ଡଃ ବଳିଆର ସିଂହଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା

mahilaରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ସିମନ୍ତିନୀ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି,ଓଡିଆ କଥା ଏବଂ ଅନୁବାଦ ସାହିତ୍ୟର ଜଣାଶୁଣା ସାରସ୍ୱତ ସାଧିକା ତଥା ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କରୀ ପ୍ରାପ୍ତ ପ୍ରଫେସର ଡ. ଶକୁନ୍ତଳା ବଳୀୟାର ସିଂହଙ୍କୁ ସହୀଦ ନଗରସ୍ଥିତ ବାସଭବନରେ ସାକ୍ଷାତ କରି ଶ୍ରୀମତୀ ସିଂହଙ୍କର ଏହି କୃତତ୍ତ ପାଇଁ ତାଙ୍କୁ ସମ୍ବର୍ଦ୍ଧନା ଞ୍ଜାପନ କରିବାସହ ତାଙ୍କର ଉତ୍ତରୋତ୍ତର ଶୁଭ କାମନା କରିଛନ୍ତି । ପ୍ରକାଶ ଥାଉକି କେନ୍ଦ୍ର ମାନବ ସମ୍ବଳ ବିଭାଗ ପକ୍ଷରୁ ଅନୁବାଦ ସାହିତ୍ୟ ପାଇଁ ଡ. ଶକୁନ୍ତଳା ବଳିୟାର ସିଂହଙ୍କୁ ନାମ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ତ୍ରିପୁରା ସୁନ୍ଦରୀ ଲକ୍ଷ୍ମୀଙ୍କ ମୁଳ ଉପନ୍ୟାସ ‘ଓରୁ କେବେରୀ ଯାଇ ପୋଲାର’ର ଓଡିଆ ଅନୁବାଦ ‘କାବେରୀ ଭଳି ଝିଅଟି ପାଇଁ ’ ୨୦୧୫ ବର୍ଷ ନିମନ୍ତେସେ ଏହି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି । ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ଜେନାଙ୍କ ସହ ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି, ମହିଳା ମୋର୍ଚ୍ଚା ସମ୍ପାଦିକା ଗୀତାରାଣୀ ଦାସ୍, ନିୟତୀ ଗିରି, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା କାନନବାଳା ପଟ୍ଟନାୟକ,ମିନା ସେଠି ଓ ଉପାସନା ତ୍ରିପାଠୀଙ୍କ ସହ ତାଙ୍କ ବୋହୁ,ପ୍ରତିଷ୍ଠିତ ଲେଖିକା ଲତା ଦାସ,ସୁଚେତା ରାଉତ ଏବଂ ସାହିତ୍ୟ ଅନୁରାଗୀ ଉପସ୍ଥିତ ଥିଲେ ।
ଏଥି ସହିତ ତାଙ୍କର ଏହି କୃତ୍ତିତ୍ୱ ପାଇଁ ରାଜ୍ୟ ସଭାପତି ଶ୍ରୀଯୁ୍କ୍ତ ବସନ୍ତ ପଣ୍ଡା , ରାଜ୍ୟ ମୁଖ ପାତ୍ର ସଜ୍ଜନ ସର୍ମା ,ଜୟନ୍ତି ପଢିଆରୀ ପୂଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ବଧେଇ ଜଣାଇଥିଲେ ।

Share in top social networks!