ସର୍କସ ପଡିଆ, ବରଗଡଠାରେ ହେବ ମହା ଚାଷି ସମ୍ମିଳନୀ- ବିଜେପି ; ଉଚ୍ଚସ୍ତରୀୟ କମିଟିର କ୍ଷେତ୍ର ପରିଦର୍ଶନ

bjpbargarhପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ବରଗଡ ଗସ୍ତ ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡଠାରେ ଆସନ୍ତା ୨୧ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶାଳ ଚାଷି ମହାସମରବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ବିଶାଳ ମହା ଚାଷି ସମ୍ମିଳନୀରେ ବେଶରେ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦି ଓଡିଶାରେ କୃଷି ଓ କୃଷକ ମାନଙ୍କ ପ୍ରତି କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ନେଇଥିବା କୃଷକ ବିମା ଯୋଜନା ଭଳି କୃଷକ କଲ୍ୟାଣକାରି ଯୋଜନା ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅନ୍ୟାନ୍ୟ ଜନହିତକାରୀ ଯୋଜନାକୁ ଓଡିଶାବାସୀଙ୍କ ନିକଟରେ ପହଁଚାଇବା ସହ ରାଜ୍ୟ ସରକାରଙ୍କ ଦ୍ୱାରା ଚରମ ଅବହେଳାର ଶିକାର ହୋଇ ଆତ୍ମହତ୍ୟା କରିଥିବା କୃଷକ ପରିବାରକୁ ସମବେଦନା ଜଣାଇବା ସହ କୃଷକ ପରିବାରର ନୈତିକ ମନୋବଳ ବୃଦ୍ଧି କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଏକ ଉଚ୍ଚସ୍ତରିୟ ପ୍ରସ୍ତୁତି ଗୁରୁତ୍ୱପୁର୍ଣ୍ଣ ବୈଠକ ଆୟୋଜିତ ହୋଇଯାଇଛି ।

ଏହି ପ୍ରସ୍ତୁତି ବୈଠକରେ ୧୧ଟି ଜିଲ୍ଲାର ସାଙ୍ଗଠନିକ ସଭାପତିଙ୍କ ସମେତ ୭ଜଣ ଲୋକସଭା ପାର୍ଥି ଯୋଗଦେଇଥିଲେ । ବୈଠକରେ ବହୁ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ଯଥା ରାଜ୍ୟରେ ଦେଖାଦେଇଥିବା ମରୁଡି ପରିସ୍ତିତିକୁ ମୁକାବିଲା କରିବାରେ ରାଜ୍ୟ ସରକାରଙ୍କ ବିଫଳତା ଓ ରାଜ୍ୟରେ ଫସଳ ହାନି ହେତୁ କୃଷକ ଆତ୍ମହତ୍ୟାର ଲମ୍ବା ଧାଡି ଲାଗିଥିବା ସମୟରେ ରାଜ୍ୟ ସରକାରଙ୍କ ନେତା, ବିଧାୟକ ଓ ମନ୍ତ୍ରୀ ଯେଭଳି ଭାବରେ ଓ ଯେଉଁ ଢଙ୍ଗରେ ବିବୃତି ଦେଉଥିଲେ ତାହା କୃଷି ଓ କୃଷକ ପରିବାର ପ୍ରତି ଏକ ନିଷ୍ଠୁର ପରିହାସ ସଦୃଶ ଥିଲା । ଏଥିସହ କେନ୍ଦ୍ରୀୟ ଅନୁଦାନକୁ ଖର୍ଚ୍ଚ ନକରି ପାରିବାରୁ ଅର୍ଥ ଫେରିଜିବା ଓ ରାଜ୍ୟ ସରକାରଙ୍କ ଉପଯୁକ୍ତ କର୍ମ ସଂସ୍ଥାନ ଅଭାବରୁ ଦାଦନ ଶ୍ରମୀକଙ୍କ ବୃଦ୍ଧି ଭଳି ପ୍ରସଙ୍ଗ ଆଲୋଚନା ହୋଇଥିଲ ।ଏହି ବୈଠକରେ ରାଜ୍ୟ ସରକାରଙ୍କ ଅପାରଗତା ଓ କେନ୍ଦ୍ରରେ ଥିବା ମାନ୍ୟବର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ ହିତକର କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଁଚାଇବା ପାଇଁ ନିସ୍ପତି ନିଆ ଯାଇଥିଲା । ଏହି ମହାଚାଷି ସମ୍ମିଳନୀରେ ୫ଲକ୍ଷରୁ ଅଧିକ ବିଜେପି କର୍ମୀ ମାନେ ଯୋଗଦେବାର ଆଶା କରାଯାଉଥିବାରୁ ଏହାକୁ ଅଧିକ ଗୁରାୁତ୍ୱ ଦିଆଯାଉଛି । ଆଜି ବିଜେପିର ଏକ ଉଚ୍ଚସ୍ତରିୟ ପ୍ରତିନିଧି ଦଳ ବରଗଡ ରେ କୃଷକ ସଭା ପାଇଁ ସ୍ଥାନ ଚିହ୍ନଟ କରିବା ପାଇଁ ଗସ୍ତ କରିଥିôଲେ । ବରଗଡ ଜିଲ୍ଲାର ଭଟଲି ଛକ ସ୍ଥିତ ସର୍କସ ପଡିଆକୁ ସଭାସ୍ତଳି ଭାବେ ସ୍ଥିର କରାଯାଇଛି ବୋଲି ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡା କହିଛନ୍ତି ।

ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ତଥା ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହ ଦେଓ ଜାତୀୟ ସାଧାରଣ ସମ୍ପାଦକ ଶ୍ରୀ ଅରୁଣ ସିଂ. ଜାତୀୟ ସହ ସଙ୍ଗଠନ ମହାନନ୍ତ୍ରୀ ସୌଦାନ ସିଂ, , ବରିଷ୍ଠ ନେତା ତଥା ପୁର୍ବତନ ସଭାପତି କନକ ବର୍ଦ୍ଧନ ସିଂହଦେଓ, ବିଧାୟକା ରାଧାରାଣୀ ପଣ୍ଡା , ରାଜ୍ୟ ସଙ୍ଗଠନମନ୍ତ୍ରୀ ପ୍ରସନ୍ନ ମିଶ୍ର, ସହ ସଙ୍ଗଠନ ସମ୍ପାଦକ ସାରଦା ପ୍ରସାଦ ଶତପଥି, ସମ୍ବଳପୁର ଜିଲ୍ଲା ସଭାପତି ନାଉରୀ ନାୟକ, ବରଗଡ ଜିଲ୍ଲା ସଭାପତି ନାରାୟଣ ସାହୁ ,ସୁବାଶ ଚୈହାନ, ଅଶ୍ୱିନୀ ଷଡଙ୍ଗି, ବରିଷ୍ଠ ନେତା ରଞ୍ଜନ ପଟେଲ ଏବଂ ସୁରେନ୍ଦ୍ର ଲାଠ ପ୍ରମୁଖ ସଭାସ୍ଥଳୀ ପରିଦର୍ଶନ କରିଥିଲେ ।

Share in top social networks!