କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମେକ ଇନ ଇଣ୍ଡିଆ ସମ୍ମିଳନୀରେ ସୋମବାର ଦିନ ଯୋଗ ଦେବେ

12744103_962413833842196_6622062385001759033_n (1)ମୁମ୍ବାଇ ଠାରେ ଚାଲିଥିବା ମେକ ଇନ ଇଣ୍ଡିଆ
ସମ୍ମିଳନୀରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦିନ
ଯୋଗ ଦେବେ । ଏହି ସମ୍ମିଳନୀରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ମେକ ଇନ
ଇଣ୍ଡିଆ କାର୍ଯ୍ୟକ୍ରମରେ ନିଜର ଯୋଗଦାନର ଉଦ୍ୟମ ବିଷୟରେ ଅବଗତ କରାଇବ ।
ଉଲ୍ଲେଖନୀୟ ଯେ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମରେ ୨୫ଟି କ୍ଷେତ୍ରକୁ ଅଗ୍ରାଧିକାର କ୍ଷେତ୍ର
ଭାବେ ଚିହ୍ନଟ କରାଯାଇଛି ଓ ପେଟ୍ରୋଲିୟମ କ୍ଷେତ୍ର ଏହା ମଧ୍ୟରେ ରହିଛି । ଭାରତରେ
ପେଟ୍ରୋଲିୟମ ଶିଳ୍ପ ପାଇଁ ଆବଶ୍ୟକ ହେଉଥିବା ଆନୁଷଙ୍ଗିକ ଶିଳ୍ପ ଓ ସେବା ଶିଳ୍ପ ଜରିଆରେ
ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ପେଟ୍ରୋଲିୟମ କ୍ଷେତ୍ର ନିକଟରେ ବିପୁଳ ସାମର୍ଥ ରହିଛି ।
ମେକ ଇନ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ପାଇଁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ
ଅନେକ ପଦକ୍ଷେପ ଗ୍ରହଣ କରିଛି ।
ଏହି ସମ୍ମିଳନୀରେ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ତଥା
ମନ୍ତ୍ରଣାଳୟ ଅଧୀନରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକର ବରିଷ୍ଠ ଅଧିକାରୀ ମାନେ ଯୋଗ
ଦେବାର କାର୍ଯ୍ୟକ୍ରମ ରହିଛି ।

Share in top social networks!