ମୁମ୍ବାଇରେ ମେକ୍‌ ଇନ୍‌ ଇଣ୍ଡିଆ ସପ୍ତାହ ଓଡ଼ିଶା ପୁଞ୍ଜିନିବେଶକାରୀ ସମ୍ମିଳନୀରେ ନାଲ୍‌କୋ ପ୍ରମୁଖ

nalcosmartମୁମ୍ବାଇ ଠାରେ ଚାଲୁଥିବା ମେକ୍‌ ଇନ୍‌ ଇଣ୍ଡିଆ ସପ୍ତାହରେ ଆୟୋଜିତ ଓଡ଼ିଶା ପୁଞ୍ଜିନିବେଶକାରୀ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ୫୬,୪୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିପାରିଛି । ଏଥି ମଧ୍ୟରୁ ନାଲ୍‌କୋ ପକ୍ଷରୁ ୨୦,୫୫୦ କୋଟି ଟଙ୍କାର ପୁଞ୍ଜିନିବେଶର ପ୍ରତିଶ୍ରୁତି ଅନ୍ୟତମ । ଏହି ଯୋଜନାରେ ଦାମନଯୋଡ଼ିରେ ନାଲ୍‌କୋର ଆଲୁମିନା ରିଫାଇନେରୀ ସଂପ୍ରସାରଣ ଏବଂ ଅନଗୁଳ ଠାରେ ଆଲୁମିନିୟମ୍‌ ପାର୍କ୍‌ ପ୍ରତିଷ୍ଠା ଅନ୍ତର୍ଭୁକ୍ତ । ଏହି ସମ୍ପର୍କରେ ସୂଚନା ଦେଇ କମ୍ପାନୀର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ କହିଛନ୍ତି, “ବକ୍ସାଇଟ୍‌ ଖନନ ଠାରୁ ଆରମ୍ଭ କରି ଆଲୁମିନିୟମ୍‌ ଉତ୍ପାଦନ ପର୍ଯ୍ୟନ୍ତ, ନବରନô ନାଲ୍‌କୋର ସମସ୍ତ ପ୍ରକଳ୍ପ ଓଡ଼ିଶାରେ ଅବସ୍ଥିତ । ତେଣୁ, ଓଡ଼ିଶାର ପୁଞ୍ଜିନିବେଶ ବାତାବରଣକୁ ଅଧିକ ଅନୁକୂଳ କରି ରାଜ୍ୟର ଔଦ୍ୟୋଗିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଆମର ପ୍ରଧାନ ଆଭିମୁଖ୍ୟ ।” ଗତ କାଲି ପୁଞ୍ଜିନିବେଶକାରୀ ସମ୍ମିଳନୀରେ ଉପସ୍ଥିତ ବିଭିନ୍ନ ଶିଳ୍ପୋଦ୍ୟୋଗର ପ୍ରତିନିଧି, ଉଦ୍ୟୋକ୍ତା, ସରକାରୀ ଓ ପ୍ରଶାସନିକ ଅଧିକାରୀବୃନ୍ଦ ଏବଂ ଭାରତ ଓ ବିଦେଶରୁ ସମବେତ ଅଂଶଗ୍ରହଣକାରୀମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ଚାନ୍ଦ ଏହା ପ୍ରକାଶ କରିଛନ୍ତି ।
ଖଣିଜ ଏବଂ ଜଳ ଉସôରେ ସମୃଦ୍ଧ ହେବା ସହ ଓଡ଼ିଶାରେ ଗମନାଗମନ ଓ ପରିବହନ ନିମନ୍ତେ ସୁଦୃଢ ସଡ଼କ, ରେଳ ଓ ବନ୍ଦର ବ୍ୟବସ୍ଥା ରହିଛି । ସମସ୍ତ ସାଧନର ଉପଲବ୍ଧତା ହେତୁ ଓଡ଼ିଶା ଇଜ୍‌-ଅଫ୍‌-ଡୁଇଂ-ବିଜ୍‌ନେସ୍‌ ଇଣ୍ଡେକ୍ସରେ ଅନ୍ୟତମ ଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ହେଉଛି ବୋଲି ଶ୍ରୀ ଚାନ୍ଦ ମତବ୍ୟକ୍ତ କରିଛନ୍ତି । ଆହୁରି ମଧ୍ୟ, ଓଡ଼ିଶାରେ ଅନେକ ଇଞ୍ଜିନିୟରିଂ ଓ ମ୍ୟାନେଜ୍‌ମେଣ୍ଟ କଲେଜ୍‌ ତଥା ଡିପ୍ଲୋମା ଓ ଆଇ.ଟି.ଆଇ. ପ୍ରତିଷ୍ଠାନ ସଂପ୍ରତି ଦକ୍ଷ ମାନବସମ୍ବଳର ଉସô ପାଲଟିଛନ୍ତି । ଅଧିକନ୍ତୁ, ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ୍‌ ସିଟୀ ତାଲିକାରେ ପ୍ରଥମ ସ୍ଥାନ ହାସଲ କରିବା ଦ୍ୱାରା ରାଜ୍ୟ ଅଧିକ ଲାଭାନ୍ୱିତ ହେବ ବୋଲି ଶ୍ରୀ ଚାନ୍ଦ କହିଛନ୍ତି ।
ସାଂପ୍ରତିକ ଆନ୍ତର୍ଜାତୀୟ ଧାତୁ ବଜାରରେ ମାନ୍ଦାବସ୍ଥା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ଚାନ୍ଦ କହିଛନ୍ତି ଯେ ଏହି ଶୀଥିଳତା ଆହୁରି କିଛି ସମୟ ପର୍ଯ୍ୟନ୍ତ ଅବ୍ୟାହତ ରହିବ । ଏହି ସମୟରେ ଆର୍ଥିକ କୁପ୍ରଭାବରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ଉଦ୍ୟୋଗଗୁଡ଼ିକ ବ୍ୟୟସାପେକ୍ଷ ଉତ୍ପାଦନ ଓ ମିତବ୍ୟୟିତା ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି ।
ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ, ନାଲ୍‌କୋ ଆନ୍ତର୍ଜାତୀୟ ବଜାରର ମାନ୍ଦାବସ୍ଥାର ସମ୍ମୁଖୀନ ହୋଇ ଏହାର ବ୍ୟବସାୟିକ ଲାଭର ଧାରାକୁ ବଜାୟ ରଖିବା ପାଇଁ ଏକ ନୂତନ କର୍ପୋରେଟ୍‌ ଯୋଜନା ପ୍ରଣୟନ କରିଛି ବୋଲି ଶ୍ରୀ ଚାନ୍ଦ କହିଛନ୍ତି । ଏହି ନୂତନ ବ୍ୟବସାୟିକ ମଡେଲ୍‌, ନାଲ୍‌କୋକୁ ଆର୍ଥôକ ମାନ୍ଦାବସ୍ଥାର କୁପ୍ରଭାବରୁ ସୁରକ୍ଷିତ କରିବା ସହ, ବ୍ୟୟ ହ୍ରାସ ଏବଂ ଉତ୍ପାଦକତା ବୃଦ୍ଧି ଜରିଆରେ କମ୍ପାନୀର ବ୍ୟବସାୟିକ ସଫଳତାକୁ ବଜାୟ ରଖିବାରେ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

Share in top social networks!