ପାରାଦୀପ ରିଫାଇନରୀ ଓଡ଼ିଶାର ବିକାଶ ଦୀପ: ମୋଦି

INDMAXXXପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ପାରାଦୀପଠାରେ ଇଣ୍ଡିଆନ୍ ଅଏଲ୍ର ୧୧ତମ ବିଶୋଧନାଗାରକୁ ଜାତି ଉଦେ୍ଦଶ୍ୟରେ ଉତ୍ସର୍ଗ କରିଛନ୍ତି । ‘ବନେ୍ଦ ଉକ୍ରଳ ଜନନୀ’ ଗାନ ସହ ପ୍ରାୟ ଦୁଇ ଲକ୍ଷରୁ ଉଦ୍ଧ୍ୱର୍ ଦର୍ଶକଙ୍କ କରତାଳିର ତାଳେ ତାଳେ ଏହି ଲୋକାର୍ପଣ ଉତ୍ସବ ବେଶ୍ ଉତ୍ସାହଜନକ ଥିଲା ।
ମାନନୀୟ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଲେ, ଅଏଲ୍ ଇଣ୍ଡିଆର ପାରାଦୀପ ରିଫାଇନରୀ କାର୍ଯ୍ୟକ୍ଷମ ହେବା ଦ୍ୱାରା ବିକାଶର ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଏହି ରିଫାଇନରୀ କାର୍ଯ୍ୟକ୍ଷମ ହେବା ଯୋଗୁଁ ରାଜ୍ୟକୁ ୧ ଲକ୍ଷ କୋଟି ଟଙ୍କାର ନିବେଶ ପୁଞ୍ଜି ଆଗମନ ସମ୍ଭବ ହେବ । ପାରାଦୀପ ରିଫାଇନରୀ ହେଉଛି ଓଡ଼ିଶା ପାଇଁ ବିକାଶ ଦୀପ । ଏହି ରିଫଇନରୀ ରାଜ୍ୟର ବିକାଶରେ ଭାଗିଦାର ହେବା ସହ ଯୁବପିଢ଼ିଙ୍କ ପାଇଁ ନୂଆ ଆଶା ସଞ୍ଚାର କରିବ । ଓଡ଼ିଶାର ଲୋକେ ଏହି ରିଫାଇନରୀର ଗୁରୁତ୍ୱ ବିଷୟରେ ଅବଗତ । ବିକାଶର ଏହି ଜୟଯାତ୍ରାକୁ ଅବ୍ୟାହତ ରଖିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ସବୁମତେ ସହଯୋଗ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରକାଶ କରିଛନ୍ତି ।
ଦେଶର ଜନତାଙ୍କ ହିତ ଲାଗି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ନେଇଥିବା ନୂତନ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଦେଶର ଲକ୍ଷ ଲକ୍ଷ ଘରେ ସ୍ୱଚ୍ଛ ଇନ୍ଧନ ପହଞ୍ଚାଇବା ଲକ୍ଷ୍ୟରେ ଅଧିକ ଏଲ୍ପିଜି ଉତ୍ପାଦନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଜାଳେଣି କାଠର ଧୂଅାଁରେ ରୋଷେଇ ଘରେ ଧନ୍ଦି ହେଉଥିବା ମହିଳାଙ୍କ ପାଇଁ ଏଲ୍ପିଜିର ଆବଶ୍ୟକତା ରହିଛି । ପାରାଦୀପ ରିଫାଇନରୀରେ ‘ଇଣ୍ଡମାକ୍ସ’ ସହାୟତାରେ ଆମେ ପ୍ରତ୍ୟେକ ଘରେ ଏଲ୍ପିଜି ପହଞ୍ଚାଇବାକୁ ଚାହୁଁଛୁ, ଆମେ ଏହି ଲକ୍ଷ୍ୟର ନିକଟତର ହେବୁ ବୋଲି ସେ ପ୍ରକାଶ କରିଥିଲେ ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ କହିଲେ, ପାରାଦୀପ ରିଫାଇନରୀ ହେଉଛି ଓଡ଼ିଶାର ଗର୍ବ । ଏହା ଓଡ଼ିଶାର ବିକାଶର ଏକ ପଦଚିହ୍ନ । ପାରାଦୀପରେ ବିଶୋଧନାଗାର ପ୍ରତିଷ୍ଠା କ୍ଷେତ୍ରରେ ସହାୟତା ଓ ସହଯୋଗ ଲାଗି ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।
କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଧମେନ୍ଦ୍ର ପ୍ରଧାନ କହିଲେ, ପାରାଦୀପ ବନ୍ଦର ହେଉଛି ଓଡ଼ିଶାର ଗର୍ବ ଓ ମହନୀୟତାର ପ୍ରତୀକ । ପାରାଦୀପ ରିଫାଇନରୀ ଆରମ୍ଭ ଯୋଗୁଁ ଏହା ବିକାଶର ଧାରାକୁ ବହୁଗୁଣିତ କରିଛି । ଏହି ପ୍ରକଳ୍ପରେ ସହଯୋଗ ପାଇଁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ।
କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମ୍ ଓଡ଼ିଶା ରାଜ୍ୟ ଏବଂ ସାରା ଭାରତର ବିକାଶ ଏକ ନୂଆ ଧାରା ସୃଷ୍ଟି କରିଥିବା ଏହି ପ୍ରକଳ୍ପରେ ସମସ୍ତ ଭାଗିଦାରଙ୍କୁ ଧନ୍ୟବାଦ ଦେଇଥିଲେ ।
ଉତ୍ସବରେ ମାଣ୍ୟଗଣ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶାର ରାଜ୍ୟପାଳ ଡ. ଏ.ସି. ଜମିର୍ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଶିଳ୍ପ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସମବାୟ ଓ ଅବକାରୀ ମନ୍ତ୍ରୀ ଡ. ଦାମୋଦର ରାଉତ, ଲୋକସଭା ସାଂସଦ କୁଳମଣି ରାଉତ ଏବଂ ରାଜ୍ୟସଭା ସାଂସଦ ରଞ୍ଜିବ ବିଶ୍ୱାଳ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀଲଙ୍କାର ପ୍ରେଟ୍ରାଲିୟମ୍ ସମ୍ପଦ ଉପମନ୍ତ୍ରୀ ଏଚ୍.ଇ. ଆନୋମା ଗାମାଗୋ, ବାଂଲାଦେଶ ପ୍ରଧାମନ୍ତ୍ରୀଙ୍କ ଉପଦେଷ୍ଟା (ଉର୍ଜା, ଶକ୍ତି ଏବଂ ଖଣିଜ ସମ୍ପଦ) ଇଏଚ୍ ଡ. ତଫିକ୍-ଇ-ଏଲାହି ଚୌଧୁରୀ, ବିବି ସ୍ୱତନ୍ତ୍ର ଅତିଥି ଭାବେ ଏହି ଉତ୍ସବରେ ଯୋଗ ଦେଇଥିଲେ ।
ସଚିବ (ପେଟ୍ରୋଲିୟମ୍) କେ.ଡି. ତ୍ରିପାଠୀ, ଇଣ୍ଡିଆନ୍ ଅଏଲ୍ର ଚେୟାରମ୍ୟାନ୍ ବି. ଅଶୋକ, ଇଣ୍ଡିଆନ୍ ଅଏଲ୍ର ନିଦେ୍ର୍ଦଶକ (ବିଶୋଧନାଗାର) ଶ୍ରୀ ସଞ୍ଜିବ ସିଂହ ମଧ୍ୟ ଉପସ୍ଥିତ ଥିଲେ ।
ବିଶୋଧନାଗାର ମୁଖ୍ୟ ୟୁନିଟ୍କୁ ପ୍ରଧାନମନ୍ତ୍ରୀଙ୍କ ପରିଦର୍ଶନ:
ପ୍ରଧାନମନ୍ତ୍ରୀଙ୍କ ଆଗମନ ପରେ ପରେ ତାଙ୍କୁ ବିଶୋଧନାଗରର ମୁଖ୍ୟ ନିୟନ୍ତ୍ରଣ ବ୍ୟବସ୍ଥା (କକ୍ଷ) ନିକଟକୁ ନିଆଯାଇଥିଲା । ଇଣ୍ଡିଆନ୍ ଅଏଲ୍ର ନିଦେ୍ର୍ଦଶକ (ରିଫାଇନରୀ) ସଞ୍ଜିବ ସିଂହ ନିୟନ୍ତ୍ରଣ କକ୍ଷ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଏହି ନିୟନ୍ତ୍ରଣ କକ୍ଷ ଇଣ୍ଡିଆନ୍ ଅଏଲ୍ର ଥିବା ସମସ୍ତ ନିୟନ୍ତ୍ରଣକକ୍ଷ ମଧ୍ୟରେ ସର୍ବବୃହତ୍ । ଏହା ରିଫାଇନରୀର ପ୍ରତ୍ୟେକ ୟୁନିଟ୍କୁ ନିୟନ୍ତ୍ରଣ କରିବା ସହ ୟୁନିଟ୍ଗୁଡ଼ିକୁ ଚାଲୁକରିବା ଓ ବନ୍ଦ କରିବାରେ ସକ୍ଷମ । ଏହା ବିଷ୍ଫୋରଣ ରୋଧକ ଏବଂ ଅଗ୍ନିରୋଧକ ବୋଲି ମଧ୍ୟ ଶ୍ରୀ ସିଂହ ସୂଚନା ଦେଇଥିଲେ ।
ବିଶୋଧନାଗାରରେ ବ୍ୟବହାର କରାଯାଇଥିବା ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳ ‘ଇଣ୍ଡମାକ୍ସ’କୁ ମଧ୍ୟ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ । ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ କ୍ୟାମ୍ପେନ୍ର ଏହା ଏକ ସର୍ବେତ୍ତମ ଝଲକ । ‘ମେକ୍ ଇନ୍ ଇଣ୍ଡିଆ’କୁ ବାସ୍ତବ ଲକ୍ଷ୍ୟରେ ପହଞ୍ଚାଇବା ଉଦେ୍ଦଶ୍ୟରେ ଆମଦାନିର ବିକଳ୍ପ ଭାବେ ଅଗ୍ରଣୀ ତଥା ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ, ସ୍ଥାନୀୟ ପ୍ରତିଭା ଏବଂ ବ୍ୟବସାୟକୁ ବ୍ୟାପକ ଭାବେ ସମର୍ଥନ, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି, ଉତ୍ପାଦନ ଉଦ୍ୟୋଗଗୁଡ଼ିକୁ ସହାୟତା ଏବଂ ଅନ୍ତର୍ନିତ ବିକାଶକୁ ସୁଯୋଗ ଦେବା ସହ ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ଇଣ୍ଡିଆନ୍ ଅଏଲ୍ ନିରବଚ୍ଛିନ୍ନ ନେତୃତ୍ୱ ପାଇଁ ଉଦ୍ୟମ ଜାରି ରଖିଛି ।
ଇଣ୍ଡମାକ୍ସର ‘ମେକ୍ ଇନ୍ ଇଣ୍ଡିଆ’ ଉପକ୍ରମ:
ଦେଶର ପ୍ରମୁଖ ଉର୍ଜା ଉପଲବ୍ଧକାରୀ ତଥା ପ୍ରମୁଖ ଜାତୀୟ ତୈଳ କମ୍ପାନୀ ଭାବେ ଇଣ୍ଡିଆନ୍ ଅଏଲ୍ ଦେଶର ଅଭିବୃଦ୍ଧିଶୀଳ ଅର୍ଥନୀତି ପାଇଁ ଯେକøଣସି ଆହ୍ୱାନକୁ ଗ୍ରହଣ କରି ଅଭିବୃଦ୍ଧି ଓ ବିକାଶରେ ସହାୟକ ହୋଇ ଆସିଛି । ଶକ୍ତିକ୍ଷେତ୍ରରେ ଜଗତୀକରଣ ଲକ୍ଷ୍ୟର ବାସ୍ତବତାକୁ ଆଧାରା କରିଥିବା ଭାରତୀୟ କମ୍ପାନୀ ଇଣ୍ଡିଆନ୍ ଅଏଲ୍ ଗତ ପାଞ୍ଚ ଦଶନ୍ଧି ଧରି ଏହାର ନିଜସ୍ୱ ସାଧୁ ଉପାୟରେ ‘ଇଣ୍ଡିଆନ୍ ମେକ୍’ ଉଦେ୍ଦଶ୍ୟରେ ଏହାର ସମସ୍ତ ଡିଭିଜନ୍ରେ କାର୍ଯ୍ୟ ଜାରି ରଖିଛି । ଆମଦାନୀର ପ୍ରମୁଖ ବିକଳ୍ପ ଭାବେ ଇଣ୍ଡିଆନ୍ ଅଏଲ୍ ବିଶୋଧନ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରକୁ ଗୁରୁତ୍ୱ ଦେଇଆସୁଛି । ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ ଏବଂ ସ୍ଥାନୀୟ ଭାବେ କେମିକାଲ ଓ କାଟାଲିଷ୍ଟ ବିକାଶ କରାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।
ପାରାଦୀପ ରିଫାଇନରୀରେ ମାନନୀୟ ପ୍ରଧାନମନ୍ତ୍ରୀ ‘ମେକ୍ ଇନ୍ ଇଣ୍ଡିଆ’ର ପ୍ରତୀକଧର୍ମୀ ସଂକେତ ତଥା ଇଣ୍ଡିଆନ୍ ଅଏଲ୍ର ଗବେଷଣା ଓ ବିକାଶ (ଆର୍ ଆଣ୍ଡ ବି) ବିଭାଗର ସ୍ୱଦେଶୀ ଜ୍ଞାନକୌଶଳ ଇଣ୍ଡମାକ୍ସ ଟେକ୍ନୋଲୋଜୀକୁ ଉଦ୍ଘାଟନ କରିଛନ୍ତି । ଦେଶରେ ବୃହତ୍ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ଏବଂ ଅର୍ଥନୈତିକ ବିକାଶ ପାଇଁ ଭାରତୀୟ ଦକ୍ଷତା ତଥା ବ୍ୟବସାୟକୁ ପ୍ରୋତ୍ସାହିତ କରି ଭାରତକୁ ବିକାଶର ପରବର୍ତୀ ସୋପାନକୁ ନେଇଯିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉପକ୍ରମକୁ ଏହା ଏକ ଜାତୀୟ ସଲାମ୍ ସଦୃଶ । ଇଣ୍ଡମାକ୍ସ ଟେକ୍ନୋଲୋଜୀ ଏଲ୍ପିଜି ଉତ୍ପାଦନ ବଢ଼ାଇବା, ଏଲ୍ପିଜି ପହଞ୍ଚାଇବା ପକ୍ରିୟାକୁ ଆଗକୁ ବଢ଼ାଇବା, ବିଶେଷ କରି ଗ୍ରାମାଞ୍ଚଳରେ ଏଲ୍ପିଜି ପହଞ୍ଚାଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କୁ ପ୍ରମୁଖ ଉଦେ୍ଦଶ୍ୟକୁ ପୂରଣ କରିପାରିବ । ଏହା ଏଲ୍ପିଜି ଉତ୍ପାଦନକୁ ପ୍ରାୟ ୩୩% ବଢ଼ାଇପାରିବ । ଆଗାମୀ ୩ ବର୍ଷ ମଧ୍ୟରେ ପ୍ରତ୍ୟେକ ଘରେ ରନ୍ଧନ ପାଇଁ ଏଲ୍ପିଜି ଗ୍ୟାସ୍ ପହଞ୍ଚାଇବାର ଲକ୍ଷ୍ୟକୁ ଏହା ସହାୟତା ପ୍ରଦାନ କରିବ । ଏବେ ଦେଶରେ ପ୍ରାୟ ୫୦% ଏଲ୍ପିଜି ଆମଦାନୀ କରାଯାଉଛି ।
‘ଗିଭ୍ ବ୍ୟାକ୍’ ଉପଭୋକ୍ତାଙ୍କୁ ଘରୋଇ ଏଲ୍ପିଜି ସଂଯୋଗ:
ମାନନୀୟ ପ୍ରଧାନମନ୍ତ୍ରୀ ତିନି ଜଣ ବିପିଏଲ୍ ପରିବାରର ଗୃହକର୍ତ୍ତା (ଶ୍ରୀମତୀ କୁଲଣା, ଶ୍ରୀମତୀ ସଞ୍ଜୁକ୍ତା ବେହେରା ଏବଂ ଶ୍ରୀମତୀ ଭାରତୀ ବେହେରା)ଙ୍କୁ ଘରୋଇ ଏଲ୍ପିଜି ସଂଯୋଗ ପ୍ରଦାନ କରିଛନ୍ତି । ଏମାନେ ‘ସରକାରଙ୍କ ‘ଗିଭ୍ ବ୍ୟାକ୍’ ଯୋଜନାରେ ୩ଟି ତୈଳ ବିତରଣ କମ୍ପାନୀ ଇଣ୍ଡିଆନ୍ ଅଏଲ୍, ବିପିସିଏଲ୍ ଏବଂ ଏଚ୍ପିସିଏଲ୍ର ଉପଭୋକ୍ତା ।
ଏଥିସହ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ ବିପିଏଲ୍ ହିତାଧିକାରୀଙ୍କ ପାଇଁ ଅଲଗା କ୍ୟାମ୍ପ ମାଧ୍ୟମରେ ପାରାଦୀପର ୭୫ ଜଣ ଗୃହକର୍ତ୍ତାଙ୍କୁ ଏଲ୍ପିଜି ସଂଯୋଗ କାଗଜପତ୍ର ପ୍ରଦାନ କରିଛନ୍ତି । ସାରା ରାଜ୍ୟରେ ଓଏମ୍ସିର ଏଲ୍ପିଜି ବିତରକମାନେ ପାରାଦୀପ ରିଫାଇନରୀର ଏହି ଲୋକାର୍ପଣ ଅବସରରେ ୨୦୦୦ ‘ଗିଭ୍ ବ୍ୟାକ୍’ ଉପଭୋକ୍ତାଙ୍କୁ ଏଲ୍ପିଜି ସଂଯୋଗ କାଗଜପତ୍ର ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାରେ ତୈଳ କମ୍ପାନୀମାନଙ୍କ ନିକଟରେ ପ୍ରାୟ ୫ ଲକ୍ଷ ‘ଗିଭ୍ ବ୍ୟାକ୍’ ଉପଭୋକ୍ତାଙ୍କ ତାଲିକା ରହିଛି । ‘ଗିଭ୍ ବ୍ୟାକ୍’ କ୍ୟାମ୍ପେନ୍ ଆଧାରରେ ୮୫୦୦୦ ଉପଭୋକ୍ତାଙ୍କୁ ସବ୍ସିଡି ପ୍ରଦାନ କରାଯାଇଛି । ଜାତୀୟସ୍ତର ସହ ସମକକ୍ଷ କରି ୬୦% ଲୋକଙ୍କୁ ଏଲ୍ପିଜି ପ୍ରଦାନ କରିବା ଲାଗି ଓଡ଼ିଶାର ଗ୍ରାମାଞ୍ଚଳ ଜିଲ୍ଲାମାନଙ୍କରେ ଏଲ୍ପିଜି ଉପଲବ୍ଧ କରାଇବାକୁ ଓଏମ୍ସି ଏକ ବ୍ୟାପକ ଯୋଜନା ହାତକୁ ନେଇଛି ।
‘ଗିଭ୍ ବ୍ୟାକ୍’ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଏକ ସ୍ୱତଃ ବ୍ୟବସ୍ଥା । ଏହାଛଡ଼ା ‘ଗିଭ୍ ଇଟ୍ ଅପ୍’ କ୍ୟାମ୍ପେନ୍ ଆରମ୍ଭ କରାଯାଇଛି । ସ୍ୱଚ୍ଛଳ ବର୍ଗର ପରିବାର ସ୍ୱତଃପ୍ରବୃତ ଭାବେ ଏଲ୍ପିଜି ସବ୍ସିଡି ଛାଡ଼ିଦେବା ଦ୍ୱାରା ଏହା ବିପିଏଲ୍ ପରିବାର ପାଇଁ ସହାୟକ ହେବ ।
କାଠ, ଘସି, ନଡ଼ା ଏବଂ କୋଇଲା ଜାଳି ପ୍ରଦୂଷଣରେ ଘାଣ୍ଟି ହେଉଥିବା ବିପିଏଲ୍ ପରିବାରମାନେ ଏହା ଦ୍ୱାରା ଏଲ୍ପିଜି ସଂଯୋଗ ପାଇପାରିବେ । ଏହି ଯୋଜନାରେ ତୈଳ କମ୍ପାନୀମାନେ ସାରା ଭାରତରେ ପ୍ରାୟ ୫୭ ଲକ୍ଷ ‘ଗିଭ୍ ବ୍ୟାକ୍’ ହିତାଧିକାରୀଙ୍କୁ ପଞ୍ଜିକୃତ କରିସାରିଛନ୍ତି ।
ଓଡ଼ିଶା ସରକାରଙ୍କୁ ହାଇଟେକ୍ ଆମ୍ବୁଲାନ୍ସ ପ୍ରଦାନ:
ଇଣ୍ଡିଆନ୍ ଅଏଲ୍ର ପାରାଦୀପ ରିଫାଇନରୀ ଦ୍ୱାରା ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ମାଧ୍ୟମରେ ୫ଟି ହାଇଟେକ୍ ଆମ୍ବୁଲାନ୍ସ ମାନନୀୟ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଛନ୍ତି । କେବଳ ସହରବାସୀଙ୍କୁ ନୁହେଁ, ଅଗମ୍ୟ ମଫସଲ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମଧ୍ୟ ଜୀବନ ରକ୍ଷାକାରୀ ବ୍ୟବସ୍ଥା ଉପଲବ୍ଧ କରାଇବା ଲାଗି ଏହା ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିର ଏକ ଅଂଶବିଶେଷ ।
ଭିନ୍ନକ୍ଷମଙ୍କୁ ସହାୟକ ଉପକରଣ ପ୍ରଦାନ:
ଭିନ୍ନକ୍ଷମ ଗରିବ ବ୍ୟକ୍ତିବିଶେଷଙ୍କୁ ସହାୟକ ଉପକରଣ ପ୍ରଦାନ ଉଦେ୍ଦଶ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀ ୩ ଜଣ ଭିନ୍ନକ୍ଷମଙ୍କୁ ଇଞ୍ଜିନିୟରିଂ ଇଣ୍ଡିଆ ଲିଃ. କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଆଧାରରେ ଆର୍ଟିଫିସିଆଲ୍ ଲିମ୍ବସ୍ ମ୍ୟାନୁଫ୍ୟାକ୍ଚରିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ(ଏଏଲ୍ଆଇଏମ୍ସିଓ)ର ସହଯୋଗରେ ଉପକରଣ ଓ ସହାୟତା ପ୍ରଦାନ କରିଛନ୍ତି । ଏହି ଉପକରଣ ସହାୟତାରେ ଉପରୋକ୍ତ ହିତାଧିକାରୀ ସହଜ ଓ ସରଳ ଭାବେ ସାଧାରଣ ଜୀବନଯାପନ କରିପାରିବେ । ଇଆଇଏଲ୍ ଏଭଳି ଉପକରଣ ବିତରଣ ପାଇଁ ‘ଏଏଲ୍ଆଇଏମ୍ସିଓ’କୁ ଓଡ଼ିଶାର ଭୁବନେଶ୍ୱର, ବଲାଙ୍ଗିର ଓ ପାରାଦୀପ ଏବଂ ଆସାମର ଦିବ୍ରୁଗଡ଼ ଜିଲ୍ଲାରେ ଶିବିର ଆୟୋଜନ ପାଇଁ ସହାୟତା ପ୍ରଦାନ କରୁଛି ।

Share in top social networks!