ମାନବାଧିକାର କମିଶନଙ୍କୁ ଭେଟିଲା ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା

ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ଆଜି ଅପରାହ୍ନ ୪ ଘଟିକା ସମୟରେ ମାନ୍ୟବର ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ମହିଳାମାନଙ୍କ ଊପରେ ଶାରଳା ରୋଡଠାରେ ହୋଇଥିବା ଗତ ଫେବୃଆରୀ ୬ ତାରିଖ ମଧ୍ୟ ରାତ୍ରିରେ ଅମାନୁଷିକ ଦୁର୍ବବ୍ୟବହାର କରିଥିଲେ, ଏପରିକିି ଲୋକ ପ୍ରତିନିଧି କଟକ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ତାଙ୍କର ଶହ ଶହ ଗୁଣ୍ଡା ଶ୍ରେଣୀର ସମର୍ଥକ ଗାଡିକୁ ମଧ୍ୟ ରାସ୍ତାରେ ଅବରୋଧ କରିବା ସହିତ ଦୂରଦୂରାନ୍ତରୁ ଆସୁଥିବା ବସ୍କୁ ଜୋର ଜବରଦସ୍ତ ଅଟକାଇଥିଲେ ।

ଏହି ସୂଚନା ପାଇ ଭାରତୀୟ ଜନତା ପାର୍ଟିର କିଛି ନେତୃବୃନ୍ଦ ଯାଇ ପାରାଦ୍ୱୀପ୍ ନେହେରୁ ବଙ୍ଗଳାଠାରେ ରହୁଥିବା ଜଗତସିଂହପୁର ଏସ.ପି ଶ୍ରୀମତୀ ସୁଧାସିଂ ଙ୍କ ସାହାଯ୍ୟ ଭିକ୍ଷା କରିଥିଲେ, କିନ୍ତୁ ସହଯୋଗ କରିବା ପରିବର୍ତ୍ତେ ଶ୍ରୀମତୀ ସିଂ ୫ ଘଣ୍ଟା ନିଜ ରୁମ୍୍ରୁ ବାହାରିଲେନାହିଁ । ଯାହାଫଳରେ ହଜାର ହଜାର ମହିଳା ନିଛାଟିଆ ଜନଶୂନ୍ୟ ସ୍ଥାନରେ ସାରା ରାତି ଅତିବାହିତ କରିଥିଲେ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ବିଜୁ ଜନତା ଦଳର ବିଧାୟକମାନେ ଗୁଣ୍ଡା ସାଜିଥିବା ବେଳେ ପୋଲିସ୍ ପ୍ରଶାସନ ତାଙ୍କୁ ସହାୟତା ଦେଇଥିଲେ ।

ଏସବୁ ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ମାନବାଧିକାର କମିଶନର ଦ୍ୱାରସ୍ଥ ହୋଇଛି । ମାନ୍ୟବର କମିଶନ ଏହା ଶୁଣି ଅତ୍ୟନ୍ତ ମର୍ମାହତ ହୋଇଥିବା ବେଳେ ସମସ୍ତ ଉପରିସ୍ଥ ଅଧିକାରୀମାନଙ୍କୁ ରିପୋର୍ଟ ତଲବ୍ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ସୀମନ୍ତୀନି ଜେନାଙ୍କ ସହ ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ଶ୍ରୀମତୀ ନିୟତି ଗିରି ,ଡ. ଲେଖାଶ୍ରୀ ସାମନ୍ତ ସିଂହାର, ଶ୍ରୀମତୀ ମିନାକ୍ଷୀ ପ୍ରିୟଦର୍ଶିନୀ ଶ୍ରୀମତୀ ସୁଜାତା ବାରିକ୍, ସୁବାସୀନୀ ପୃଷ୍ଟି, ବନିତା ପଣ୍ଡା, ମାନସୀ ମଂଜରୀ ରାୟ, ଅନୁସୟା ପ୍ରଧାନ , ଲକ୍ଷ୍ମୀପ୍ରୀୟା ମିଶ୍ର , ମୀନା ସେଠୀ, ପ୍ରମୁଖ ଯୋଗ ଦେଇଥିଲେ ।

Share in top social networks!