ଓଡିଶା ଗସ୍ତ ସଫଳ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ : ବସନ୍ତ ପଣ୍ଡା

ଏସିଆ ମହାଦେଶର ସର୍ବବୁହତ ତୈଳ ବିଶୋଧାନଗାରକୁ ପାରାଦ୍ୱୀପଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ରାଷ୍ଟ୍ର ଉଦେ୍ଦଶ୍ୟରେ ଲୋକାର୍ପଣ କରିଛନ୍ତି । ଏଥି ସହିତ ଓଡିଶାରୁ ଭାରତର ବିଭିନ୍ନ ଅଂଚଳ ତଥା ପଡୋଶୀ ଶ୍ରୀଲଙ୍କା ଏବଂ ବାଂଲାଦେଶକୁ ତୈଳ ରପ୍ତାନି ହେବ । ୧ ଲକ୍ଷ କୋଟି ଟଙ୍କା ବିନିମୟରେ ନିର୍ମିତ ହୋଇଥିବା ପାରାଦ୍ୱୀପ ରିଫାଇନାରୀ ପ୍ରକଳ୍ପ ଦ୍ୱାରା ୫୦ ହଜାର ନୂତନ ଚାକିରୀ ସୃଷ୍ଟି ହୋଇପାରିବ । ସର୍ବଦା ସନ୍ତୁଳିତ ବିକାଶକୁ ପ୍ରାଧାନ୍ୟ ଦେଉଥିବା ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦୀ ପୂର୍ବ ଭାରତକୁ ଅଗ୍ରାଧିକାର ଦେଇ ଆସିଛନ୍ତି । ବିଶେଷ କରି ଓଡିଶାର ବିକାଶ ପାଇଁ ତତ୍ପରତାର ସହିତ ବିକାଶମୁଳକ କାର୍ଯ୍ୟ କରୁଛନ୍ତି । ଆଗାମୀ ଦିନରେ ମଧ୍ୟ ଏହା ବଳବତ୍ତର ରହିବ ବୋଲି ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡା ଦୃଢ ଆଶା ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ ପୁରୀ ଠାରେ ଦର୍ଶନ କରି ଆଶିର୍ବାଦ ମଧ୍ୟ ନେଇଛନ୍ତି । ବହୁ ପ୍ରତିକ୍ଷିତ ପାରାଦ୍ୱୀପ ତୈଳ ବିଶୋଧାନଗାରକୁ ରାଷ୍ଟ୍ର ଉଦେ୍ଦଶ୍ୟରେ ଲୋକାର୍ପଣ, ନାଇଜର ଉଦ୍ଘାଟନ ଅବସରରେ ଏକ ୨ ଦିନିଆ ଓଡିଶା ଆସିଥିବା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦୀଙ୍କ ସଫଳ ଓଡିଶା ଆଗମନ ପାଇଁ ରାଜ୍ୟ ସଭାପତି ଶ୍ରୀଯୁକ୍ତ ପଣ୍ଡା ପ୍ରଦାନମନ୍ତ୍ରୀଙ୍କୁ କୃତଜ୍ଞତା ଏବଂ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମଗ୍ର ରାଜ୍ୟବାସୀ, ବିଜେପିର କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦୀ ପୁନଃର୍ବାର ଆସନ୍ତା ଫେବୃଆରୀ ୨୧ ତାରିଖ ଦିନ ବରଗଡଠାରେ ବିଶାଳ ଚାଷୀ ସମାବେଶକୁ ସମ୍ବଧୋନ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀଯୁକ୍ତ ପଣ୍ଡା ସୁଚନା ଦେଇଛନ୍ତି ।

Share in top social networks!