ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ନାଲ୍‌କୋ ଅଧ୍ୟକ୍ଷ

pmnalcoନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନାଲ୍‌କୋର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ ରବିବାର ସକାଳେ ରାଜଭବନ ଠାରେ ସାକ୍ଷାତ କରି ନାଲ୍‌କୋ ସମୂଦାୟ ଏବଂ ଭୁବନେଶ୍ୱରର ସମସ୍ତ ଶିଳ୍ପାନୁଷ୍ଠାନ ପକ୍ଷରୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ, ଶ୍ରୀ ଚାନ୍ଦ, ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଦ୍ୱାରା ରଚିତ ‘ଆଲୁମିନିୟମ୍‌ : ଦି ଷ୍ଟ୍ରାଟେଜିକ୍‌ ମେଟାଲ୍‌’ ପୁସ୍ତକ ଉପହାର ଦେଇଥିଲେ । ଏହି ପୁସ୍ତକଟି ଜାନୁୟାରୀ ୬ ତାରିଖରେ ଭାରତ ସରକାରଙ୍କ ମୁଖ୍ୟ ସତର୍କତା କମିଶନର୍‌ଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ମ୍ୟାନେଜ୍‌ମେଣ୍ଟ୍‌ (ଆଇଆଇଏମ୍‌), ଅହମ୍ମଦାବାଦର ପ୍ରଫେସର୍‌ ଡକ୍ଟର୍‌ ଆବ୍ରାହାମ କୋଶୀ ଏହି ପୁସ୍ତକର ସମୀକ୍ଷା କରି ଏହାର ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଆଲୁମିନିୟମ୍‌ ଶିଳ୍ପର ବିଭିନ୍ନ କ୍ଷେତ୍ର ସମ୍ପର୍କରେ ଇଞ୍ଜିନିୟର୍‌, ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ତଥା ବୁଦ୍ଧିଜୀବୀଙ୍କ ପାଇଁ ସମସ୍ତ ପ୍ରକାର ସୂଚନା ସମ୍ବଳିତ ଏକ ସ୍ୱୟଂସମ୍ପୂର୍ଣ୍ଣ ଉସô ବୋଲି ବର୍ଣ୍ଣନା କରିଥିଲେ । ଏତଦ୍‌ବ୍ୟତୀତ, ପରିବେଶ ସୁରକ୍ଷା ଦିଗରେ ଆଲୁମିନିୟମ୍‌ର ବ୍ୟବହାରକୁ ପ୍ରୋସôାହିତ କରିବା ଏହି ପୁସ୍ତକଟିର ମୁଖ୍ୟ ଉଦେ୍ଦଶ୍ୟ । ସଂପ୍ରତି, ସ୍ମାର୍ଟ୍‌ ସିଟୀ ପରିକଳ୍ପନା ରୂପାୟିତ ହେବାକୁ ଯାଉଥିବା ବେଳେ ସ୍ମାର୍ଟ୍‌ ସିଟୀକୁ ଗ୍ରୀନ୍‌ ସିଟୀରେ ରୂପାନ୍ତରିତ କରିବାରେ ଆଲୁମିନିୟମ୍‌ର ଭୂମିକା ପ୍ରତି ଲେଖକ ଜନସାଧାରଣଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଏଥି ସହିତ, ପରିବହନ କ୍ଷମତାକୁ ୩ ଗୁଣ ବୃଦ୍ଧି କରିବା ପାଇଁ ୱାଗନ୍‌ଗୁଡ଼ିକର ନିର୍ମାଣରେ ଆଲୁମିନିୟମ୍‌ ବ୍ୟବହାର କରିବା, ଖାଦ୍ୟ, ପାନୀୟ ଓ ପ୍ୟାକେଜିଂ ଉଦ୍ୟୋଗରେ ଆଲୁମିନିୟମ୍‌ର ଅଧିକରୁ ଅଧିକ ବ୍ୟବହାର କରିବା ପାଇଁ ଏହି ପୁସ୍ତକ ମାଧ୍ୟମରେ ଲେଖକ ପରାମର୍ଶ ଦେଇଛନ୍ତି ।

ଏହା ଦ୍ୱାରା ଭାରତରେ ମୁଣ୍ଡ ପିଛା ଆଲୁମିନିୟମ୍‌ ବ୍ୟବହାର ପରିମାଣ ବୃଦ୍ଧି ପାଇପାରିବ । ବର୍ତ୍ତମାନ, ବିଶ୍ୱରେ ମୁଣ୍ଡ ପିଛା ଆଲୁମିନିୟମ୍‌ ବ୍ୟବହାର ପରିମାଣ ୮ କିଲୋଗ୍ରାମ ଥିବା ବେଳେ ଭାରତରେ ଏହା ମାତ୍ର ୨ କିଲୋଗ୍ରାମ ଅଟେ । ଅତି କମ୍‌ ସମୟ ମଧ୍ୟରେ ଏତେ ମୂଲ୍ୟବାନ ତଥ୍ୟ ସମ୍ବଳିତ ପୁସ୍ତକ ରଚନା କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଲେଖକଙ୍କୁ ପ୍ରଶଂସା କରିଥିଲେ ।

ଶ୍ରୀ ଚାନ୍ଦ, ଏହି ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ନାଲ୍‌କୋର ବିଭିନ୍ନ ନୂତନ ପ୍ରକଳ୍ପ ଏବଂ ସଂପ୍ରସାରଣ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନାଲ୍‌କୋକୁ ଭାରତ ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତା ପାଇଁ ଶ୍ରୀ ଚାନ୍ଦ କୃତଜ୍ଞତା ପ୍ରକାଶ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଦେଶର ଅନ୍ୟତମ ଅଗ୍ରଣୀ ବୈଦେଶିକ ମୂଦ୍ରା ଅର୍ଜ୍ଜନକାରୀ ଭାବେ ପରିଗଣିତ ନବରତ୍ନ ଉଦ୍ୟୋଗ ନାଲ୍‌କୋ, ନିକଟରେ ଏହାର ନୂତନ ବ୍ୟବସାୟିକ ମଡେଲ୍‌ ପ୍ରଣୀତ କରିଛି । କମ୍ପାନୀର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଚାନ୍ଦ ନାଲ୍‌କୋର ଭାବମୂର୍ତ୍ତି ପରିବର୍ତ୍ତନ, ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ତଥା କୋଇଲା ଓ ବକ୍ସାଇଟ୍‌ ଖଣି ହାସଲ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

Share in top social networks!