ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଙ୍ଗଳାଦେଶ ଓ ଶ୍ରୀଲଙ୍କାର ପ୍ରତିନିଧିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

srilankaministerକେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ବଙ୍ଗଳାଦେଶ ଓ ଶ୍ରୀଲଙ୍କାର ଉଚ୍ଚସ୍ତରୀୟ ପ୍ରତିନିଧଦଳ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ବଙ୍ଗଳାଦେଶର ପ୍ରଧାନମନ୍ତ୍ରୀଙ୍କ ଶକ୍ତି ସମ୍ବନ୍ଧୀୟ ପରାମର୍ଶଦାତା ଡ. ତୌଫିକ-ଏ- ଇଲାହୀ ଚୌଧୁରୀ ବୀର
ବିକ୍ରମ ଏବଂ ଶ୍ରୀଲଙ୍କାର ପେଟ୍ରୋଲିମୟ ସମ୍ବଳ ବିକାଶ ଉପମନ୍ତ୍ରୀ ଡ. ଅନୋମା ଗମାଗେଙ୍କ ସହ ତାଙ୍କର
ଏହି ଦ୍ୱିପାକ୍ଷିକ ଆଲୋଚନା ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆମନ୍ତ୍ରଣ କ୍ରମେ ଭାରତର ଦୁଇ ପ୍ରମୁଖ ପଡୋଶୀ
ରାଷ୍ଟ୍ରର ପ୍ରତିନିଧି ମାନେ ରବିବାର ଦିନ ସରକାରୀ ଉଦ୍ୟମରେ ପ୍ରତିଷ୍ଠିତ ହୋଇଥିବା ପାରାଦୀପ ତୈଳ
ବିଶୋଧନାଗାର ରାଷ୍ଟ୍ର ଉଦେ୍ଦଶ୍ୟରେ ସମର୍ପଣ ଉତ୍ସବରେ ଯୋଗ ଦେବେ ।
ବଙ୍ଗଳାଦେଶର ପ୍ରଧାନମନ୍ତ୍ରୀଙ୍କ ଶକ୍ତି ପରାମର୍ଶଦାତାଙ୍କ ସହ ଆଲୋଚନା ସମୟରେ ଏହି ପଡୋଶୀ ରାଷ୍ଟ୍ର
ସହ ଶକ୍ତି କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଶ୍ରୀ ପ୍ରଧାନ
ଦୋହରାଇଥିଲେ । ଭାରତର ତୈଳ କମ୍ପାନୀ ମାନଙ୍କର ବଙ୍ଗଳାଦେଶରେ ପୁଂଜି ବିନିଯୋଗ କାର୍ଯ୍ୟକ୍ରମକୁ
ସମୟବଦ୍ଧ ଯୋଜନା ମାଧ୍ୟମରେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବଙ୍ଗଳାଦେଶର ସହଯୋଗ ଲୋଡିଥିଲେ
ା ପାରାଦୀପ ତୈଳ ବିଶୋଧନାଗାର କାର୍ଯ୍ୟକାରୀ ହେବା ସହ ଭାରତ ବଙ୍ଗଳାଦେଶ ତୈଳ ରପ୍ତାନୀ କରିବା
ପାଇଁ ସମର୍ଥ ହେବ । ଏହି ଅବସରରେ ବଙ୍ଗଳାଦେଶରେ ତୈଳ ବିପଣନ ନେଟବାର୍କ ତିଆରି କରିବା ପାଇଁ
ଭାରତ ଇଚ୍ଛୁକ ବୋଲି ସେ ପ୍ରକାଶ କରିଥିଲେ । ବଙ୍ଗଳାଦେଶ ସୀମା ଦେଇ ଭାରତର ପୂର୍ବୋତର ରାଜ୍ୟ
ମାନଙ୍କୁ ଏଲପିଜି ପାଇପଲାଇନ ସଂଯୋଗ ପାଇଁ ସହଯୋଗ କାମନା କରିଥିଲେ । ବଙ୍ଗଳାଦେଶରେ ତୈଳ
ସନ୍ଧାନ, ତୈଳ ବିଶୋଧନ କାର୍ଯ୍ୟରେ ସାମିଲ ହେବା ପାଇଁ ବଙ୍ଗଳାଦେଶ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ
ା ବଙ୍ଗଳାଦେଶରେ ଚାଲୁଥିବା ଭାରତୀୟ ପ୍ରକଳ୍ପ ଗୁଡିକର କ୍ରିୟାନ୍ୱୟନରେ ବଙ୍ଗଳାଦେଶର ସହଯୋଗ ପାଇଁ
ଧନ୍ୟବାଦ ଦେଇଥିଲେ ।
ଶ୍ରୀଲଙ୍କା ପେଟ୍ରୋଲିୟମ ସମ୍ବଳ ବିକାଶ ଉପ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲାବେଳେ “ଲଙ୍କା-
ଭାରତୀୟ ତୈଳ ନିଗମ ” କାର୍ଯ୍ୟ ପରିସରରେ ବୃଦ୍ଧି ସହ ଏହି ଦେଶରେ ଖୁଚୁରା ତୈଳ ବେପାର ତଥା
ଏଠାରେ ଉଡାଜାହାଜ ଇନ୍ଧନ ଓ ଏଲପିଜି ସଂରକ୍ଷଣ କେନ୍ଦ୍ର ସ୍ଥାପନା ପାଇଁ ଭାରତର ଆଗ୍ରହ ପ୍ରକାଶ
କରିଥିଲେ । “ଲଙ୍କା-ଭାରତୀୟ ତୈଳ ନିଗମ ” ହେଉଛି ଭାରତୀୟ ତୈଳ ନିଗମର ଏକ ସବସିଡିଆରୀ ।
ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କାର ତ୍ରିନକୋମାଳିକୁ ଏକ ଊର୍ଜା କେନ୍ଦ୍ର
ଭାବରେ ବିକଶିତ କରିବାର ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
ଏଥି ପାଇଁ ଯୁଗ୍ମ ଟାସ୍କ ଫୋର୍ସର ବୈଠକ ସହ କାର୍ଯ୍ୟର ସମୀକ୍ଷା ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ସହ
ଶ୍ରୀଲଙ୍କାରେ ତୈଳ ଓ ଗ୍ୟାସ ସନ୍ଧାନ କାର୍ଯ୍ୟରେ ଭାରତର ଯୋଗଦାନର ଇଚ୍ଛା ବ୍ୟକ୍ତ କରିଥିଲେ । ଦୁଇ ଦେଶ
ମଧ୍ୟରେ ହାଇଡ୍ରୋ କାର୍ବନ କ୍ଷେତ୍ରରେ ସହଯୋଗ ଆହୁରି ବଢିବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ ।
ଏହି ଦ୍ୱିପାକ୍ଷିକ ଆଲୋଚନା ସମୟରେ ବଙ୍ଗଳାଦେଶ ଓ ଶ୍ରୀଲଙ୍କାର ତୈଳ ଓ ଗ୍ୟାସ କ୍ଷେତ୍ରର ବରିଷ୍ଠ
ଅଧିକାରୀ ମାନେ ଯୋଗ ଦେଇଥିଲେ । ଭାରତୀୟ ପ୍ରତିନିଧି ଦଳରେ ଶ୍ରୀ ପ୍ରଧାନଙ୍କ ସହ ତୈଳ
ମନ୍ତ୍ରଣାଳୟର ସଚିବ କେ.ଡି. ତ୍ରିପାଠୀ ଓ ମନ୍ତ୍ରଣାଳୟର ଅନ୍ତରରାଷ୍ଟ୍ରୀୟ ସହଯେଗ ଯୁଗ୍ମ ସଚିବ ସଂଜୟ
ସୁଧୀର ଉପସ୍ଥିତ ଥିଲେ ।

Share in top social networks!