ପାରାଦ୍ୱୀପ ତୈଳ ବିଶୋଧନାଗାର: ଶ୍ରେୟଃ କାହାର, ଶ୍ରେୟଃ ମାଗୁଛି କିଏ?

303700_108432172597537_709543189_nଡାକ୍ତର ଦାମୋଦର ରାଉତ
ମନ୍ତ୍ରୀ, ସମବାୟ ଏବଂ ଅବକାରୀ ବିଭାଗ, ଓଡ଼ିଶା ସରକାର

ଭାରତୀୟ ତୈଳ ନିଗମ ଦ୍ୱାରା ପାରାଦ୍ୱୀପଠାରେ ନିର୍ମିତ ତୈଳ ବିଶୋଧନାଗାର ଆସନ୍ତା ୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବାକୁ ଯାଉଛିା ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି, ପାରାଦ୍ୱୀପ ତୈଳ ବିଶୋଧନାଗାର ପ୍ରତିଷ୍ଠା କରିବା ଦିଗରେ ଶ୍ରେୟଃ କିଏ ନେବ? ମୋର ମନେଅଛି ଭାରତୀୟ ତୈଳ ନିଗମରୁ ଉଚ୍ଚ ପଦବୀରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥ#ବା ଜଣେ ଅଭିଜ୍ଞ ଓଡ଼ିଆ ଅଧ#କାରୀ ସ୍ୱର୍ଗତ ଶାକ୍ୟଶ୍ରୀ ମହାପାତ୍ର ୧୯୯୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତବିଜୁ ପଟ୍ଟନାୟକଙ୍କୁ ପାରାଦ୍ୱୀପରେ ଏକ ତୈଳ ବିଶୋଧନାଗାର ପ୍ରତିଷ୍ଠା ପାଇଁ ପ୍ରବର୍ତ୍ତାଇଥ#ଲୋ ଏଥ# ନିମିତ୍ତ ପାରାଦ୍ୱୀପ ସନ୍ନିକଟ ପୂର୍ବ ଉପକୂଳରେ ଏଭଳି ଏକ ପ୍ରକଳ୍ପ
ସ୍ଥାପନ ପାଇଁ ବିପୁଳ ସମ୍ଭାବନା ଥ#ବା ସେ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଏକ ସପଂର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ବହନ କରୁଥ#ବା କାଗଜପତ୍ର ମଧ୍ୟ ବିଜୁବାବୁଙ୍କୁ ଦେଇଥ#ଲୋ ସେ ଆହୁରି ମଧ୍ୟ ଦର୍ଶାଇଥ#ଲେ ଯେ ମହାନଦୀ ବେସିନ୍ରେ ପ୍ରଚୁର ତୈଳ ଗଚ୍ଛିତ ଥ#ବା କାରଣରୁ
ଏହାର ଉତ୍ତୋଳନ ପାଇଁ କାର୍ଯ୍ୟ ଆରମ୍ଭ ହେବା ଉଚିତା ତାଙ୍କର ଯୁକ୍ତି ଏବଂ ଉପସ୍ଥାପନା ବିଜୁବାବୁଙ୍କୁ ଏଭଳି ପ୍ରଭାବିତ କରିଥ#ଲା ଯେ ସେହି ଦିନ ହିଁ ପାରାଦ୍ୱୀପ ତୈଳ ବିଶୋଧନାଗାର ସ୍ଥାପନ ପାଇଁ ସେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବା ସଙ୍ଗେ ସଙ୍ଗେ ତତ୍କାଳୀନ ପ୍ରଧାନମନ୍ତ୍ରୀ
ସ୍ୱର୍ଗତ ନରସିଂହ ରାଓଙ୍କ ସହ ଆଲୋଚନା କରିଥ#ଲୋ ଆବଶ୍ୟକ ପରୀକ୍ଷା ନିରୀକ୍ଷା ପରେ କେନ୍ଦ୍ର ସରକାର ଭାରତୀୟ ତୈଳ ନିଗମକୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥ#ଲୋ ସେହି ବର୍ଷ ଶେଷ ସୁଦ୍ଧା ଏଥ# ନିମନ୍ତେ ୩୦୦୦ ଏକର ଜମି ଅଧ#ଗ୍ରହଣ କରିବା
ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥ#ଲାା

ତେବେ ୧୯୯୫ ମସିହାରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ବଦଳିଗଲାା କେନ୍ଦ୍ରରେ କଂଗ୍ରେସ ସରକାର ପରିବର୍ତ୍ତେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହେବା ବେଳେ ଓଡ଼ିଶାରେ ଜନତା ଦଳ ସରକାର ପରିବର୍ତ୍ତେ କଂଗ୍ରେସ ସରକାର ଗଠିତ ହେଲା ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ହେଲୋ ତେବେ ତୈଳ ବିଶୋଧନାଗାର ପାଇଁ ଜମି ଅଧ#ଗ୍ରହଣ ଚାଲୁରହିଲା ଏବଂ ୧୯୯୮ ସୁଦ୍ଧା ଜମି ଅଧ#ଗ୍ରହଣ କାର୍ଯ୍ୟ ଶେଷ ହେଲାା ମାତ୍ର ଭାରତୀୟ ତୈଳ ନିଗମ କିମ୍ବା କେନ୍ଦ୍ର ସରକାର ତୈଳ
ବିଶୋଧନାଗାର ପ୍ରତିଷ୍ଠା ଦିଗରେ କୌଣସି ଆଗ୍ରହ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିାଁ ୧୯୯୮ରେ ପୁନର୍ବାର ପାର୍ଲାମେଣ୍ଟାରୀ ନିର୍ବାଚନ ହେଲା ଏବଂ ଶ୍ରୀ ଅଟଳ ବିହାରୀଙ୍କ ନେତୃତ୍ୱରେ ଏନ୍ଡିଏ ସରକାର କ୍ଷମତାକୁ ଆସିଲାା ଏନ୍ଡିଏ ସରକାରରେ ଶ୍ରୀ ନବୀନ
ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସାମିଲ ହେଲା ଏବଂ ଶ୍ରୀ ନବୀନ ପଟ୍ଟନାୟକ ଖଣି ଓ ଇସ୍ପାତ୍ ମନ୍ତ୍ରୀ ହେଲୋ ତାଙ୍କ ଉଦ୍ୟମରେ ତୈଳ ବିଶୋଧନାଗାର ପ୍ରତିଷ୍ଠାରେ ଯେଉଁ ସ୍ଥାଣୁତା ଦେଖାଦେଇଥ#ଲା ତାହା ଦୂରୀଭୂତ ହେଲା ଏବଂ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ
ସରକାର ତାଙ୍କର ପୁନଃସମ୍ମତି ଘୋଷଣା କଲୋ ତେବେ ୧୯୯୮ ମସିହା ଅକେଫାବର ମାସରେ ଅଭୂତପୂର୍ବ ମହାବାତ୍ୟା ଯୋଗୁଁ କାର୍ଯ୍ୟ ଆଗେଇ ପାରିଲା ନାହିାଁ ୨୦୦୦ ମସିହା ନିର୍ବାଚନରେ ଓଡ଼ିଶାରେ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ ହେଲା ଏବଂ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ କ୍ରମେ ପୂର୍ବ ପ୍ରତିଶ୍ରୁତି ରକ୍ଷା କରି ପ୍ରଧାନମନ୍ତ୍ରୀ

ଶ୍ରୀ ଅଟଳବିହାରୀ ବାଜପେୟୀ ବିପୁଳ ଆନନ୍ଦ ଓ ଉଲ୍ଲାସ ଭିତରେ ତୈଳ ବିଶୋଧନାଗାର ଭିତ୍ତିପ୍ରସ୍ତର ସ୍ଥାପନ କଲୋ ମାତ୍ର ଏଠାରେ ତୈଳ ବିଶୋଧନାଗାର କାର୍ଯ୍ୟ ପରିବର୍ତ୍ତେ ପାରାଦ୍ୱୀପରୁ ହଳଦିଆ ପାଇପ ଲାଇନ୍ ପ୍ରୋଜେକଫ କରାଗଲାା ପାରାଦ୍ୱୀପ ତୈଳ ବିଶୋଧନାଗାର ପ୍ରତିଷ୍ଠା ସଂପର୍କରେ ଭାରତୀୟ ତୈଳ ନିଗମ ୧୨ ବର୍ଷ ନିମନ୍ତେ ଟିକସ ରିବେଟ୍ ମାଗିଲେ ଏବଂ ଆବଶ୍ୟକ ପଡୁଥ#ବା ବାଲି ଉପରୁ ରୟାଲିଟି ଛାଡ କରିବା ପାଇଁ ସର୍ତ୍ତ ରଖ#ଲୋ ସେତେବେଳର ଅର୍ଥମନ୍ତ୍ରୀ ଶ୍ରୀ ରାମକୃଷ୍ଣ ପଟ୍ଟନାୟକ ବର୍ଷକୁ ୨୦୦୦ କୋଟି ଟଙ୍କାର ଟିକସ ଛାଡ ଲାଗୁ କରିବା ପାଇଁ ଅରାଜି ହେବା ସଙ୍ଗେ ସଙ୍ଗେ ବିପୁଳ ପରିମାଣର ବାଲି ଉଠାଣ ଉପରେ ରୟାଲିଟି ଛାଡ କରିବା ପାଇଁ ମଧ୍ୟ ସମ୍ମତି ଦେଲେ ନାହିାଁ ଏ କନ୍ଦଳ ବେଶ କିଛି ଦିନ ଲାଗି ରହିଲା ଏବଂ ତୈଳ ବିଶୋଧନାଗାର ହେବ କି ନାହିଁ ଭ୍ରୁକୁଞ୍ଚନ ସୃଷ୍ଟି ହେଲାା
କେତେକ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଥ#ଲେ ମଧ୍ୟ ଏହାକୁ ତ୍ୱରାନ୍ୱିତ କରାଗଲା ନାହିଁ ଯାହା ଫଳରେ ୨୦୦୦ ମସିହାରେ ପ୍ରଧାନମନ୍ତ୍ରୀ ଶୁଭ ଦେଲାବେଳେ ୨୦୦୯ ମସିହା ସୁଦ୍ଧା କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥ#ଲା ଏବଂ ସେ ଲକ୍ଷ୍ୟକୁ ୨୦୧୨ ମସିହାକୁ ସଂପ୍ରସାରିତ କରାଗଲାା

ଏଭଳି ଭାବରେ କାର୍ଯ୍ୟ ଚାଲିଥ#ବା ବେଳେ ୨୦୦୪ ମସିହାରେ କେନ୍ଦ୍ରରେ ଡଃ ମନମୋହନ ସିଂହଙ୍କ ନେତୃତ୍ୱରେ ଉପା ସରକାର ଗଠିତ ହେଲା ଏବଂ ଶ୍ରୀ ମଣିଶଙ୍କର ଆୟାର ପଞ୍ଚାୟତିରାଜ ବିଭାଗ ସହିତ ପେଟ୍ରୋଲିୟମ୍ ବିଭାଗର ମନ୍ତ୍ରୀ ହେଲୋ ତାଙ୍କର ୨ ଦିନିଆ ଓଡ଼ିଶା ଗସ୍ତ କାଳରେ ମୁଖ୍ୟମନ୍ତ୍ରୀଙ୍କ ସହ ତୈଳ ବିଶୋଧନାଗାର ସଂପର୍କରେ ବିସ୍ତୃତ ଆଲୋଚନା ହେଲା ଏବଂ ଶ୍ରୀ ଆୟାର ତୈଳ ବିଶୋଧନାଗାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସଙ୍ଗେ ସଙ୍ଗେ ଏହାକୁ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସରେ ପରିବୃଦ୍ଧି କରିବା ପାଇଁ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଇଥ#ଲୋ ଏହିଭଳି ଘଟଣାଚକ୍ରରେ ତୈଳ ବିଶୋଧନାଗାରର ୮୦ ଭାଗରୁ ଅଧ#କ କାର୍ଯ୍ୟ ସମାପନ ହୋଇଥ#ବା ବେଳେ ୨୦୧୪ରେ ନିର୍ବାଚନ ଆସିଲା ଏବଂ ଏବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠିତ ହେଲାା ସୌଭାଗ୍ୟ କ୍ରମେ ଏହି ତୈଳ ବିଶୋଧନାଗାର ଲୋକାର୍ପଣ ଉତ୍ସବ ଆସନ୍ତା ୭ ତାରିଖରେ ସମାପନ ହେବାକୁ ଯାଉଛିା କେନ୍ଦ୍ର ହେଉ କି ରାଜ୍ୟ ହେଉ ସରକାର ଗଠନ ଏକ ନିରନ୍ତର ପ୍ରକ୍ରିୟାା କିନ୍ତୁ
ଆଶ୍ଚର୍ଯ୍ୟର କଥା ଏହି ତୈଳ ବିଶୋଧନାଗାର ପ୍ରତିଷ୍ଠା ପାଇଁ ଶ୍ରେୟଃ କିଏ ନେବ ଏବଂ ଶ୍ରେୟଃ ଦାବି କରୁଛି ଏବଂ ଶ୍ରେୟ କାହାକୁ ଦିଆଯିବା ଉଚିତ ଏଥ# ନେଇ ବିଭିନ୍ନ କ୍ଷେତ୍ରରେ ପ୍ରଶ୍ନ ଉତ୍ଥାପିତ ହେଉଛିା ଅପର ପକ୍ଷରେ ଭାରତୀୟ ଜନତା ପାର୍ଟି ଏହି ଲୋକାର୍ପଣ ଉତ୍ସବକୁ
ଭାରତୀୟ ଜନତା ପାର୍ଟିର ଦଳୀୟ କାର୍ଯ୍ୟକ୍ରମ ଭାବରେ ଉପସ୍ଥାପିତ କରୁଛିା ଏପରିକି ଭାରତୀୟ ତୈଳ ନିଗମର ଚେୟାରମ୍ୟାନଙ୍କ ଦସ୍ତଖତରେ ନିମନ୍ତ୍ରଣ ପତ୍ର ଛପା ହୋଇଥ#ଲେ ମଧ୍ୟ ଏଥ#ରେ ଅତିଥ# ଭାବେ ସ୍ଥାନ ପାଇଥ#ବା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଦିବାସୀ
ଉନ୍ନୟନ ମନ୍ତ୍ରୀ ଶ୍ରୀ ଜୁଆଲ୍ ଓରାମ୍ ଯଥାକ୍ରମେ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେବା ପାଇଁ ବ୍ୟବସ୍ଥା କରାଯାଇଛିା ଏକ ବିବାହ ଉତ୍ସବରେ କନ୍ୟାପିତାଙ୍କ ନିମନ୍ତ୍ରଣ କ୍ରମେ ଉତ୍ସବରେ ଯୋଗଦେଇଥ#ବା ନିମନ୍ତ୍ରିତ ଅତିଥ# କନ୍ୟାପିତା ଓ ତାଙ୍କ ପରିବାରବର୍ଗଙ୍କୁ ସ୍ୱାଗତ କିରବା
ଯେଭଳି ବିଚିତ୍ର ଏବଂ ଜଣେ ଅତିଥ# ନିମନ୍ତ୍ରିତ ଅନ୍ୟ ଅତିଥ# ଏବଂ ଉତ୍ସବ ପାଳୁଥ#ବା ପରିବାରକୁ ଧନ୍ୟବାଦ ଅର୍ପଣ କରିବା ସେହିଭଳି କୌତୁହଳପ୍ରଦା ଶେଷରେ ମାଗି କଲ୍ୟାଣ ଓ ଯାଚି ଓଳଗି ପ୍ରକ୍ରିୟାକୁ ଜନସାଧାରଣ କିଭଳି ଦେଖ#ବେ ତାହା ଜାଣିବାକୁ ବାକି ରହିଲାା ଦେଶର
ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏକତ୍ର ଭବ୍ୟ ସମ୍ବର୍ଦ୍ଧନା ଦେବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ବିପୁଳ ଆୟୋଜନ କରାଯାଇଥ#ବା ବେଳେ ଭାରତୀୟ ଜନତା ପାର୍ଟି ଦେଶର ପ୍ରଧାନମନ୍ତ୍ରୀଙ୍କୁ ବିଜେପି ନେତା ଶ୍ରୀ ନରେନ୍ଦ୍ର ମୋଦି ରୂପେ ଉପସ୍ଥାପନ କେତେଦୂର
ସମୀଚିନ ଓ ଗ୍ରହଣୀୟ ତାହା ସୂଧୀଜନ ଗ୍ରହଣ କରିବୋ ଶ୍ରେୟଃ କାହାର, ଶ୍ରେୟଃ ମାଗୁଛି କିଏ?

Share in top social networks!