ବିଜେଡିର ‘ଚାଷୀ ସମାବେଶ’ ଚର୍ଚ୍ଚାକୁ ଖଣ୍ଡନ

ଆସନ୍ତା ୧୮ ତାରିଖରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ଠାରେ ସରକାରୀ କାର୍ଯ୍ୟକ୍ରମରେ ମେଗା ଉଠା ଜଳସେଚନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବୋଲି ଦଳର ମୁଖପାତ୍ର ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ।
ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବିଜେପି ପକ୍ଷରୁ ଆୟୋଜିତ ବରଗଡ଼ରେ ଚାଷୀ ସମାବେଶରେ ପ୍ରଧାନମନ୍ତ୍ରୀ ଯୋଗଦାନ ପୂର୍ବରୁ ବିଜେଡିର ଚାଷୀ ସମାବେଶ ଚର୍ଚ୍ଚାକୁ ଶ୍ରୀ ଦେବ ଖଣ୍ଡନ କରିଛନ୍ତି । ସୋହେଲା ଚାଷୀ ସମାବେଶରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ବିକାଶ ପାଇଁ ୩୫ ହଜାର କୋଟି, କୃଷି ପାଇଁ ୨୮ ହଜାର କୋଟି ଟଙ୍କା ବିନିଯୋଗ, ଜଳସେଚନ ପାଇଁ ୮ ହଜାର କୋଟି, ବରଗଡ଼ ଜିଲ୍ଲାର ଜଳସେଚନ ସୁବିଧା ଲାଗି ଅଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ
୧୫୦୦ କୋଟି, ଜିରା ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ୩୦୦ କୋଟି, କଳାହାଣ୍ଡି ଜିଲ୍ଲାର ବୃହତ୍‌ ଉଠାଜଳ ପ୍ରକଳ୍ପ ଏବଂ ଚାଷୀଙ୍କୁ ସ୍ୱତନ୍ତ୍ର ଫିଡର୍‌ରେ ବିଦୁ୍ୟତ ଯୋଗାଣ ତଥା ଗ୍ରାମ୍ୟ ବିଦୁ୍ୟତ୍‌କରଣ ଲାଗି ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୩ ଡିସେମ୍ବରରେ ୭୫୬ କୋଟି ଟଙ୍କା ବ୍ୟୟରେ କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ମେଗା ଲିଫ୍ଟ ସିଷ୍ଟମ୍‌କୁ ଶୁଭ ଦେଇଥିଲେ । ଯେଉଁ ପ୍ରକଳ୍ପ ଦ୍ୱାରା ୨୬୦୦୦ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇବ । ସେହିଭଳି ଜିଲ୍ଳାରେ ୧୫୪ କୋଟି ଟଙ୍କା ବ୍ୟୟରେ ୭,୭୦୦ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇବା ପାଇଁ ମେଗା ଲିଫ୍ଟ ଯୋଜନା କାର୍ଯ୍ୟକାରୀ କରାଯିବ । ସେଥିମଧ୍ୟରୁ କେସିଙ୍ଗାରେ ୩୦ କୋଟି ଟଙ୍କା ବ୍ୟୟରେ ୧୫୦୦ ହେକ୍ଟର ଚାଷ ଜମିକୁ ପାଣି
ଯୋଗାଇବା ପାଇଁ ଉତ୍‌କେଲା ପ୍ରକଳ୍ପ ଓ ବଲାଙ୍ଗୀର ଜିଲ୍ଲାରେ ୩୫୧ କୋଟି ଟଙ୍କା ବ୍ୟୟରେ ୧୭,୫୫୦ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇବା ଲାଗି ଯୋଜନା ମଧ୍ୟରୁ ଗୁଡ଼ଭେଲା ଠାରେ ୧୫ କୋଟି ଟଙ୍କା ବ୍ୟୟରେ ୭୫୦ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇବା ପାଇଁ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ୧୮ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଅନୁଷ୍ଠିତ ହେବ ।

ବିଜୁ ଜନତା ଦଳ ଓଡ଼ିଶାର ଏକ ଲୋକପ୍ରିୟ ଆଞ୍ଚଳିକ ଦଳ ଭାବରେ ରାଜ୍ୟବାସୀଙ୍କର ବିକାଶକୁ ପ୍ରାଧାନ୍ୟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ କାର୍ଯ୍ୟକ୍ରମ ଜାରି ରଖିଛି । ରାଜ୍ୟବାସୀଙ୍କର ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଉପରେ ଯଥେଷ୍ଟ ଭରସା ଓ ବିଶ୍ୱାସ ଅଛି । ଯାହା ବିଗତ
ନିର୍ବାଚନଗୁଡିକର ଜନାଦେଶରେ ସ୍ପଷ୍ଟ ପ୍ରମାଣିତ ହୋଇଛି । କୌଣସି ଦଳର କାର୍ଯ୍ୟକ୍ରମକୁ ନେଇ ପ୍ରତିଯୋଗିତା କରିବା ବିଜୁ ଜନତା ଦଳର ଆଭିମୁଖ୍ୟ ନୁହେଁ ବୋଲି ଶ୍ରୀ ଦେବ କହିଛନ୍ତି । ଏଭଳି ଭୁଲ ଖବରକୁ ନେଇ ଗଣମାଧ୍ୟମ ଚର୍ଚ୍ଚା ଆଲୋଚନାରୁ ନିବୃତ ରହିବାକୁ ଶ୍ରୀ ଦେବ ନିବେଦନ କରିଛନ୍ତି ।

Share in top social networks!