“ବିଜେଡି ବିଧାୟକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ’ – ବିଜେପି

ଓଡିଶାରେ ଶାସକ ଦଳ ତଥା ବିଜୁ ଜନତା ଦଳର ମୁଖିଆଙ୍କ ମନମୁଖି ଶାସନ ତଥା ଫୌଜଦାରୀକୁ ପ୍ରସୟ ଦେବା ନେଇ ରାଜ୍ୟ ବିଜେପି ଦଳର ମୁଖ ପାତ୍ର ଶ୍ରୀଯୁକ୍ତ ସଜ୍ଜନ ଶର୍ମା ନିଜର ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ଏପଟେ ନବିନ ପଟ୍ଟନାୟକ ନିଜର ସ୍ୱଚ୍ଛ ରାଜନିତୀର ଡିଣ୍ଡିମ ପିଟି ଚାଲିଥିବା ବେଳେ ଶାସକ ବିଜେଡି ଦଳର ଦୁଇ ବିଧାୟକ ଦେବାଶିଷ ସାମାନ୍ତରାୟ ଓ ପ୍ରମୋଦ ମଲ୍ଲିକ୍ଙ୍କ ନାମରେ ସଙ୍ଗିନ ଅପରାଧୀକ ମାମଲା ରହିଥିବା ବେଳେ ନବୀନଙ୍କ ଉଦାସିନତା ପ୍ରଶ୍ନବାଚୀ ସୃଷ୍ଟି କରିଛି । କଟକ ବିଧାୟକ ଦେବାଶିଷଙ୍କର କୁଖ୍ୟାତ ଅପରାଧୀ ଧଳ ବ୍ରଦର୍ସଙ୍କ ସହିତ ସଂପୃକ୍ତି ଏବଂ ଏପଟେ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ୍ଙ୍କର ଜାନୁଆରୀ ୭ ତାରିଖ ଦିନ ତିର୍ତୋଲ୍ ଥାନା ଭଙ୍ଗାରୁଜା ନେଇ ଅଭିଯୋଗ ରହିଥିବା ବେଳେ ଦଳର ମୁଖ୍ୟ ନବୀନ ପଟ୍ଟନାୟକ କୌଣସି କାର୍ଯାନୁଷ୍ଠାନ ନନେଇ କାହିଁକି ଚୁପ୍ ରହିଛନ୍ତି ବୋଲି ଦଳର ମୁଖପାତ୍ର ଶ୍ରୀଯୁକ୍ତ ଶର୍ମା ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଏହି ଦୁଇ ବିଧାୟକଙ୍କ ବିରୁଦ୍ଧରେ ଦୃଢ କାଯା୍ୟନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

Share in top social networks!
Powered By Indic IME