ପ୍ରଣାମ ଘେନ ହେ ଶତାବ୍ଦୀ ପୁରୁଷ

ଅଧ୍ୟାପକ ପୁର୍ଣ୍ଣଚନ୍ଦ୍ର ମଲ୍ଲିକ
purnamallickଭାରତୀୟ ଜନସଂଘର ପୂର୍ବତନ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ଅଧ୍ୟକ୍ଷ ତଥା ତିନି ବର୍ଷ ପାଇଁ ଜନତା ପାର୍ଟିରେ ବିଲୀନ ହୋଇ ଏହି ଦଳର ପନରୁଜ୍ଜୀବିତ ରୂପ ଭାରତୀୟ ଜନତା ପାର୍ଟିର ମାର୍ଗଦର୍ଶକ ରୂପେ ସୁବିଦିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ୧୯୬୮ ମସିହା ଫେବୃଆରୀ ୧୧ ତାରିଖ ଦିନ ଲକ୍ଷ୍ମୋ÷ରୁ ପାଟନା ଫେରୁଥିବା ବେଳେ ସନେ୍ଦହ ଜନକ ଭାବେ ମୋଗଲ ସରାଇ ରେଲ ଷ୍ଟେସନର ରେଳ ଧାରଣା ଉପରୁ ତାଙ୍କର ମର ଶରୀର ମିଳିଥିଲା । ସେତେବେଳେ କେନ୍ଦ୍ର ଓ ଉତ୍ତରପ୍ରଦେଶରେ କଂଗ୍ରେସ ସରକାର ଶାସନ କରୁଥିଲେ ମଧ୍ୟ ଉଭୟ ସରକାର ଏହାକୁ ଏକ ସାଧାରଣ ଦୁର୍ଘଟଣା ରୁପେ ଗ୍ରହଣ କରିଥିଲେ କିନ୍ତୁ ସମଗ୍ର ଭାାରତରେ ତାଙ୍କର ଏପରି ଅସ୍ୱାଭାବିକ ମୃତ୍ୟୁକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ରୁପେ ଗ୍ରହଣ କରାଯାଇଥିଲା । ତତôକାଳୀନ ସିବିଆଇର ଡିଆଇଜି ତଦନ୍ତକରି ଗାଡି ଷ୍ଟେସନରେ ପହଂଚିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ବାହାରକୁ ବଳ ପୂର୍ବକ ଠେଲି ଦେଇଥିଲା ବୋଲି ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଥିଲେ । ରେଳବାଇ ତଥ୍ୟରୁ ଜଣାପଡିଥିଲା ଯେ ସେହି ବଗିରେ ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀ ଭୁଲ ନାମ ଓ ଠିକଣା ଦେଇ ଯାତ୍ରା କରୁଥିଲେ । ପରବର୍ତ୍ତି ସମୟରେ ନ୍ୟାୟିକ ତଦନ୍ତ କମିଶନର ଅଧ୍ୟକ୍ଷ ୱାଇ. ଭି ଚନ୍ଦ୍ରଚୁଡ ଏହି ହତ୍ୟା ପଛରେ କୋ÷ଣସି ରାଜନୈତିକ ଉଦେ୍ଦଶ୍ୟ ନଥିଲା ବୋଲି କହିଥିଲେ ମଧ୍ୟ ବହୁ ସଂନ୍ଦିଗ୍ଧ ଦିଗ ଓ ବ୍ୟକ୍ତିି ବିଶେଷଙ୍କୁ ଉଦେ୍ଦଶ୍ୟ ମୂଳକ ରୁପେ ତଦନ୍ତ ପରିସରରୁ ବାଦ୍ ଦେଇଥିଲେ । ତେଣୁ ଏବେ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲା ପରେ ଶ୍ରୀ ଉପାଧ୍ୟୟଙ୍କର ପରିବାର ଲୋକେ ପୁଣି ଏକ ପୁର୍ଣ୍ଣାଙ୍ଗ ତଦନ୍ତ ଦାବୀ କରିଛନ୍ତି । ତେଣୁ ଏହି ମହାନ ଚିନ୍ତାନାୟକଙ୍କର ମୃତ୍ୟୁ ରହସ୍ୟ ଏବେ ମଧ୍ୟ ସଂଶୟାଚ୍ଛନ୍ନ ହୋଇରହିଛି ।
ପଣ୍ଡିତ ଦୀନଦୟାଲଙ୍କର ଅର୍ବିଭାବ ୧୯୧୬ ସେପ୍ଟେମ୍ବର ୨୫ ତାରିଖ ଠାରୁ ଗଲାବର୍ଷ ସେପ୍ଟେମ୍ବର ସୁଦ୍ଧା ଅନେଶ୍ୱତ ବର୍ଷ ପୁରଣ ହୋଇ ଏକଶତ ବର୍ଷ ଆରମ୍ବ ହୋଇଛି । ସମଗ୍ର ଦେଶରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ତାଙ୍କ ଜନ୍ମ ଶତବାର୍ଷିକୀ ବର୍ଷକୁ ମହାସମାରୋହରେ ପାଳନ କରିବାକୁ ଉଦ୍ୟମ ହୋଇଛି । ତାଙ୍କ ନାମରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ନାମିତ କରାଯିବା ସହିତ ବିଭିନ୍ନ ସ୍ଥାନରେ ତାଙ୍କର ସ୍ମତିରକ୍ଷା ପାଇଁ ଉଦ୍ୟମ ହୋଇଛି । ବିଶେଷଭାବେ ତାଙ୍କ ପ୍ରଣୀତ ମହାନ ଦର୍ଶନ ‘ଏକାତ୍ମ ମାନବବାଦ’ ଉପରେ ଅଲୋଚନା ଚକ୍ର ସମଗ୍ର ଦେଶରେ ଆୟୋଜିତ ହେଉଛି ଏବଂ ଭାରତର ସାମଗ୍ରିକ ବିକାଶ ପାଇଁ ଏହାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଉଛି । ତେଣୁ ‘ଏକାତ୍ମ ମାନବବାଦ’ ସମ୍ପର୍କରେ ସମ୍ୟକ ଆଲୋଚନା ମାଧ୍ୟମରେ ଆମେ ଏହି ମହାନ ରାଷ୍ଟ୍ରପୁରୁଷଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ।
୧୯୫୧ ମସିହାରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଯେତେବବେଳ ଭାରତୀୟ ଜନସଂଘର ପ୍ରତ୍ିଷ୍ଠା କଲେ ସେତେବେଳେ ତାଙ୍କର ଅନୁରୋଧ କ୍ରମେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ମାନନୀୟ ଶ୍ରୀ ସଦାଶିବ ଗୋଲୱାଲେକର ୧୯୪୨ରୁ ପୂର୍ଣ୍ଣ ପ୍ରଚାରକ ଭାବେ ଦାଇତ୍ୱ ନିର୍ବାହ କରିଆସୁଥିବା ଶ୍ରୀ ଉପାଧ୍ୟାୟଙ୍କୁ ଭାରତୀୟ ଜନସଂଘରେ କାର୍ଯ୍ୟକରିବାକୁ ନିଦେ୍ର୍ଦଶ ଦେଇଥିଲେ । ସେହି ଦିନଠାରୁ ସେ ଜନସଂଘର ସାଧାରଣ ସମ୍ପାଦକ ଓ ୧୯୫୩ ମହିହା ଜୁନ୍ ୨୩ ତାରିଖରେ ଶ୍ରୀ ମୁଖାର୍ଜୀଙ୍କର ଜମ୍ମୁ କାଶ୍ମରୀ କାରଗାରରେ ସନେ୍ଦହ ଜନକ ଭାବେ ମୃତ୍ୟୁ ହେବାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୁପେ ତାଙ୍କର ନିଧନ ପର୍ଯ୍ୟନ୍ତ ଦାୟୀତ୍ୱ ନିର୍ବାହ କରି ଆସୁଥିଲେ । ଏକାଧାରରେ ସେ ଥିଲେ ଜଣେ ସୃଜନଶୀଳ ଲେଖକ, ପ୍ରବୀଣ ସାମ୍ବାଦିକ, ନିସ୍ୱାର୍ଥପର ସମାଜସେବକ, ଦେଶପ୍ରାଣ ରାଷ୍ଟ୍ରୀନୀତିଜ୍ଞ, ଦୁରଦୃ୍ଷ୍ଟି ସମ୍ପନ୍ନ ଅର୍ଥନୀତି ବିଶେଷଜ୍ଞ ଓ ଜଣେ ମହାନ ଦାର୍ଶନୀତିଜ୍ଞ । ଏକ ଜାତୀୟ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ନିର୍ବାହ କରିବା ସହିତ ୧୯୫୧ ମସିହା ଠାରୁ ‘ରାଷ୍ଟ୍ରଧମ’ର୍ ନାମରେ ଏକ ଦୈନିକ ‘ପଞ୍ଚଜନ୍ୟ’ ନାମରେ ଏକ ସାପ୍ତାହିକ
ଏବଂ ‘ସ୍ୱଦେଶ’ ନାମରେ ଏକ ମାସିକ ପତ୍ରିକା ନିଜ ସମ୍ପାଦନାରେ ପ୍ରକାଶ କରିଆସୁଥିଲେ ଯାହା ଏବେ ମଧ୍ୟ ପ୍ରକାଶିତ ହେଉଛି ।
ଶ୍ରୀ ମୁଖାର୍ଜୀଙ୍କର ନେତୃତ୍ୱରେ ଭାରତୀୟ ଜନସଂଘ ୧୯୫୧-୫୨ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଭାଗ ନେଇ ସାଧାରଣ ଭୋଟ୍ର ୩.୦୬ ପ୍ରତିଶତ ଭୋଟ୍ ପାଇବା ସହିତ ତିନୋଟି ସିଟ୍ ପାଇଥିବା ବେଳେ ଦୀନଦୟାଲଙ୍କ ବଳିଷ୍ଠ ନେତୃ୍ତ୍ୱ ବଳରେ ୧୯୫୭ ରେ ୫.୯୭ ପ୍ରତିଶତ ଭୋଟ୍ ସହିତ ୪ ଟି ଆସନ ୧୯୬୨ ରେ ୬.୪୪ ପ୍ରତିଶତ ଭୋଟ୍ ସହିତ ୧୪ ଟି ଆସନ ଏବଂ ୧୯୬୭ ରେ ୯.୩୧ ପ୍ରତିଶତ ଭୋଟ୍ ପାଇ ୩୫ ଟି ଆସନ ଲାଭ କରିଥିଲା । ଯାହା ଫଳରେ ଭାରତୀୟ ଜନସଂଘ ଭାରତ ବର୍ଷରେ ଏକ ଶକ୍ତିଶାଳୀ ବିକଳ୍ପ ରାଜନୈତିକ ଦଳ ଭାବେ ନିଜକୁ ପ୍ରତିଷ୍ଠା କରିପାରିଥିଲା ।
୧୯୪୭ ରେ ଦେଶ ସ୍ୱାଧୀନ ହୋଇଥିଲେ ମଧ୍ୟ ଭାରତ ଇଂରେଜ ଶାସନପଦ୍ଧତି ତଥା ବୈଚାରିକ ସିଦ୍ଧାନ୍ତ ପ୍ରଭାବରୁ ମୁକ୍ତ ହୋଇପାରି ନଥିଲା । ପାଶ୍ଚ୍ୟାତ ସମାଜବାଦ ଓ ପୁଞ୍ଜିବାଦକୁ ରାଜନୈତିକ ସିଦ୍ଧାନ୍ତ ରୂପେ ଗ୍ରହଣ କରି ମିଶ୍ର ଅର୍ଥନୀତି, ପଞ୍ଚବାର୍ଷିକ ଯୋଜନା, ତୁଷ୍ଟିକରଣ ଭିତ୍ତିରେ ଆଧାରିତ ଧର୍ମ ନିରପେକ୍ଷତାକୁ ଅନୁସରଣ କରିଥିଲା । ସୋଭିଏତ୍ ସଂଘ ପ୍ରେରିତ ସମାଜବାଦୀ ବିକେନ୍ଦ୍ରୀକରଣ ଉପରେ ପର୍ଯ୍ୟବେସିତ ପଞ୍ଚବାର୍ଷିକ ଯୋଜନାକୁ ଭାରତୀୟ ଜନସଂଘ ବିରୋଧ କରିବା ସହିତ ସ୍ୱଦେଶୀ ଅର୍ଥ ବ୍ୟବସ୍ଥା ଅନୁସରଣ ଉପରେ ଗୁରୁତ୍ୱ ଦେଇଥିଲା । ‘ଆର୍ଥିକ ଲୋକତନ୍ତ୍ର’ ଓ ‘ବିକେନ୍ଦ୍ରୀ କରଣ’କୁ ଦୀନଦୟାଲ ‘ଅର୍ଥାୟମ୍’ ନାମ ଦେଇଥିଲେ । ତାଙ୍କ ମତରେ, ‘‘ପାଶ୍ଚାତ୍ୟ ରାଜନୈତିକ ଦର୍ଶନ ମନୁଷ୍ୟକୁ ସେକ୍ୟୁଲାରବାଦ, ବ୍ୟକ୍ତିିବାଦ, ସମାଜବାଦ,ଏବଂ ସାମ୍ୟବାଦ ବିଚାର ଦେଇଅଛି । ଭାରତ ସ୍ୱାଧୀନ ହେବା ପରେ ଆମ ଦେଶର ନେତୃବୃନ୍ଦ ସେହି ସବୁ ପାଶ୍ଚତ୍ୟ ଦର୍ଶନ ଆଧାରରେ ଦେଶର ଭବିଷ୍ୟତ ନିର୍ମାଣ ପାଇଁ ଯୋଜନାମାନ ଆରମ୍ଭ କରିଛନ୍ତି ।’’ ପଣ୍ଡିତ ଦୀନ ଦୟାଲ ତତ୍କାଳୀନ ନେତୃବୃନ୍ଦଙ୍କ ବିଚାରକୁ ଖଣ୍ଡନ କରି ମତ ଦେଇଥିଲେ ଯେ, ‘‘ଯେତେବେଳେ ଆମେ ପାଶ୍ଚାତ୍ୟ ସାମ୍ରାଜ୍ୟବାଦକୁ ଏହି ଦେଶରୁ ବିତାଡିତ କରିଦେଇଛେ ସେତେବେଳେ ପାଶ୍ଚାତ୍ୟ ଦର୍ଶନ ପଛରେ ଗୋଡାଇବା ଆବଶ୍ୟକ ନାହିଁ । ଦେଶର ନେତୃବୃନ୍ଦଙ୍କ ମନରେ ଏହି ଧାରଣା ଥିଲା ଯେ, ଆମ ଦେଶରେ ନିଜସ୍ୱ କୋ÷ଣସି ଦର୍ଶନ ନାହିଁ, ଏଣୁ ପାଶ୍ଚାତ୍ୟ ଦର୍ଶନକୁ ଗ୍ରହଣ କରିନେବା ଉଚିତ । ସେମାନେ ଏପରି ମଧ୍ୟ ଭାବୁଥିଲେ ଯେ, ଆମେ ଅତୀତରେ ଏକ ରାଷ୍ଟ୍ର ନ ଥିଲେ । ଇଂରେଜମାନେ ଆସିବା ପରେ ଆମକୁ ଏକ ରାଷ୍ଟ୍ରଭାବେ ପରିଚିତ କରାଇଲେ ଏବଂ ଏବେ ଆମେ ବିଶ୍ୱରେ ଏକ ନୂଆ ରାଷ୍ଟ୍ରଭାବେ ଉଦୟ ହୋଇଛେ ।’’
ଭାରତୀୟ ଜନତା ପାର୍ଟି ବା ପୂର୍ବର ଭାରତୀୟ ଜନସଂଘ ଦୃଢ ଭାବରେ ବିଶ୍ୱାସ କରେ ଯେ, ‘ଆମ ଦେଶ ଏକ ପ୍ରାଚୀନ ଏବଂ ସନାତନ ରାଷ୍ଟ୍ର । ପାଶ୍ଚାତ୍ୟରେ ରାଷ୍ଟ୍ର ଓ ରାଜ୍ୟ ପରିକଳ୍ପନା ପ୍ରାରମ୍ଭର ଅନେକ ପୂର୍ବରୁ ଆମ ଦେଶରେ ‘ସାଂସ୍କୃତିକ ରାଷ୍ଟ୍ରବାଦ’ ରହିଆସିଛି । ଭାରତ ବର୍ଷର ଏକ ଗୋ÷ରବମୟ ଜ୍ଞାନ ପରମ୍ପରା ରହିଛି ଏବଂ ଆମକୁ ଏହି ଜ୍ଞାନ ପରମ୍ପରା ଭିତରେ ଦେଶର ଭବିଷ୍ୟତ ଖୋଜିବା ଉଚିତ୍ ହେବ ।’
ପାଶ୍ଚତ୍ୟ ଦର୍ଶନରେ ମାନବ ଜୀବନ ପ୍ରତି ଖଣ୍ଡିତ ଦୃଷ୍ଟିକୋଣ ରହିଛି । ସେମାନଙ୍କ କଳ୍ପନାରେ ବ୍ୟକ୍ତିବାଦ ହେଉଛି ସମାଜବାଦର ଶତ୍ରୁ ଏବଂ ସେହିପରି ସମାଜବାଦ ହେଉଛି ବ୍ୟକ୍ତିବାଦର ଶତ୍ରୁ । ସେହି ଦର୍ଶନରେ ପ୍ରକୃତି ଉପରେ ମାନବର ବିଜୟ କଥା କୁହାଯାଇଛି ଏବଂ ଏଥିପାଇଁ ପ୍ରକୃତି ସହିତ ବ୍ୟକ୍ତିର ସଂର୍ଘଷ ଲାଗି ରହିଛି ବୋଲି କୁହାଯାଇଛି । ପାଶ୍ଚତ୍ୟ ଦର୍ଶନରେ ସେକ୍ୟୁଲାରବାଦ ବା ଧର୍ମନିରପେକ୍ଷ ନାଁରେ ସାଧାରଣ ଜୀବନରୁ ଧର୍ମକୁ ଦୁରେଇ ଦେବା ପାଇଁ ଚିନ୍ତା କରାଯାଇଛି । ଏହି ବିଚାରର ଫଳ ସ୍ୱରୂପ ଭୋ÷ତିକ ବାଦ ସହିତ ଆଧ୍ୟାମିôକତା; ରାଜ୍ୟ ସହିତ ଧର୍ମପୀଠ, ଏବଂ ଧର୍ମ ସହିତ ବିଜ୍ଞାନର ସର୍ବକାଳୀନ ଦ୍ୱନ୍ଦ ରହିଥିବା କୁହାଯାଇଛି । ତେଣୁ ଭାରତୀୟ ଜନସଂଘ ଭାରତ ପାଇଁ ଭାରତର ମୂଳ ଭୁତ ଏକ
ନୂତନ ବୈଚାରିକ ସିଦ୍ଧାନ୍ତର ଆବଶ୍ୟକ କରୁଥିବା ବେଳେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ୧୯୬୪ ମସିହାରେ ତାଙ୍କର ଏକାତ୍ମ ମାନବ ଦର୍ଶନ ପ୍ରଣୟନ କରିଥଲେ । ୧୯୬୫ ମସିହାରେ ଆନ୍ଧ୍ରର ବିଜୟୱାଡା ଠାରେ ଅନୁଷ୍ଟିତ ରାôଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଏହାକୁ ଦଳର ରାଜନୈତିକ ଆଦର୍ଶ ରୂପେ ଗ୍ରହଣ କରାଯାଇଥିଲା । ୧୯୮୦ ମସିହାରେ ଭାରତୀୟ ଜନସଂଘ ପୁନରୁଜ୍ଜୀବିତ ହୋଇ ଭାରତୀୟ ଜନତା ଦଳ ରୂପେ ଆର୍ବିଭୁତ ହେବା ସହିତ ପାର୍ଟି ସମ୍ବିଧାନର ଧାରା ୩ ଅନୁସାରେ ଏକାତ୍ମ ମାନବ ବାଦକୁ ଦଳର ମୂଳ ସିଦ୍ଧାନ୍ତ ରୂପେ ଗ୍ରହଣ କରି ନେଇଛି ।
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ‘ ଏକାତ୍ମ ମାନବ ଦର୍ଶନ’ ସମଗ୍ର ଭାରତୀୟ ଦର୍ଶନର ଏକ ସମ୍ମିଳିତ ରୂପ । ଭିନ୍ନ ମତ, ପନ୍ଥ ଓ ସମ୍ପ୍ରଦାୟ ଭିତ୍ତିରେ ହଜାର ହଜାର ବର୍ଷ ଭିତରେ ଆତ୍ମପ୍ରକାଶ କରିଥିବା ବିଭିନ୍ନ ଦର୍ଶନର ବୈଜ୍ଞାନିକ ଅନୁଶୀଳନ ସହିତ ସେ ସବୁର ଶ୍ରେଷ୍ଠ ଚିନ୍ତନକୁ ନେଇ ଏକ ସ୍ୱତନ୍ତ୍ର ଦର୍ଶନଭାବେ ଏକାତ୍ମ ମାନବ ଦର୍ଶନର ପରିକଳ୍ପନା, ବିକାଶ ଏବଂ ପରିଚୟ । ସୂକ୍ଷ୍ମାଂଶ ରୂପରେ ଏହା ପ୍ରାକ୍ତନ ଅଭିବ୍ୟକ୍ତିର ପ୍ରତିଫଳନ ହୋଇପାରେ କିନ୍ତୁ ସାମଗ୍ରୀକ ଭାବେ ଏହା ଅନନ୍ୟ , ଅସାଧାରଣ ଏବଂ ଅଭୂତପୂର୍ବ । କେବଳ ଭାରତୀୟ ଦର୍ଶନ ନୁହଁ, ବିଭିନ୍ନ ସମୟରେ ପୃଥିବୀର ଭିନ୍ନ ଭିନ୍ନ ଭୂଖଣ୍ଡରେ ପ୍ରକାଶ ପାଇଥିବା ବିଭିନ୍ନ ଦର୍ଶନର ତୂଳାନାତ୍ମକ ବିଚାର ସହିତ କେତେକ କ୍ଷେତ୍ରରେ ସେ ସବୁର ନିର୍ଯାସ ମଧ୍ୟ ଏ ଦର୍ଶନରେ ଅନୁରଣିତ ଓ ଉପଲବ୍ଧ । ତେଣୁ ‘ଏକାତ୍ମ ମାନବ ଦର୍ଶନ’ କେବଳ ଭାରତ ଓ ଭାରତୀୟଙ୍କ ପାଇଁ ନୁହେଁ ସମଗ୍ର ବିଶ୍ୱର ମାନବ ଓ ମାନବେତର ପ୍ରାଣୀମାନଙ୍କ ନିମନ୍ତେ ମଧ୍ୟ ଅନ୍ୟତମ ସର୍ବଶ୍ରେଷ୍ଠ ଦର୍ଶନ ।
ଏହି ଏକାତ୍ମ ମାନବ ଦର୍ଶନରେ ବ୍ୟକ୍ତି , ସମାଜ ଓ ରାଷ୍ଟ୍ର, ସୃଷ୍ଟି ଓ ପରମେଷ୍ଟିଙ୍କର ଏକ ସାମଗ୍ରିକ ସମ୍ପର୍କ ଓ ସମନ୍ୱୟଭିତ୍ତିକ ବ୍ୟାଖ୍ୟା କରାଯାଇଛି । ବ୍ୟକ୍ତିର ସ୍ଥିତି ଓ ଉତ୍ତରଣ , ତା’ର ଶରୀର, ମନ, ବୁଦ୍ଧି ଏବଂ ଆତ୍ମାର ସମନ୍ୱିତ ବିକାଶ ଉପରେ ନିର୍ଭର କରେ । ଧର୍ମ, ଅର୍ଥ, କାମ, ମୋକ୍ଷରେ ହିଁ ବ୍ୟକ୍ତିର ପୁରୁଷାର୍ଥ । ମାନବ କେବଳ ବ୍ୟକ୍ତି ବିଶେଷ ନୁହେଁ । ବ୍ୟକ୍ତି କେବଳ ‘ମୁଁ’ ରେ ସୀମିତ ନୁହେଁ । ‘ଆମେ’ ଓ ‘ଆମ୍ଭେମାନେ’ ସହିତ ତାର ଅଭିନ୍ନ ସମ୍ବନ୍ଧ ରହିଛି । ତେଣୁ ସମାଜ ସ୍ୱୟଂଭୂ । ଭାରତୀୟ ସମାଜ ଏକାତ୍ମବାଦୀ । ବ୍ୟକ୍ତି ପରି ମଧ୍ୟ ସମାଜ ଏକ ଜୀବନ୍ତ ସତ୍ତା । ମନୁଷ୍ୟ ପରି ସମାଜର ଶରୀର, ବୁଦ୍ଧି ଓ ଆତ୍ମା ରହିଛି । ସଂସ୍କୃତି ହିଁ ସମାଜର ଆତ୍ମା । ଯେତେବେଳେ ଏକ ମନୁଷ୍ୟଗୋଷ୍ଠୀ ଏକ ମହତ ଉଦେ୍ଦଶ୍ୟ, ଲକ୍ଷ୍ୟ ବା ଆଦର୍ଶକୁ ଅନୁସରଣ କରି ଜନ୍ମ ଭୂମିକୁ ଜନନୀର ସମ୍ମାନ ଦିଅନ୍ତି ସେତେବେଳେ ଏକ ଜାତି ବା ରାଷ୍ଟ୍ର ଜନ୍ମ ନିଏ । ରାଷ୍ଟ୍ରର ଆତ୍ମାହିଁ – ଚେତନା ବା ‘ଚିତି’ । ଏହା ଏଭଳି ଏକ ମାନଦଣ୍ଡ ଯାହା ସାହାଯ୍ୟରେ ପ୍ରତ୍ୟେକ ବସ୍ତୁ ଏବଂ ବିଷୟର ଗ୍ରହଣୀୟତା ନିର୍ଣ୍ଣୟ କରାଯାଏ । ଜାତୀୟ ଚେତାନହିଁ ରାଷ୍ଟ୍ରଧର୍ମ । ଧର୍ମ ରିଲିଜିଅନ୍ ନୁହେଁ । ଧର୍ମର ତତ୍ତ୍ୱ ସନାତନ ଓ ସର୍ବବ୍ୟାପୀ । ଭାରତ ଏକ ରାଷ୍ଟ୍ର ସଂଘ ନୁହେଁ, ବରଂ ସୂକ୍ଷ୍ମରୂପରେ ଏହା ଏକ ଓ ଅଭିନ୍ନ । ଭାରତୀୟ ସଂସ୍କୃତି ଏକାତ୍ମବାଦୀ, ଏକାତ୍ମତା ହିଁ ରାଷ୍ଟ୍ରର ସ୍ୱରୂପ, ରାଷ୍ଟ୍ରୀୟ ଧର୍ମର ପରିଧି ମଧ୍ୟରେ ସମସ୍ତ ମାନବତା ସନି୍ନହିତ । ‘ଚିତି’ ବା ଚେତନା ଯେପରି ରାଷ୍ଟ୍ରୀୟ ଅଧାର, ସେପରି ଯେଉଁ ଶକ୍ତି କାରଣରୁ ରାଷ୍ଟ୍ର ଅବଧାରଣା ସମ୍ଭବ ତାହାକୁ ‘ବିରାଟ’ କୁହାଯାଏ । ‘ବିରାଟ’ ରାଷ୍ଟ୍ରର କାର୍ଯ୍ୟ କ୍ଷମତା ବା କର୍ମଶକ୍ତି । ଏହାକୁ ‘ଚିତି’ ଦ୍ୱାରା ଜାଗ୍ରତ ଏବଂ ସଂଗଠିତ କରାଯାଇପାରେ । ଶରୀରରେ ପ୍ରାଣର ଯେଉଁ ସ୍ଥାନ, ‘ବିରାଟ’ର ରାଷ୍ଟ୍ର ଜୀବନରେ ସେହି ସ୍ଥାନ । ବିରାଟର ଆଧାର ଉପରେ ହିଁ ଗଣତନ୍ତ୍ର ସଫଳ ହୁଏ ଓ ରାଷ୍ଟ୍ର ଶକ୍ତିଶାଳୀ ହୁଏ । ପ୍ରାଚୀନ ପ୍ରତି ଗୋ÷ରବର ଭାବନା, ବର୍ତ୍ତମାନ ପ୍ରତି ଯଥାର୍ଥବାଦୀ କଳ୍ପନା ଓ ଭବିଷ୍ୟତ ପ୍ରତି ମହତ୍ତ୍ୱକାଡଂ୍କ୍ଷା ଧାରଣା ନେଇ ଆମେ କାର୍ଯ୍ୟ କଲେ ‘ବିରାଟ’ସଦା ଜାଗ୍ରତ ଓ ଶକ୍ତିଶାଳୀ ହୁଏ ।
ସାରା ସୃଷ୍ଟି ସହ ଏକାତ୍ମତାର ସାକ୍ଷାତକାର ପୂର୍ବକ ନର, ନାରାୟଣ ହେବା ଦିଗରେ ପ୍ରୟାସ କଲେହିଁ ‘ଧର୍ମ ରାଜ୍ୟ’ ପ୍ରତିଷ୍ଟା ସମ୍ଭବ ହୋଇପାରିବ । ଏହି ଧମ୍ୟରାଜ୍ୟର ନିକଟବର୍ତ୍ତୀ ଭାବେ ପାଶ୍ଚାତ୍ୟ ଦର୍ଶନର ‘ରୁଲ୍ ଅଫ୍ ଲ’କୁ ଗ୍ରହଣ କରାଯାଇପାରେ । ବ୍ୟକ୍ତି, ସମଷ୍ଟି ବା ରାଷ୍ଟ୍ର ସମସ୍ତେ ଏହି ‘ଧର୍ମର ନିୟମାନୁବର୍ତ୍ତିତା’ରେ କାର୍ଯ୍ୟ କରିବା ଉଚିତ । ‘ଧର୍ମ’ ବା ‘ନିୟମାନୁବର୍ତ୍ତିତା’ ଦ୍ୱାରା ହିଁ ଗଣତନ୍ତ୍ରର ପ୍ରକୃତ ପ୍ରତିଷ୍ଟା ସମ୍ଭବ ହୋଇପାରିବ । ଭାରତର ଶାସନ ବ୍ୟବସ୍ଥା ଆମର ପରମ୍ପରା ଓ ସଂସ୍କୃତିର ଅନୂକୂଳ ହେବା ବାଞ୍ଚନୀୟ । ସମାଜବାଦ ବା ମିଶ୍ର ଅର୍ଥନୀତି ଭାରତ ପାଇଁ ଅନୁକୂଳ ନୁହେଁ । ଆର୍ଥôକ ନୀତି ଏଭଳି ହେବା ଉଚିତ ଯାହାଦ୍ୱାରା ଅନ୍ତ୍ୟୋଦୟ ବା ସମାଜର ଶେଷ ଧାଡିରେଥିବା ଲୋକଟିର ଉଦୟ ସମ୍ଭବ ହୋଇପାରିବ । ତେଣୁ ସେଥିପାଇଁ ସେ ଆମ ପରମ୍ପରା ଓ ସଂସ୍କୃତିକୁ ଯୁଗାନୁକୂଳ କରି ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି ।
ଭାରତରେ ସ୍ୱାଧିନତା ପରେ ପରିବାରବାଦ ଓ ଜାତିଭିତ୍ତିକ ଶାସନ ବ୍ୟବସ୍ଥା ଏକାତ୍ମମାନବ ଦର୍ଶନ ଉପରେ ଗୁରୁତ୍ୱ ଦେଇନାହିଁ । ଶ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ‘ଏକାତ୍ମ ମାନବଦର୍ଶନ’ର ପ୍ରୟୋଗାତ୍ମକ ପରୀକ୍ଷଣ ଆରମ୍ଭ ହୋଇଛି । ସେ ଆରମ୍ଭ କରିଥିବା ‘ଅନ୍ତ୍ୟୋଦୟ’ ଯୋଜନା ଭାରତ ବର୍ଷର ସର୍ବଶ୍ରେଷ୍ଠ ଓ ସର୍ବ ବ୍ୟାପକ ମାନବବାଦୀ ଯୋଜନା ଭାବେ କାର୍ଯ୍ୟକାରୀ ହେଉଅଛି । ୨୦୧୪ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦୀନଦୟାଲ ଉପାଧ୍ୟାୟଙ୍କର ଆଦର୍ଶକୁ ଅନୁସରଣ କରି ବିଭିନ୍ନ ଯୋଜନାର ସୁଫଳକୁ ଆଜି ସୁଦ୍ଧା ଯେଉଁମାନେ ସେଥିରୁ ବଞ୍ଚôତ ହୋଇଛନ୍ତି ସେମାନଙ୍କ ପାଖରେ ତାହା ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ‘ଏକାତ୍ମ ମାନବଦର୍ଶନ’, ଭାରତ ବର୍ଷର ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ ହେବା ସହିତ ଦେଶର ଜନସାଧାରଣ ଏ ସମ୍ପର୍କରେ ବିଚାର ବିମର୍ଷ କରିବା ଆରମ୍ଭ କରିଛନ୍ତି । ଆମର ବିଶ୍ୱାସ ଏକବିଂଶ ଶତାବ୍ଦୀରେ ଏହି ଦର୍ଶନ ହିଁ ଭାରତ ବର୍ଷକୁ ‘ଶ୍ରେଷ୍ଠ ଭାରତ’ ହେବାରେ ଯେ ସହାୟକ ହେବ ଏଥିରେ ସନେ୍ଦହ ନାହିଁ ।

Share in top social networks!