ମୁମ୍ବାଇଠାରେ ଅନୁଷ୍ଠିତ ହେବ “ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍’

ରାଜ୍ୟର ଶିଳ୍ପାୟନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ତଥା ପୁଞ୍ଜିନିବେଶକାରୀମାନଙ୍କୁ ରାଜ୍ୟ ପ୍ରତି ଆକୃଷ୍ଟ କରିବା ଲକ୍ଷ ନେଇ ଚଳିତ ମାସ ୧୪ ତାରିଖରେ ମୁମ୍ବାଇଠାରେ “ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍’ ଅନୁଷ୍ଠିତ ହେଉଛିା ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଶିଳ୍ପ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର, ମୁଖ୍ୟ ଶାସନ ସଚିବଙ୍କ ସମେତ ବହୁ ବରିଷ୍ଠ ପଦାଧ#କାରୀ ଯୋଗଦେଇ ରାଜ୍ୟରେ ପୁଞ୍ଜିନିବେଶ କ୍ଷେତ୍ରରେ ରହିଥ#ବା ସୁବିଧା, ସୁଯୋଗ, ସମ୍ଭାବନା ଓ ବାସ୍ତବତା ସଂପର୍କରେ ପୁଞ୍ଜିନିବେଶକାରୀମାନଙ୍କୁ ଅବଗତ
କରାଇବୋ
ଫେବୃଆରୀ ୧୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ପୁଞ୍ଜିନିବେଶକାରୀ ଓ ବିଦେଶୀ ପ୍ରତିନିଧ#ମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବୋ
ଏହି ଇନ୍ଭେଷ୍ଟର୍ସ ମିଟ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର ବ୍ୟବସାୟକ ବାତାବରଣ ଓ ବ୍ୟବସାୟକୁ ସହଜ ଓ ସୁଗମ କରିବା ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥ#ବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ସଂପର୍କରେ ପୁଞ୍ଜିନିବେଶକାରୀଙ୍କୁ ସୂଚନା ଦେବା ସହ ଆକୃଷ୍ଟ କରିବାା ଏହି ମିଟ ସମୟରେ ରାଜ୍ୟ ପକ୍ଷରୁ ୨୦୨୫ ଶିଳ୍ପ ଉନ୍ନୟନ ଯୋଜନାକୁ ଉନ୍ମୋଚନ କରାଯିବା ଏହା ସହିତ ଇ-ବିଜ୍ ପୋର୍ଟାଲ୍ ଓ ଅନ୍ଲାଇନ୍ ପୋର୍ଟାଲ ପ୍ରଭୃତି ପ୍ରଚଳନ ହେବା ସହ ଓଡ଼ିଶାର ଶିଳ୍ପପତିମାନଙ୍କୁ ନେଇ ରାଜ୍ୟର ପୁଞ୍ଜିନିବେଶର ସୁବିଧା, ସୁଯୋଗ ସଂପର୍କରେ ଦଳଗତ ଆଲୋଚନା ଅନୁଷ୍ଠିତ ହେବା
ନୁତନ ଶିଳ୍ପନୀତି ୨୦୧୫ରେ ବୃହତ୍ ଶିଳ୍ପ ପ୍ରତିଷ୍ଠା ପାଇଁ ଅନେକଗୁଡିଏ ଆକର୍ଷଣୀୟ ରିହାତି ବ୍ୟବସ୍ଥା ରହିଛିା ନିବେଶକାରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଜମି, ଭାଟ ରିଏମ୍ବର୍ସମେଣ୍ଟ, ବିଦୁ୍ୟତ ଶୁÂ ରିହାତି ଇତ୍ୟାଦିର ବ୍ୟବସ୍ଥା କରାଯାଇଛିା ରାଜ୍ୟରେ ନୂତନ ବ୍ୟବସାୟ& ଆରମ୍ଭ କରିବା ସଂପର୍କରେ ବିଶ୍ୱ ବ୍ୟାଙ୍କ ଦ୍ୱାରା କରାଯାଇ ଥ#ବା ଆକଳନରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛିା ଦ୍ୱିତୀୟ ଦଫାରେ ବ୍ୟବସାୟ କ୍ଷେତ୍ରରେ ବ୍ୟାପକ ସଂସ୍କାର ଅଣାଯାଇଛି ଓ ଏହାର ସୁଦୂର ପ୍ରସାରୀ ପ୍ରଭାବ ଭବିଷ୍ୟତରେ ନିଶ୍ଚିତ ଭାବେ ପରିଲକ୍ଷିତ ହେବ ଓ ଉତ୍ତମ ବ୍ୟସାୟକ ବାତାବରଣ ପ୍ରତିଷ୍ଠାରେ ସହାୟକ ହୋଇପାରିବା
ଏହି ଅବସରରେ ଡିଆଇପିପିର ସଂପାଦକ ଶ୍ରୀ ଅମିତାଭ କାନ୍ତ, ନିତି ଆୟୋଗର ସଭ୍ୟ ଶ୍ରୀ ବିବେକ ଦେବରାୟ, ସିଆଇଆଇର ସଭାପତି ଶ୍ରୀ ସୁମିତ ମଜୁମ୍ଦାର, ଆଦାନୀ ଇଣ୍ଟରପ୍ରାଇଜର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜେଶ ଆଦାନୀ, ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ଶଶି ରୁଇଆ, ଜିଏସ୍ଆର୍ ଗ୍ରୁପ୍ର ବ୍ୟବସାୟକ ଅଧ୍ୟକ୍ଷ ଶ୍ରୀ ଜି.ବି.ଏସ୍. ରାଜୁ, ଆଇଓସିଏଲ୍ର ଅଧ୍ୟକ୍ଷ ଶ୍ରୀ ବି. ଅଶୋକ, ଆଇଓିସିର ଅଧ୍ୟକ୍ଷ ଶ୍ରୀ ଓ୍ୱାଇ.ସି. ଦେବେଶ୍ୱର, ଟାଟା ଷ୍ଟିଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଟି.ଭି. ନରେନ୍ଦ୍ରନ୍ଙ୍କ ସମେତ ଅନ୍ୟାନ୍ୟ ବହୁ ବିଶିଷ୍ଟ ଶିଳ୍ପୋଦ୍ୟୋଗୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛିା

Share in top social networks!