ଯୋଗ ଓ ଜୀବନ ସଂଚାଳନା ଶୈଳୀ ଆଧାରିତ ଆନ୍ତର୍ଜାତୀୟ ସମ୍ମିଳନୀ

rahagiriiଉକ୍ରଳ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସ୍ନାତକୋତ୍ତର ସଂସ୍କୃତ ବିଭାଗ ଆନୁକୂଲ୍ୟରେ ଦୁଇଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହାର ଉଦ୍ଘାଟନ ସମ୍ମିଳନୀରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଅଶୋକ କୁମାର ଦାସଙ୍କ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂପ୍ରତିକ ଜୀବନରେ ଯୋଗର ଆବଶ୍ୟକତା ଉପରେ ଗୁରୁତ୍ତ୍ୱାରୋପ କରିଥିଲେ । ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ, ତିରୁପତିର କୁଳପତି ପ୍ର. ହରୋକୃଷ୍ଣ ଶତପଥୀ, ସମ୍ମାନିତ ଅତିଥି ଭାବେ ସର୍ବଭାରତୀୟ ଯୋଗ ସାଧନା ମିଶନ୍, ନୁଆଦିଲ୍ଲୀର ସଭାପତି ସ୍ୱାମୀ ଚିଦାନନ୍ଦ ମହାରାଜ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କଟକର କୁଳପତି ପ୍ର. ନନ୍ଦଲାଲ, ସମମାନିତ ବକ୍ତା- ପ୍ର. ହୁଗୁଏଟ୍ ଆୟମ୍ବର୍ଟି ପ୍ରଭୃତି ଯୋଗ ଦେଇ ବ୍ୟସ୍ତ ବହୁଳ ଜୀବନକୁ ସୁସଂହତ କରିବା ପାଇଁ ଯୋଗ ଏକ ପ୍ରମୁଖ ଅବଲମ୍ବନ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ସ୍ନାତକୋତ୍ତର ସଂସ୍କୃତ ବିଭାଗର ମୁଖ୍ୟ ତଥା ଆଲୋଚନାଚକ୍ରର ସଂଯୋଜକ ଡ. ସୁବାସ ଚନ୍ଦ୍ର ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ଉଦ୍ଘାଟନୀ ସମାବେଶରେ ଅଧ୍ୟକ୍ଷତା କରିଥିଲେ ଉକ୍ରଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ରଂଜନ କୁମାର ବଳ । ଏହି ଅବସରରେ ସଂସ୍କୃତ ବିଭାବ ଦ୍ୱାରା ପ୍ରକାଶିତ ‘ଯୋଗଜ୍ୟୋତି’ ନାମକ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା । ବିଭାଗର ଅଧ୍ୟାପକ ପ୍ରଫେସର ରାଧାମାଧବ ଦାଶ ଧନ୍ୟବାଦ ଅର୍ପଣ କରିଥଲେ ।
ଏହାର ଉଦ୍ୟାପନ ଉତ୍ସବରେ ଆୟୂଷ ବିଭାଗର ନିଦେ୍ର୍ଦଶକ ଶ୍ରୀ ବାସୁଦେବ ବାହିନୀପତି ମୁଖ୍ୟ ଅତିଥିଭାବରେ ଯୋଗ ଦେଇ ସାଂପ୍ରତିକ ସମାଜରେ ଯୋଗର ଆବଶ୍ୟକତା ବିଷୟରେ ଗୁରୁତ୍ତ୍ୱାରୋପ କରିଥିଲେ । ଯୋଗାଭ୍ୟାସ ଦ୍ୱାରା କେବଳ ରୋଗରୁ ଉପଶମ ମିଳିନଥାଏ ବରଂ ଯୋଗ ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହି ଅବସରରେ ବିଭାଗାଧ୍ୟକ୍ଷ ଡ. ସୁବାଷ ଚନ୍ଦ୍ର ଦାଶ ସଭାପତିତ୍ୱ କରିଥିବାବେଳେ ପ୍ର. ଋାଧାମାଧବ ଦାଶ ସମ୍ମାନିତ ଅତିଥି ଏବଂ ପ୍ର. ପ୍ରତିଭା ମଂଜରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରବନ୍ଧ ଉପସ୍ଥାପନ ଅଧିବେଶନରେ ପ୍ରଫେସର ଗୋପାଳକୃଷ୍ଣ ଦାଶ, ଡ. ନିରଞ୍ଜନ ଜେନା, ପ୍ର. ଏଚ୍. ଏମ୍. ମିଶ୍ର, ଡ. ସତ୍ୟନାରାୟଣ ଆଚାର୍ଯ୍ୟ ପ୍ରଭୃତି ସଭାପତିତ୍ୱ କରିଥିଲେ । ଏହି ସମ୍ମିଳନୀରେ ଆମେରିକା, କାନାଡା, ଶ୍ରୀଲଙ୍କା, ମଙ୍ଗୋଲିଆ, ଦକ୍ଷିଣ କୋରିଆ, ବାଲି ଆଦିରୁ ପ୍ରତିନିଧିମାନେ ଯୋଗ ଦେଇ ପ୍ରବନ୍ଧ ଉପସ୍ଥାପନ କରିବା ସହିତ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ।

Share in top social networks!