କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଓ ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସାକ୍ଷାତ ଆଲୋଚନା

maharathyକେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମୋହନ ଭାଇ କୁନ୍ଦରିଆ ଆଜି ସଚିବାଳୟସ୍ଥ ପ୍ରକୋଷ୍ଠରେ ରାଜ୍ୟ କୃଷି ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀଙ୍କୁ ସାକ୍ଷାତ କରିଥ#ଲୋ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥ#ଲା ଓ ମନ୍ତ୍ରୀ ଶ୍ରୀ ମହାରଥୀ ରାଜ୍ୟର କୃଷି ସମ୍ବନ୍ଧୀୟ ବିଭିନ୍ନ ଦାବି କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥ#ଲୋ ଧାନ ବିହନ କ୍ଷେତ୍ରରେ ଓଡ଼ିଶା ଆତ୍ମନିର୍ଭରଶୀଳ ହୋଇଥ#ଲେ ହେଁ ଡାଲି ଜାତୀୟ ଓ ତୈଳବୀଜ ଫସଲର ବିହନ ରାଜ୍ୟର ଚାଷୀମାନଙ୍କୁ ଯଥେଷ୍ଟ ପରିମାଣରେ ଉପଲବ୍ଧ ହୋଇପାରୁନାହିାଁ ସେଥ#ପାଇଁ ଜାତୀୟ ବିହନ ନିଗମ ଓ ଇକ୍ରିସାଟ୍ ସହ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛିା

ତେବେ ରାଜ୍ୟର ଏହି ବିହନର ଅଭାବକୁ ମେଣ୍ଟାଇବା ପାଇଁ ଜାତୀୟ ବିହନ ନିଗମ ଓ ଇକ୍ରିସାଟ୍ ଆମ ରାଜ୍ୟରେ ଶାଖା ଖୋଲି ଉତ୍ପାଦନ ଆରମ୍ଭ
କରିବାକୁ ନିର୍ଦ୍ଦେଶ ଦେବାକୁ ମନ୍ତ୍ରୀ ଶ୍ରୀ ମହାରଥୀ ଶ୍ରୀ କୁନ୍ଦରିଆଙ୍କୁ ଅନୁରୋଧ କରିଥ#ଲୋ କୃଷି ଯାନ୍ତ୍ରିକୀକରଣ କ୍ଷେତ୍ରରେ ରାଜ୍ୟ କେନ୍ଦ୍ର ସରକାରଙ୍କଠାରୁ ମାତ୍ର ୫ କୋଟି ୬୦ ଲକ୍ଷ ଟଙ୍କା ଅନୁଦାନ ପାଉଛିା ଏହା ଅତି ନଗଣ୍ୟା ତେଣୁ ଏ କ୍ଷେତ୍ରରେ ଦିଆଯାଉଥ#ବା ରିହାତି ପରିମାଣକୁ ଆଶାନୁରୂପ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଅନୁ୍ୟନ ୬୦ କୋଟି ଟଙ୍କା ଅନୁଦାନ ଦେବାକୁ ମନ୍ତ୍ରୀ ଶ୍ରୀ ମହାରଥୀ ଦାବି ଜଣାଇଛନ୍ତିା

ଡାଲି ଜାତୀୟ ଫସଲ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଅନ୍ୟ ଅଗ୍ରଣୀ ରାଜ୍ୟମାନଙ୍କ ତୁଳନାରେ ପଛୁଆା ତେଣୁ ଏହି ଫସଲ ଉତ୍ପାଦନରେ ଆଶାନୁରୂପ ବୃଦ୍ଧି କରିବାକୁ ହେଲେ
ଜାତୀୟସ୍ତରର ଡାଲି ଜାତୀୟ ଫସଲ ଗବେଷଣା କେନ୍ଦ୍ର ଓଡ଼ିଶାରେ ପ୍ରତିଷ୍ଠା ହେବା ଜରୁରୀା କାନପୁରସ୍ଥିତ ଭାରତୀୟ ଡାଲି ଫସଲ ଗବେଷଣା କେନ୍ଦ୍ର ଅନୁରୂପ ଓଡ଼ିଶାରେ ଏକ କେନ୍ଦ୍ର ଖୋଲିବାକୁ ମନ୍ତ୍ରୀ ଶ୍ରୀ ମହାରଥୀ ଶ୍ରୀ କୁନ୍ଦରିଆଙ୍କୁ ଅନୁରୋଧ କରିଥ#ଲୋ ସେହିଭଳି ସେଣ୍ଟ୍ରାଲ ଫାର୍ମ ମେସିନାରୀ ଟ୍ରେନିଂ ଆଣ୍ଡ ଟେଷ୍ଟିଂ ଇନ୍ଷ୍ଟିଚୁ୍ୟଟ୍ର ଏକ ଶାଖା ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ସେ ଦାବି କରିଥ#ଲୋ ସାର ଯୋଗାଣ କ୍ଷେତ୍ରରେ ପ୍ରତିବର୍ଷ ଓଡ଼ିଶା ବହୁ ଅସୁବିଧାର ସମ୍ମୁଖୀନ ହେଉଛିା ତେଣୁ ରାଜ୍ୟରେ ନୂତନ ରେଲେଓ୍ୱ ର୍ୟାକ୍ ପଏଣ୍ଟ୍ର ବ୍ୟବସ୍ଥା କରିବାକୁ ମନ୍ତ୍ରୀ ଶ୍ରୀ ମହାରଥୀ ଅନୁରୋଧ କରିଥ#ଲୋ

Share in top social networks!