ପାଇକ ବିଦ୍ରୋହକୁ ନେଇ ଆଧାରିତ ଫିଲ୍ମ ବକ୍ସି ଜଗବନ୍ଧୁର ମୁଖ୍ୟ ନିଦେ୍ଦଶର୍କ ହୋଇଛନ୍ତି ମନ ମୋହନ ମହାପାତ୍ର

PARIJJAAଦୀର୍ଘ ଏକ ମାସ ଧରି ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ହେବାକୁ ଯାଉଛି । ଦୁଇ ଶହ ତଳର ଓଡିଶାର ଇତିହାସ ତଥା ପାଇକ ବିଦ୍ରୋହକୁ ନେଇ ଆଧାରିତ ଫିଲ୍ମ ବକ୍ସି ଜଗବନ୍ଧୁର ମୁଖ୍ୟ ନିଦେ୍ଦଶର୍କ ହୋଇଛନ୍ତି ମନ ମୋହନ ମହାପାତ୍ର । ଏନେଇ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ଓ ଓଲିଉଡ ସୁପରଷ୍ଟାର ଅନୁଭବ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଶ୍ରୀ ମହାପାତ୍ର ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନୀତ ହୋଇଛନ୍ତି । ନିଦେ୍ର୍ଦଶନା ପାଇଁ ୮ଟି ଜାତୀୟ ପୁରସ୍କାର ହାସଲ କରିଛନ୍ତି । ଘଟି ଯାଇଥିବା ଓଡିଶାର ଅତୀତକୁ ପୁଣି ଥରେ ମନେ ପକାଇବ ଏହି ଫିଲ୍ମ ।

ଏ ନେଇ ପ୍ରଯୋଜକ ତଥା ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ଯାହା କୁହନ୍ତି ‘ଫିଲ୍ମକୁ ଆଗକୁ ବଢେଇ ନେବା ପାଇଁ ସବୁ ମହଲରୁ ଉସôାହ ପ୍ରକାଶ ପାଉଛି । ଏହି ଫିଲ୍ମ ମୋ ପାଇଁ ନୁହେଁ, ବରଂ ୪ କୋଟି ଓଡିଆଙ୍କ ପାଇଁ । ବିଶେଷ କରି ଏହି ଫିଲ୍ମରେ ୧୮୧୭ରେ ହୋଇଥିବା ଓଡିଶାର ପାଇକ ବିଦ୍ରୋହ ବଡ ପରଦାରେ ଆସିବ । ଏଥିରେ ବକ୍ସିଙ୍କ ଜୀବନୀ ଓ ତାଙ୍କ ବୀରତ୍ୱକୁ ଦେଖିପାରିବେ । ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରିଟିଶମାନଙ୍କ ବିରୁଦ୍ଧରେ ଓଡିଆ ପାଇକମାନଙ୍କ ଲଢେଇ ପରଦାରେ ଆସୁଛି । ବିଶେଷକରି ବ୍ରିଟିଶମାନଙ୍କ ବିରୁଦ୍ଧରେ ହୋଇଥିବା ସଂଗ୍ରାମରେ ବକ୍ସି ଜଗବନ୍ଧୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସାରା ଦେଶରେ ଲୋକଲୋଚନକୁ ଆଣିବା ପାଇଁ ଏହା ଏକ ପ୍ରୟାସ’ ।

୨୦୦ବର୍ଷର ଅତୀତର କଥା ତଥା ଖୁରୁଦା ଗଡର ପାଇକ ବିଦ୍ରୋହକୁ ନେଇ ଆଧାରିତ ଫିଲ୍ମକୁ ନେଇ ଶ୍ରୀ ମହାପାତ୍ର ବେଶ୍ ଉସôାହିତ ଅଛନ୍ତି ।

Share in top social networks!