ପରୀକ୍ଷା ପାଇଁ ସରକାର ପ୍ରସ୍ତୁତ; ଚଳିତ ହାଇସ୍କୁଲ ପରୀକ୍ଷା ପାଇଁ ପ୍ରଶ୍ନୋତ୍ତର ଖାତା ପଠାଗଲା

ଚଳିତ ବର୍ଷ ବାର୍ଷିକ ହାଇସ୍କୁଲ ପରୀକ୍ଷା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖରେ ଶେଷ ହେବା ଏହାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛିା

ଚଳିତ ବର୍ଷ ରାଜ୍ୟର ୨୮୮୨ କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ଓ ୬ ଲକ୍ଷ ୧ ହଜାର ୩୪୮ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ପରୀକ୍ଷା ଦେବୋ ଏଥ#ପାଇଁ ୩୦୫ଟି ନୋଡାଲ କେନ୍ଦ୍ର ଚିହ୍ନଟ କରାଯାଇଛି, ଯେଉଁଠାରେ ୨୪ ଘଣ୍ଟିଆ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛିା ଏହି ପରୀକ୍ଷା ପାଇଁ ଫେବୃଆରୀ ୧୦ ତାରିଖରୁ ପ୍ରଶ୍ନପତ୍ର ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛିା ପ୍ରଥମ ପର୍ଯ୍ୟାୟରେ ୩ଟି ବିଷୟର ପ୍ରଶ୍ନପତ୍ର ଆସନ୍ତା ୧୬ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ ପହଞ୍ଚ#ବାକୁ ଥ#ବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ୩ଟି ବିଷୟର ପ୍ରଶ୍ନପତ୍ର ୧୭ ତାରିଖରୁ ପଠାଯିବ ଓ ଏହା ୨୧ ତାରିଖ ସୁଦ୍ଧା ସମସ୍ତ ନୋଡାଲ କେନ୍ଦ୍ରରେ ପହଞ୍ଚ#ବା
ସେହିପରି ଓଏମ୍ଆର୍ ଆନ୍ସର ସିଟ୍ ଓ ଓଏମ୍ଆର୍ ଆଟେଡାନ୍ସ ସିଟ୍, ଆଡମିଟ୍ କାର୍ଡର ହାର୍ଡ କପି ଫେବୃଆରୀ ୧୪ ସୁଦ୍ଧା ପ୍ରତ୍ୟେକ କେନ୍ଦ୍ରରେ ବୋର୍ଡ ତରଫରୁ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛିା ଏଠାରେ ସୂଚନାଯୋଗ୍ୟ ଯେ ଛାତ୍ରଛାତ୍ରୀମାନଙ୍କର ସୁବିଧା ପାଇଁ ବୋର୍ଡ ପକ୍ଷରୁ ଅନ୍ଲାଇନ୍ ମାଧ୍ୟମରେ ଆଡମିଟ୍ କାର୍ଡ www.ଞ୍ଛreଟଟ୍ଟiଜ୍ଜereଟଫଝଟ୍ଟ.in େଓ୍ୱବ୍ସାଇଟ୍ରେ ଜାନୁଆରୀ ୨୯ ତାରିଖରୁ ଉପଲବ୍ଧ ହେଉଛିା ପରୀକ୍ଷା ଖାତାର ମୂଲ୍ୟାୟନ ବ୍ୟବସ୍ଥା ୬୭ଟି କେନ୍ଦ୍ରରେ ଆଗାମୀ ମାର୍ଚ୍ଚ ୧୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୪ ତାରିଖ ସୁଦ୍ଧା ସାରିବା ପାଇଁ ସ୍ଥିର କରାଯାଇଛିା

ହାଇସ୍କୁଲ ପରୀକ୍ଷା କାର୍ଯ୍ୟ ସୁଚାରୁ ରୂପେ ସଂପାଦନ କରିବା ପାଇଁ ସମସ୍ତ ସେଣ୍ଟର ସୁପରିଟେଣ୍ଡେଣ୍ଟ ଓ ନୋଡାଲ ସେଣ୍ଟର ଇନ୍ଚାର୍ଯମାନଙ୍କୁ ନେଇ ପରୀକ୍ଷା ପୂର୍ବରୁ ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷା ଅଧ#କାରୀମାନଙ୍କ ତରଫରୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଆଗାମୀ ହାଇସ୍କୁଲ ପରୀକ୍ଷା ପାଇଁ ବୋର୍ଡର ପ୍ରସ୍ତୁତି ସଂପର୍କରେ ସଚିବାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥ#ଲାା ଏହି ଅବସରରେ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର, ବିଭାଗୀୟ ସଚିବ ରଞ୍ଜନା ଚୋପ୍ରା, ମାଧ୍ୟମିକ ବୋର୍ଡର ସଭାପତି ପ୍ରଫେସର ଦକ୍ଷ ପ୍ରସାଦ ନନ୍ଦ ଓ ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା ପରିଚାଳନାର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥ#ଲୋ ମନ୍ତ୍ରୀ ଶ୍ରୀ ମିଶ୍ର ପରୀକ୍ଷା କିପରି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବ ସେ ସଂପର୍କରେ ଯନ#ବାନ ହେବା ପାଇଁ ନିର୍ଦ୍ଦେଶ ଦେଇଥ#ଲୋ

ଏଠାରେ ସୂଚନାଯୋଗ୍ୟ ଯେ, ହାଇସ୍କୁଲ ପରୀକ୍ଷା ପରିଚାଳନା ସଂପର୍କରେ ମନ୍ତ୍ରୀ ଶ୍ରୀ ମିଶ୍ର, ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ଶାସନ ସଚିବ ୧୬ ତାରିଖ ଅପରାହ୍ନ ୪ଟା ସମୟରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଶିକ୍ଷାଧ#କାରୀମାନଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିବୋ

Share in top social networks!