ମୁମ୍ବାଇ ମେକ ଇନ ଇଣ୍ଡିଆ ସମ୍ମିଳନୀ- ତୈଳ ମନ୍ତ୍ରୀ ଓ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ବୈଠକ

CSDPମୁମ୍ବାଇରେ ଚାଲୁଥିବା ମେକ ଇନ ଇଣ୍ଡିଆ ସମ୍ମିଳନୀରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡିଶାର ମୁଖ୍ୟ
ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମ୍ବନ୍ଧିତ ବରିଷ୍ଠଅଧିକାରୀ ମାନେ ରାଜ୍ୟରେ ପେଟ୍ରୋଲିୟମ କ୍ଷେତ୍ରରେ ଆନୁଷଙ୍ଗିକ ଶିଳ୍ପ ବିକାଶ ଓ ଅନ୍ୟାନ୍ୟ ସୁବିଧା ଉପରେ ଆଲୋଚନା କରି କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି ।

୧୫ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ପାରାଦୀପ ତୈଳ ବିଶୋଧନାଗାର ସହିତ ସଂଶ୍ଲିଷ୍ଟ ଆନୁଷଙ୍ଗିକ ପେଟ୍ରୋକେମିକାଲ ଶିଳ୍ପ ବିକାଶ ଉପରେ ବିଶେଷ ଆଲୋଚନା କରିଛନ୍ତି । ପଲି ପ୍ରପିଲିନ ପ୍ଲାଂଟ ଓ ବିଶାଳ ପ୍ଲାଷ୍ଟିକ ଶିଳ୍ପ ପ୍ରତିଷ୍ଠା ପାଇଁ ଭାରତୀୟ ତୈଳ ନିଗମ ନିର୍ଦିଷ୍ଟ ସମୟବଦ୍ଧ
କାର୍ଯ୍ୟକ୍ରମରେ କାଯ୍ୟ ସମ୍ପାଦନ ପାଇଁ ପ୍ରତିଶ୍ରୁତି ଦେଇଥିଲା । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟ ଶାସନ
ସଚିବ ଶ୍ରୀ ପାଢୀ ଓଡିଶା ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦେଇଥିଲେ ।

କୋରାପୁଟ ଜିଲ୍ଲାରେ ଏଲପିଜି ପ୍ଲାଂଟ ସ୍ଥାପନ ପାଇଁ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ କେ ର୍ପାରେସନ ପକ୍ଷରୁ ଭୂମି ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ଏହାକୁ ତୁରନ୍ତ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଯେହେତୁ ପ୍ରସ୍ତାବିତ ଏଲପିଜି ପ୍ଲାଂଟ ମାନେଶ୍ୱର ଠାରେ ଜଳସେଚିତ ଅଂଚଳରେ ପ୍ରସ୍ତାବ ରହିଛି, ଏହି ସ୍ଥାନକୁ ପରିବର୍ତନ କରି ବିପିସିଏଲ ଓ ଏଚପିସିଏଲ ସମ୍ବଲପୁର ଆଖ ପାଖରେ ରାଜ୍ୟ ସରକାରଙ୍କ ସହାୟତାରେ ଅଣ ଜଳସେଚିତ ଜମି ଚିହ୍ନଟ କରିବାକୁ ସହମତି ପ୍ରକାଶ ପାଇଛି ।

ଭୁବନେଶ୍ୱରରେ ଏକ ହାଇଡ୍ରୋ କାର୍ବନ ସ୍କିଲ ଡେଭଲପମେଂଟ ସେଂଟର ପ୍ରତିଷ୍ଠା କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ଅଧିକାରୀ ମାନେ ଏହା ଉପରେ ତୁରନ୍ତ କାଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ମାଓବାଦ ପ୍ରଭାବିତ ହୋଇଥିବା କାରଣରୁ କୋରାପୁଟ ଜିଲ୍ଲାରେ ସୀମା ସୁରକ୍ଷା ବାହିନୀ ଓ ରାଜ୍ୟ ସରକାରଙ୍କର ହେଲିକେପ୍ଟର ଇନ୍ଧନ ପାଇଁ ଏକ କେନ୍ଦ୍ର ଖୋଲିବା ପାଇଁ ଓଡିଶା ସରକାରଙ୍କ ତରଫରୁ
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଠାରେ ôଅନୁରୋଧ କରାଯାଇଥିଲା । ରାଜ୍ୟ ସରକାରଙ୍କର ଏହି ଅନୁରୋଧକୁ ଅଗ୍ରାଧିକାର ଭିତିରେ ପୂରଣ କରିବାକୁ କେନ୍ଦ୍ର ମନ୍ତ୍ରୀ ସମ୍ମତି ପ୍ରକାଶ କରିଥିଲେ ।

ପେଟ୍ରୋଲିୟମ ମନ୍ତ୍ରୀଙ୍କ ସହ ବିଭାଗୀୟ ସଚିବ ତଥା ଏହି ଅବସରରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ ଏଚପିସିଏଲ, ବିପିସିଏଲର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଓ ଇଣ୍ଡିଆନ ଅଏଲର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହ ଉନ୍ନୟନ କମିଶନର, ଅର୍ଥ ସଚିବ, ଶିଳ୍ପ ବିଭାଗ ସଚିବ, ଇଡକୋର ପରିଚାଳନା ନିର୍ଦେଶକ ଓ ବାଣିଜ୍ୟ କର କମିଶନର ଯୋଗ ଦେଇଥିଲେ ।

Share in top social networks!