ଜାତୀୟ ବିକାଶ ନିମନ୍ତେ ନାଲ୍‌କୋର ଅଧ୍ୟକ୍ଷଙ୍କୁ ଉକôଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡି.ଲିଟ୍‌

cmd“ଜାତୀୟ ବିକାଶରେ ଅବଦାନ” ନିମନ୍ତେ ନବରନô ସରକାରୀ ଉଦ୍ୟୋଗ ନାଲ୍‌କୋର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦଙ୍କୁ ଉକôଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍‌ ଡିଗ୍ରୀ ପ୍ରଦାନ କରାଯିବ । ଉକôଳ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍‌ ଏବଂ ଚାନ୍ସଲର୍‌ଙ୍କ ପକ୍ଷରୁ ଗତକାଲି ଏକ ଆନୁଷ୍ଠାନିକ ପତ୍ର ଜରିଆରେ କୁଳପତି ଏହି ଘୋଷଣା କରିଛନ୍ତି । ଆସନ୍ତା ୧୬ ଫେବୃୟାରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ୪୭ତମ ସମାବର୍ତ୍ତନ ଉସôବ ଅବସରରେ ଶ୍ରୀ ଚାନ୍ଦଙ୍କୁ ଏହି ଡିଗ୍ରୀ ପ୍ରଦାନ କରାଯିବ । ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଚାନ୍ଦ ଉକôଳ ବିଶ୍ୱବିଦ୍ୟାଳୟରୁ ଶ୍ରେଷ୍ଠ ସ୍ନାତକ ଭାବେ ସ୍ୱର୍ଣ୍ଣ ପଦକର ଅଧିକାରୀ ହୋଇଥିଲେ ।
ବିଭିନ୍ନ ଖଣି ଓ ଧାତୁ ଉଦ୍ୟୋଗର ନିଦେ୍ର୍ଦଶକ ଭାବେ ୮ ବର୍ଷର ଅଭିଜ୍ଞତା ସହ ଶ୍ରୀ ଚାନ୍ଦ ତିନି ଦଶନ୍ଧିରୁ ଉଦ୍ଧ୍ୱର୍ ସମୟର ସମୃଦ୍ଧ ଅଭିଜ୍ଞତାର ଅଧିକାରୀ । ତାଙ୍କ କାର୍ଯ୍ୟଦକ୍ଷତା ବଳରେ ସେ ଉତ୍ପାଦନ, ଉତ୍ପାଦକତା, ବ୍ୟବସାୟିକ ଅଭିବୃଦ୍ଧି ସହ ନୂତନ ବ୍ୟବସାୟିକ ମଡେଲ୍‌ର ବିକାଶ କରିଛନ୍ତି । ଏତଦ୍‌ବ୍ୟତୀତ, କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ ଓ ସାମଗ୍ରିକ ବିକାଶ କ୍ଷେତ୍ରକୁ ନିଜର ଅବଦାନ ମାଧ୍ୟମରେ ସମୃଦ୍ଧ କରିଛନ୍ତି । ଶ୍ରୀ ଚାନ୍ଦ, ପଶ୍ଚିମ ୟୁରୋପ୍‌ରେ ସ୍ଥିତ ଆଇ.ସି.ପି.ଇ (ଓଉଚଋ) ଏବଂ ଅଷ୍ଟ୍ରେଲିଆର କ୍ୱିନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରୁ ପ୍ରଶିକ୍ଷଣ ହାସଲ କରିଛନ୍ତି । ଓ.ଇ.ସି.ଡି. (ଙଋଉଊ) ପକ୍ଷରୁ ପ୍ୟାରିସ୍‌ ଠାରେ ଅନୁଷ୍ଠିତ ବୈଠକରେ ସେ ଭାରତୀୟ ଇସ୍ପାତ ଶିଳ୍ପର ପ୍ରତିନିଧିତ୍ୱ କରିଥିଲେ । କର୍ପୋରେଟ୍‌ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସେ ସ୍କୋପ୍‌ ଏବଂ ଭାରତ ସରକାରଙ୍କ ଡିପାର୍ଟ୍‌ମେଣ୍ଟ ଅଫ୍‌ ପବ୍ଲିକ୍‌ ଏଣ୍ଟର୍‌ପ୍ରାଇଜେସ୍‌ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ନିକଟରେ, ସେ ଆସୋଚାମ୍‌ର ମାଇନ୍ସ ଓ ମିନେରାଲ୍ସ କାଉନ୍ସିଲ୍‌ର ଜାତୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ କମ୍ପାନୀର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବାର କେବଳ ୬ ମାସ ମଧ୍ୟରେ ଶ୍ରୀ ଚାନ୍ଦ ନାଲ୍‌କୋର ଭାବମୂର୍ତ୍ତି ପରିବର୍ତ୍ତନ, ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ଏବଂ କୋଇଲା ଓ ବକ୍ସାଇଟ୍‌ ଖଣି ହାସଲ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଆର.୍‌ଆଇ.ଏନ୍‌.ଏଲ.୍‌ ଏବଂ ନାଲ୍‌କୋ ଭଳି ଭାରତୀୟ କମ୍ପାନୀକୁ ବିଶ୍ୱ ଔଦ୍ୟୋଗିକ ମାନଚିତ୍ରରେ ଏକ ବଳିଷ୍ଠ ସ୍ଥାନ ପ୍ରଦାନ କରିବା ଦିଗରେ ଶ୍ରୀ ଚାନ୍ଦ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ସହିତ, ଇଣ୍ଡଷ୍ଟ୍ରୀ-ଇନ୍‌ଷ୍ଟିଚୁ୍ୟସନ୍‌ ଇଣ୍ଟର୍‌ଫେସ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ସେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ବିଶ୍ୱସ୍ତରୀୟ ଅଭିଜ୍ଞତା ଏବଂ ମାନ୍ୟତା ପ୍ରଦାନ କରିବା ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଶ୍ରୀ ଚାନ୍ଦଙ୍କ ଏହି ଉପଲବ୍ଧି ସମ୍ପର୍କରେ ସୂଚନା ପାଇ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ତଥା ସିଆଇଆଇ, ଉକôଳ ଚାମ୍ବର ଅଫ୍‌ କମର୍ସ୍‌ ଏବଂ ଆସୋଚାମ୍‌ ଭଳି ସଂସ୍ଥା ସମେତ ସମାଜର ବିଭିନ୍ନ ବର୍ଗରୁ ବ୍ୟକ୍ତିବିଶେଷ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଜଣେ ଅଗ୍ରଣୀ ଔଦ୍ୟୋଗିକ ବ୍ୟକ୍ତିତ୍ୱଙ୍କୁ ଏପରି ଏକ ସମ୍ମାନ ପ୍ରଦାନ ଦ୍ୱାରା ରାଜ୍ୟ ଶିଳ୍ପ ଜଗତର ବିକାଶ ତ୍ୱରାନ୍ୱିତ ହେବ ବୋଲି ଅନେକ ମତ ପ୍ରକାଶ କରିଛନ୍ତି ।

Share in top social networks!