ପ୍ରଧାନମନ୍ତ୍ରୀଙ୍କ ଆସନ୍ତା ୨୧ ଫେବୃଆରୀ ବରଗଡ, ଓଡିଶା ଆଗମନକୁ ନେଇ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ପ୍ରସ୍ତୁତ ବୈଠକ

basantapandaଆସନ୍ତା ଫେବୃଆରୀ ୨୧ ତାରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ବରଗଡଠାରେ ବିଶାଳ ଚାଷୀ ସମାବେଶକୁ ସମ୍ବୋଧନ କରିବେ । ଉକ୍ତ ସମାବେଶରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଚାଷୀ ଯୋଗଦେବେ । ଏହି ବିଶାଳ ସମାବେଶକୁ ସଫଳ କରିବା ପାଇଁ ଆଜି ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଏକ ପ୍ରସ୍ତୁତି ବୈଠକ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଉମାକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଚାଷୀ ସମାବେଶକୁ ସୁରୁଖୁରୁ ସହିତ ସଫଳ କରିବା ପାଇଁ ଆଲୋଚନା କରାଯାଇଥିଲା । ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଏହି ବିଶାଳ ସମାବେଶ ପାଇଁ ଯୁବମୋର୍ଚ୍ଚାକୁ ନିଜକୁ ସୁପରିଚାଳିତ କରି ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ରାଜ୍ୟ ସହ ସଂପାଦକ (ସଂଗଠନ) ଶ୍ରୀ ଶାରଦା ପ୍ରସାଦ ଶତପଥୀ, ଯୁବ ମୋର୍ଚ୍ଚାର ସାଧାରଣ ସଂପାଦକ ଟଙ୍କଧର ତ୍ରିପାଠୀ ଓ ଠାକୁର ରଣଜିତ୍ ଦାସ୍, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳନ୍ଦି ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!