ବିଜୁ ଜନତା ଦଳର ୨୯ଟି ସାଂଗଠନିକ ଜିଲ୍ଲା ସଭାପତି ଚୟନ

11863401_817802361666270_2867075154320464842_nବିଜୁ ଜନତା ଦଳ ସାଂଗଠନିକ ନିର୍ବାଚନର ୩ ପର୍ଯ୍ୟାୟରେ ୩୨ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ ୨୯ଟି ଜିଲ୍ଲା ସଭାପତିଙ୍କ ନାମ ସର୍ବସମ୍ମତିକ୍ରମେ ଚୟନ ହୋଇଥିବା
ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରତାପ କେଶରୀ ଦେବ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । ଅବଶିଷ୍ଟ ୩ଟି ଜିଲ୍ଲାର ଜିଲ୍ଲା ସଭାପତି ନିର୍ବାଚନ ସର୍ବସମ୍ମତିକ୍ରମେ ସଂପନ୍ନ କରିବା ପାଇଁ ଦଳର ଜିଲ୍ଲା ନିର୍ବାଚନ ଅଧିକାରୀ ଅଧିକ ବିଚାର ବିମର୍ଷ କରିବା ପାଇଁ ସମୟ ମାଗିଛନ୍ତି ।

ଦଳର ସମ୍ବିଧାନ ଅନୁଯାୟୀ ୫୦ ପ୍ରତିଶତ ନିର୍ବାଚନ ପ୍ରକ୍ରିୟା ସଂପନ୍ନ ହେଲେ ଚତୁର୍ଥ ପର୍ଯ୍ୟାୟ ରାଜ୍ୟ ପରିଷଦ ନିର୍ବାଚନ ଆସନ୍ତାକାଲି ଠାରୁ ଆରମ୍ଭ ହେବ ବୋଲି ଶ୍ରୀ ଦେବ ପ୍ରକାଶ କରିଛନ୍ତି । ୨୯ଟି ଜିଲ୍ଲାର ସାଂଗଠନିକ ଜିଲ୍ଲାର ସଭାପତି ଯଥାକ୍ରମେ ଅନୁଗୁଳ-ରଜନୀକାନ୍ତ ସିଂ, ବାଲେଶ୍ୱର-ଅନନ୍ତ ଦାସ, ବରଗଡ଼-ବିଜୟ ରଞ୍ଜନ ସିଂ ବରିହା, ଭଦ୍ରକ-ଅର୍ଜ୍ଜୁନ ଚରଣ ସେଠୀ, ଭୁବନେଶ୍ୱର-ବାବୁଲି ମିଶ୍ର, ବୌଦ୍ଧ-ମହିଧର ରଣା, କଟକ-ପ୍ରତାପ ଜେନା, ଦେଓଗଡ଼-ସୁଧୀର କୁମାର କପରଦାର, ଢେଙ୍କାନାଳଡା.
ନୃସିଂହ ଚରଣ ସାହୁ, ଗଜପତି-ପ୍ରଦୀପ କୁମାର ନାୟକ, ଜଗତସିଂହପୁର-ବିଷ୍ଣୁଚରଣ ଦାସ, ଝାରସୁଗୁଡ଼ା-କିଶୋର କୁମାର ମହାନ୍ତି, ଯାଜପୁର-ନରେଶ ଚନ୍ଦ୍ର ମହାନ୍ତି, କଳାହାଣ୍ଡି-ପୁଷ୍ପେନ୍ଦ୍ର ସିଂହଦେଓ, କେନ୍ଦ୍ରାପଡ଼ା-ଧୃବ ସାହୁ, କେନ୍ଦୁଝର-ଆଶିଷ ଚକ୍ରବର୍ତ୍ତୀ, ଖୋର୍ଦ୍ଧା-ବିଭୁତି ଭୂଷଣ ବଳବନ୍ତରାୟ, କନ୍ଧମାଳସରୋଜ
କୁମାର କର୍ଣ୍ଣ, କୋରାପୁଟ- ଜୟରାମ ପାଙ୍ଗୀ, ମୟୂରଭଞ୍ଜ- ଲକ୍ଷ୍ମଣ ଟୁଡୁ, ମାଲକାନଗିରି-ମାନସ ମାଡ଼କାମି, ନୟାଗଡ଼- ରବି ନାରାୟଣ ମହାପାତ୍ର, ନବରଙ୍ଗପୁର- ରମେଶ ଚନ୍ଦ୍ର ମାଝୀ,ନୂଆପଡ଼ା- ପ୍ରସନ୍ନ କୁମାର ପାଢ଼ୀ, ପୁରୀ- ମହେଶ୍ୱର ମହାନ୍ତି, ରାଉରକେଲା- ଆନନ୍ଦ ଚନ୍ଦ୍ର ମହାନ୍ତି, ରାୟଗଡ଼ା- ସୁଧୀର ଦାସ, ସୁବର୍ଣ୍ଣପୁର- ସରୋଜ କମ୍ପ ଓ ସୁନ୍ଦରଗଡ଼- ମଙ୍ଗଳା କିଷାନ ।

Share in top social networks!