ନବୀନଙ୍କ ପ୍ରସ୍ତାବକୁ ସମର୍ଥନ କଲା ଭାଜପା

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ ସମର୍ଥନ କଲା ଦେଶର ଅନ୍ୟତମ ପ୍ରମୁଖ ଜାତୀୟ ଦଳ ଭାରତୀୟ ଜନତା ପାର୍ଟି । ଆସନ୍ତା ଜୁଲାଇ 19ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଭାଜପା ଲୋକସଭାର ପୂର୍ବତନ ବାଚସ୍ପତି ପି॰ଏ॰ ସଙ୍ଗମାଙ୍କୁ ସମର୍ଥନ କରିବ ବୋଲି ଗୁରୁବାର ଘୋଷଣା କଲା। ନବୀନ ପଟ୍ଟନାୟକ ହିଁ ପ୍ରଥମେ ସଙ୍ଗମାଙ୍କ ନାମ ପ୍ରସ୍ତାବ କରିଥିଲେ। ତାଙ୍କର ଏହି ପ୍ରସ୍ତାବକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଆର୍ନ୍ନାଡିଏମକେ ନେତ୍ରୀ ଜେ॰ ଜୟଲଲିତା ସମର୍ଥନ ଜଣାଇଥିଲେ। ଭାଜପା ତାଙ୍କ ପ୍ରାର୍ଥିତ୍ଵକୁ ସମର୍ଥନ କରିବ ବୋଲି ଘୋଷଣା କଲାପରେ ଏହି ନିର୍ବାଚନ ପାଇଁ ସଙ୍ଗମାଙ୍କ ଶକ୍ତି ବୃଦ୍ଧି ପାଇଛି। ତେବେ ଜାତୀୟ ସ୍ତରରେ ନବୀନଙ୍କ ଗୁରୁତ୍ଵ ମଧ୍ୟ ବଢିଛି। ଭାଜପାର ସମର୍ଥନ ପରେ ଆଗାମୀ ନିର୍ବାଚନରେ ଉପା ପ୍ରାର୍ଥୀ ପ୍ରଣବ ମୁଖାର୍ଜୀ ଓ ସଙ୍ଗମାଙ୍କ ମଧ୍ୟରେ ପ୍ରତିଯୋଗିତା ହେବା ନିଶ୍ଚିତ ହୋଇଯାଇଛି।

 

Share in top social networks!