୀ, ଉଚ୍ଚସ୍ତରୀୟ ଅଧ#କାରୀ ଏବଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ଶାସନ ସଚିବ ଅନୀତା ଅଗ୍ନିହୋତ୍ରି ଏହି ବୈଠକରେ ଉପସ୍ଥିତ ଥ#ଲୋ

Share in top social networks!