ରାଜ୍ୟ ବିଜେପି ପକ୍ଷରୁ ପଣ୍ଡିତ ଦୀନଦୟାଲଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ

dindayalଭାରତୀୟ ଜନତାପାର୍ଟି ଭୁବନେଶ୍ୱର ପକ୍ଷରୁ ମହାନ ମାନବବାଦୀ ତଥା ଯୁଗପୁରୁଷ ଓ ଭାରତୀୟ ଜନସଂଘର ପୂର୍ବତନ ରାଷ୍ଟୀୟ ଅଧ୍ୟକ୍ଷ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ୪୮ତମ ତିରୋଧାନ ଦିବସ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡାଙ୍କ ନେତୃତ୍ତ୍ୱରେ ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଞ୍ଜାପନ କରାଯାଇଥିଲା ।

ଏହି ମାଲ୍ୟାର୍ପଣ ଉତ୍ସବରେ ରାଜ୍ୟ ସଭପତି ଶ୍ରୀ ବସନ୍ତ ପଣ୍ଡା ପୁଷ୍ପମାଲ୍ୟ ଅର୍ପଣ କରି ପଣ୍ଡିତ ଦୀନଦୟାଲଙ୍କ ସମାଜର ତଳ ସ୍ତରରେ ଥିବା ଅବହେଳିତ ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରଣୀତ କରିଥିବା ଏକାତ୍ମ ମାନବବାଦ ଓ ସମଗ୍ର ମାନବ ଜାତିକୁ ମାନବବାଦର ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ନେଇଥିବା ପ୍ରୟାସ ଉପରେ ଆଲୋକପାତ କରିଥିଲେ । ଏହି ମାଲ୍ୟାର୍ପଣ ଉତ୍ସବରେ ଛତିଶଗଡ ରାଜ୍ୟର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଭୂଷଣଲାଲ ଜାଙ୍ଗଡେ ଯୋଗ ଦେଇ ପଣ୍ଡିତ ଦୀନଦୟାଲ ସମଗ୍ର ମାନବ ଜାତି ପାଇଁ ଏକ ଆଦର୍ଶ ଓ ତାଙ୍କର ଏକାତ୍ମ ମାନବ ଦର୍ଶନ ପାଇଁ ଏକ ଅମୂଲ୍ୟ ଉପହାର ବୋଲି ବର୍ଣ୍ଣନା କରିଥିଲେ ।

ଏହି ମାଲ୍ୟାର୍ପଣ ଉତ୍ସବରେ ରାଜ୍ୟ ସଙ୍ଗଠନମନ୍ତ୍ରୀ ଶ୍ରୀଯୁକ୍ତ ପ୍ରସନ୍ନ ମିଶ୍ର, ରାଜ୍ୟ ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସମ୍ପାଦକ ବିରଞ୍ଚି ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଓ ସମୀର ମହାନ୍ତି ପ୍ରମୁଖ ରାଜ୍ୟ ବିଜେପିର ବହୁ ବରିଷ୍ଟ ନେତା ଯୋଗ ଦେଇ ପଣ୍ଡିତ ଦୀନଦୟାଲଙ୍କ ପ୍ରତିମୁର୍ତ୍ତି ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Share in top social networks!