ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ତରଫରୁ ବିଜେଡି ବିଧୟକ ଦେବାଶିଷ ସାମନ୍ତରାୟଙ୍କ କୁଶପୁତଳିକା ଦାହ, ବିକ୍ଷୋଭ ପ୍ରଦର୍ଶ, ଓ ଗିରଫ୍ ଦାବୀ

ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଉମାକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ମାଷ୍ଟରକାଣ୍ଟିନ ଛକଠାରେ ରାସ୍ତା ଅବରୋଧକରି ବିକ୍ଷୋଭ ପ୍ରଦର୍ଶନ ସହିତ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ କୁଶ ପୁତଳିକା ଦାହ କରାଯାଇଥିଲା । ଫେବୃୟାରୀ ୬ ତାରିଖରେ କଟକ-ପାରାଦୀପ ରୋଡ ଶାରଳା ଛକଠାରେ ମଧ୍ୟରାତ୍ରୀରେ ବିଧାୟକ ଦେବାଶିଷ ସାମନ୍ତରାୟଙ୍କର ବର୍ବୋରଚିତ ଗୁଣ୍ଡାରାଜ ସହିତ ନିରିହ ଜନତାଙ୍କୁ ସେ ଓ ତାଙ୍କ ସହଯୋଗୀ ବିଜେଡି କର୍ମୀମାନଙ୍କ ଦ୍ୱାରା ଯେଉଁଭଳି ଭାବରେ ନିସ୍ତୁକ ମାଡ ମାରିବା ସହିତ ଅମାନୁଷିକ ଭାବେ ମହିଳାମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ନିଜର ଉଦ୍ଧତ ପଣିଆ ଦେଖାଇଛନ୍ତି ।

ନିକଟରେ ପୁଲିସ ଥାଇ ମଧ୍ୟ ନିରବ ଦ୍ରଷ୍ଟା ସାଜିଥିଲା । ଶାସକ ଦଳର ଇସାରାରେ ନିରିହ ଲୋକଙ୍କ ପାଇଁ କିଭଳିଭାବେ ପୋଲିସ ସୁରକ୍ଷା ଦେଇଛି ଏହି ଘଟଣାରୁ ସ୍ଫଷ୍ଟ ଜଣାପଡିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସମୟରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ରୂପେ ଭୂଷୁଡି ଯିବା କଥା ସାଧରଣରେ ଆଚମ୍ବିତ କରିଦେଇଛି । ଏହି ଘଟଣାରୁ ସ୍ପଷ୍ଟ ଜଣାଯାଉଛି ଯେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରୋକ୍ଷ ଇଙ୍ଗୀତରେ ଏହି ଘଟଣା ନିଜର ବିଜେଡି ବିଧାୟକ ଓ କର୍ମୀରୂପକ ଗୁଣ୍ଡାମାନଙ୍କ ଦ୍ୱାରା ଏହି କାର୍ଯ୍ୟ କରିଛନ୍ତି । ଏହାର ପ୍ରତିବାଦରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା, ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ତାଙ୍କ ସମସ୍ତ ସହଯୋଗୀ ମାନଙ୍କୁ ଗିରଫ୍ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦୃଢ ଦାବୀ କରୁଛି ।

ଏହି ବିକ୍ଷୋଭ ପ୍ରଦର୍ଶନରେ ଯୁବ ମୋର୍ଚ୍ଚାର ଓଡିଶା ପ୍ରଭାରୀ ଅମୀତ୍ ସିଂହ, ଓମେଶ ଖତ୍ପଲୱାଲ, ସାଧାରଣ ସମ୍ପାଦକ ଠାକୁର ରଣଜିତ୍ ଦାସ, ରାଜ୍ୟ ଉପସଭାପତି ଚିତରଞ୍ଜନ କଂସ, ଡ. ରାଜେନ୍ଦ୍ର କୁମାର, ରାଜ୍ୟ ସଂଯୋଜକ ବେଣୁଧର ଦାସ, ପ୍ରସାନ୍ତ ସ୍ୱାଇଁ, ସତ୍ୟବ୍ରତ ନାୟକ, ସଂଗ୍ରାମ ନାୟକ, ଦେବାଶିଷ ନାୟକ ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Share in top social networks!