କିନ୍ନର ମାନେ ଭିନିତ୍ ଦାସ ପାଇଁ ରାହାଗିରିରେ ଚା ବିକିଲେ

teaaସମସ୍ତେ କୁହନ୍ତି ମଣିଷ ପଣିଆ ହଜିଗଲାଣି । କିନ୍ତୁ ଆଜି ବି ମଣିଷ ପଣିଆ ଦେଖିବାକୁ ମିଳିଛି କିନ୍ନରମାନଙ୍କ କ୍ଷେତ୍ରରେ । ଯାହାର ଉଦାହରଣ ହେଲା ଜାଭିୟର ସ୍କୁଲ୍ରେ ପାଠ ପଢୁଥିବା ୬ ବର୍ଷର ପିଲା ଭିନିତ୍ ଦାସ ଯିଏକି ଖେଳୁଥିବା ସମୟରେ ଘରେ ପଡ଼ିଯାଇ ତାର ମୁଣ୍ଡ ମାଡ଼ ହେବା ଫଳରେ ବ୍ରେନ୍ ହାମରେଜ୍ ହୋଇଯାଇଥିଲା । ସେ ପିଲାଟି ବର୍ତ୍ତମାନ ଆପୋଲ ହସ୍ପିଟାଲରେ କୋମାରେ ଅଛି ।

ଏହି ପିଲାଟିକୁ କୋମାରୁ ମୁକ୍ତି ପାଇଁ ଅର୍ଥର ଆବଶ୍ୟକତା ଥିବାରୁ ତୃତୀୟ ଲିଙ୍ଗି ୱେଲ୍ଫେୟାର ଟ୍ରଷ୍ଟର ସଭାନେତ୍ରୀ ମେଘନା କିନ୍ନର ନେତୃତ୍ୱରେ
ରାହାଗିରି ଦିବସରେ ପଥ·ରୀମାନଙ୍କୁ · ବିକ୍ରି କରି ପାଖାପାଖି ୧୦ ହଜାର ଟଙ୍କା ରୋଜଗାର କରିଛନ୍ତି । ଏହି ଟଙ୍କା ସେ ଭିନିତ୍କୁ ତାର ଚିକିତ୍ସା ଖର୍ଚ୍ଚ ବାବଦରେ ଦେବା ପାଇଁ ସ୍ଥିର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ବିଦୁ୍ୟସ୍ମିତା, ସମ୍ପାଦକ ରାଣୀ କିନ୍ନର, ସାଧନା ମିଶ୍ର, ସିଲା
କିନ୍ନର, ସ୍ନେହା କିନ୍ନର, ସୁଦର୍ଶନ ପୃଷ୍ଟି, ଆଭାରାଣୀ ଚୌଧୁରୀ, ନମ୍ରତା ଚଢା ପ୍ରମୁଖ · ତିଆରି କରି ପଥ·ରୀମାନଙ୍କୁ ବାଣ୍ଟିଥିଲେ ।

Share in top social networks!