ଇଣ୍ଡିଆନ୍ ବୁ୍ୟରୋ ଅଫ୍ ମାଇନ୍ସ ପକ୍ଷରୁ ଓଡ଼ିଶାର ଟାଟା ଷ୍ଟିଲ ଖଣିଗୁଡ଼ିକୁ୨୧ଟି ପୁରସ୍କାର

tatasteelଇଣ୍ଡିଆନ୍ ବୁ୍ୟରୋ ଅଫ୍ ମାଇନ୍ସ (ଆଇବିଏମ୍)ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ତତ୍ତ୍ୱାବଧାନରେ ଆୟୋଜିତ ୧୮ତମ ଖଣି, ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ (ଏମ୍ଇଏମ୍ସି) ପାଳନ ଅବସରେ ଖଣି ପରିଚାଳନାରେ ଉନ୍ନତ ପ୍ରଦର୍ଶନ ପାଇଁ ୨ଟି ବ୍ୟକ୍ତିଗତ ବର୍ଗକୁ ମିଶାଇ ଟାଟା ଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣି, ମାଙ୍ଗାନିଜ୍ ଖଣି ସମୂହ ଏବଂ ଯୋଡ଼ା ପୂର୍ବ, କାଟାମାଟି ଓ ଖଣ୍ଡବନ୍ଧ ଲୌହ ଖଣିକୁ ମିଶାଇ ମୋଟ ୨୧ଟି ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଫେରୋ ଆଲୟେଜ୍ ଓ ମିନରାଲ୍ ଡିଭିଜନ୍ (ଏଫ୍ଏଏମ୍ଡି) ଅଧୀନରେ ଥିବା ଟାଟା ଷ୍ଟିଲ ମାଇନ୍ସକୁ ମୋଟ ୧୨ଟି ପୁରସ୍କାର ମିଳିଛି । ଓଡ଼ିଶାର ସୁନ୍ଦରଗଡ଼ ଓ କେନ୍ଦୁଝର ସର୍କଲକୁ ଛାଡ଼ି ସମ୍ପୁର୍ଣ୍ଣ ମେକାନାଇଜଡ୍ ଖଣି ମଧ୍ୟରେ ଟାଟା ଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ମୋଟ ୪ଟି ପୁରସ୍କାର ମିଳିଛି । ସବୁଦୃଷ୍ଟିରୁ ଉନ୍ନତ ପ୍ରଦର୍ଶନ ପାଇଁ ପ୍ରଥମ, ସଂସ୍ଥାପନ ଓ ମେକାନିକାଲ୍ ବେନିଫିସିଏନ୍ ପାଇଁ ପ୍ରଥମ, ଶବ୍ଦ, କମ୍ପନ, ବୈଜ୍ଞାନିକ ଶିକ୍ଷା ଓ ସୌନ୍ଦର୍ଯ୍ୟବୋଧ ପାଇଁ ପ୍ରଥମ ଏବଂ ପ୍ରଚାର ଓ ପ୍ରସାର ପାଇଁ ଦ୍ୱିତୀୟ ପୁରସ୍କାର ମିଳିଛି । ଟାଟା ଷ୍ଟିଲ ସୁକିନ୍ଦା କ୍ରେମାଇଟ୍ ଖଣି ଷ୍ଟ୍ରୁଆର୍ଟ ସ୍କୁଲର ୯ମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଇନ୍ଦ୍ରାଣୀ ଭଞ୍ଜଙ୍କୁ ଇଂରାଜୀ ପ୍ରଚାର ପତ୍ର ପ୍ରତିଯୋଗୀତାରେ ଦ୍ୱିତୀୟ ପୁରସ୍କାର ମିଳିଛି । ଟାଟା ଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣିରେ ନିକଟରେ ଦୀର୍ଘସ୍ଥାୟୀ ବିକାଶ ରୂପରେଖ (ସଷ୍ଟେନେବୁଲ ଡେଭଲପମେଣ୍ଟ ଫ୍ରେମ୍ୱାକ୍) ଦେଶରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ କରାଯାଇଥିବାବେଳେ ଏହାକୁ ଆଦର୍ଶ ଭାବେ ଗ୍ରହଣ କରି ସେଭଳି ପଦକ୍ଷେପ ନେବା ପାଇଁ ଅନ୍ୟ ଖଣିଗୁଡ଼ିକୁ ଉପସ୍ଥିତ ଅତିଥିମାନେ ଆହ୍ୱାନ କରିଥିଲେ ।

ସେହିପରି ଟାଟା ଷ୍ଟିଲ ମାଙ୍ଗାନିଜ୍ ଖଣି ସମୂହକୁ ସମ୍ପୁର୍ଣ୍ଣ ମେକାନାଇଜଡ୍ ମାଇନ୍ସ ବ୍ୟତୀତ ଅନ୍ୟ ବର୍ଗରେ ୬ଟି ପୁରସ୍କାର ପ୍ରଦାନ କରାଯାଇଛି । ସବୁଦୃଷ୍ଟିରୁ ଭଲ ପ୍ରଦର୍ଶନ ପାଇଁ ଯୋଡ଼ା ୱେଷ୍ଟ ମାଙ୍ଗାନିଜ୍ ଖଣିକୁ ପ୍ରଥମ ପୁରସ୍କାର ମିଳିଛି । ବର୍ଜ୍ୟବସ୍ତୁ ପରିଚାଳନା ଓ ପ୍ରଚାର ଏବଂ ପ୍ରସାରରେ ପ୍ରଥମ, ବନୀକରଣରେ ଦ୍ୱିତୀୟ ପୁରସ୍କାର ମିଳିଛି । ଅନ୍ୟପକ୍ଷରେ ମାଲଦା ମାଙ୍ଗାନିଜ ଖଣିକୁ ନିମ୍ନସ୍ତରର ଖଣିଜ ପଦାର୍ଥର ପରିଚାଳନା ପାଇଁ ପ୍ରଥମ ଓ ବାମେବାରୀ ମାଙ୍ଗାନିଜ୍ ଖଣିକୁ ପତିତ ଜମିର ପୁନରଦ୍ଧାର ଓ ବ୍ୟବହାର ଉପଯୋଗୀ କରିବା ପାଇଁ ଦ୍ୱିତୀୟ ପୁରସ୍କାର ମିଳିଛି । ଏହି ଖଣିରେ କାର୍ଯ୍ୟରତ କେ. ବେହେରାଙ୍କୁ ପରିବେଶ ସଂରଣକ୍ଷ ପାଇଁ ଅଧିକାରୀ ବର୍ଗରେ ପର୍ଯ୍ୟାବରଣ ବନ୍ଧୁ ପୁରସ୍କାର ମିଳିଛି ।

ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଟାଟା ଷ୍ଟିଲ ଓଏମ୍କୁ୍ୟ ବିଭାଗ ଅଧିନରେ ଥିବା ସମ୍ପୁର୍ଣ୍ଣ ମେକାନାଇଜଡ୍ ମାଇନ୍ସକୁ ୯ଟି ପୁରସ୍କାର ମିଳିଛି । ବନୀକରଣ , ନିମ୍ନମାନର ଖଣିଜ ପଦାର୍ଥର ପରିଚାଳନା ନିମନ୍ତେ ଯୋଡ଼ା ପୂର୍ବ ଲୌହ ଖଣିକୁ ପ୍ରଥମ ପୁରସ୍କାର, ସବୁ ଦୃଷ୍ଟିରେ ଉନ୍ନତ ପ୍ରଦର୍ଶନ, ସଂସ୍ଥାପନ ଓ ମେକାନିକାଲ୍ ବେନିଫିସିଏସନ୍ର ବ୍ୟବହାର ପାଇଁ ଦ୍ୱିତୀୟ, ପତିତ ଜମିର ପୁନରଦ୍ଧାର ଓ ବ୍ୟବହାର ଉପଯୋଗୀ କରିବା ପାଇଁ ତୃତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ଅଣ-ଅଧିକାରୀ ବର୍ଗରେ ଯୋଡ଼ା ପୂର୍ବ ଲୌହ ଖଣିର ଶ୍ରୀ ଏମ୍.କେ ଗିରୀଙ୍କ୍ୁ ପର୍ଯ୍ୟାବରଣ ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଖଣ୍ଡବନ୍ଧ ଲୌହ ଖଣି ଶବ୍ଦ, କମ୍ପନ, ବୈଜ୍ଞାନିକ ଶିକ୍ଷା ଓ ସୌନ୍ଦର୍ଯ୍ୟବୋଧ ବର୍ଗରେ ପ୍ରଥମ ପୁରସ୍କାର ହାସଲ କରିଛି । କାଟାମାଟି ଲୌହ ଖଣିକୁ ଉପର ମୃତ୍ତିକା ପରିଚାଳନା ପାଇଁ ପ୍ରଥମ ଓ ପ୍ରଚାର ଏବଂ ପ୍ରସାର ବର୍ଗରେ ତୃତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଫେବୃଆରୀ ୬ ତାରିଖରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଆଇବିଏମ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ମାଇନ୍ସ ଶ୍ରୀ ଆର.କେ ସିହ୍ନା, ଓଡ଼ିଶା ସରକାରଙ୍କ ଖଣି ନିଦେ୍ର୍ଦଶକ ଶ୍ରୀ ଦୀପକ ମହାନ୍ତି, ଆଇବିଏମ୍ କେନ୍ଦ୍ରାଞ୍ଚଳ କଣ୍ଟ୍ରୋଲର ଅଫ୍ ମାଇନ୍ସ ଶ୍ରୀ ଏ.ବି ପାଣିଗ୍ରାହୀ, ଭୁବନେଶ୍ୱର ଆଇବିଏମ୍ କଣ୍ଟ୍ରୋଲର ଅଫ୍ ମାଇନ୍ସ ଶ୍ରୀ ଏମ୍ ବିଶ୍ୱାସ, ଟାଟା ଷ୍ଟିଲ ଓଏମ୍କୁ୍ୟ ବିଭାଗର ମହାପ୍ରବନ୍ଧକ ଶ୍ରୀ ଏମ୍ ସି ଥୋମାସ, ଟାଟା ଷ୍ଟିଲ ଭୁବନେଶ୍ୱରର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଶ୍ରୀ ମଣିକାନ୍ତ ନାୟକ ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଜାନୁଆରୀ ୧୮ରୁ ୨୩ ମଧ୍ୟରେ ଏମ୍ଇଏମ୍ସି ସପ୍ତାହ ପାଳନ ଅବସରରେ ବିଭିନ୍ନ ମାଇନ୍ସର ସଦସ୍ୟଙ୍କୁ ନେଇ ଆଇବିଏମ୍ ଦ୍ୱାରା ଗଠିତ ପରିଦର୍ଶକ ଦଳ ୭୦ଟି ଖଣି ବୁଲି ଦେଖିବା ସହ ବନୀକରଣ, ବିର୍ଜ୍ୟବସ୍ତୁ ପରିଚାଳନା, ଉପର ମୃତ୍ତିକା ସଂରକ୍ଷଣ, ପତିତ ଜମିର ପୁନରଦ୍ଧାର ଓ ବ୍ୟବହାର ଉପଯୋଗୀ କରିବା, ନିମ୍ନସ୍ତରର ଖଣିଜ ପରିଚାଳନା, ସଂସ୍ଥାପନ ଓ କ୍ରସିଂ, ବାୟୁ ଗୁଣବତ୍ତା ପରିଚାଳନା, ସେଡିମେଣ୍ଟେସନ୍ ଓ ଜଳ ପରିଚାଳନା ଓ ସୌନ୍ଦର୍ଯ୍ୟବୃଦ୍ଧି ଭଳି ମେକାନିକାଲ ବେନିଫିସିଏସନ୍ର ବ୍ୟବହାର ଦିଗରେ ଖଣିମାନଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହି ପୁରସ୍କାର ପାଇଁ ଚୟନ କରାଯାଇଛି ।

Share in top social networks!