ପୋଲିସ ବିଜେପିର ବରିଷ୍ଟ ନେତା ମାନଙ୍କୁ ଅପମାନିତ କରିଛି

12662729_1677519059131771_1223327226669426959_n12662729_1677519059131771_1223327226669426959_nପାର୍ଟିର ବରିଷ୍ଟ ନେତା ପୂର୍ବତନ ମନ୍ତ୍ର୍ରୀ ଶ୍ରୀ ଯୁକ୍ତ ଜୟନାରାୟଣ ମିଶ୍ର, ସର୍ବଭାରତୀୟ ସଂପାଦକ ଶ୍ରୀ ଯୁକ୍ତ ସୁରେଶ ପୁଜାରୀ, ପୂର୍ବତନ ସାଂସଦ ଶ୍ରୀ ଯୁକ୍ତ ରୁଦ୍ରନାରାୟଣ ପାଣି ଙ୍କୁ କେନ୍ଦ୍ରୀୟ ଜଳ ସଂପଦ ବିଭାଗ ଓ ଗଙ୍ଗା ଉନ୍ନତି କରଣ ମନ୍ତ୍ରୀ ସୁଶ୍ରୀ ଉମା ଭାରତୀ ଙ୍କ କାରକେଡ୍ ରୁ ଭିଡି ଆଣି ତାଙ୍କ ସାଙ୍ଗରେ ଯିବାରେ ବାଧା ସୃଷ୍ଟି କରି ବିଜେପି ନେତା ମାନଙ୍କର ଅପମାନ କରିଛି ବୋଲି ବିଜେପି ର ରାଜ୍ୟ ମୁଖପାତ୍ର ଶ୍ରୀଯୁକ୍ତ ସଜ୍ଜନ ଶର୍ମା ଅଭିଯୋଗ କରିଛନ୍ତି ।
ରାଜ୍ୟ ସରକାରଙ୍କର ତୃତୀୟ ମହଲା ରୁ ସିଧାସଳଖ ଆଦେଶ ଯୋଗୁଁ ଏପରି ଦୁଃସାହସ ପୋଲିସ ଅଧିକାରୀମାନେ କରୁଛନ୍ତି । ମୁଖ୍ୟମନ୍ତ୍ରୀ ସମ୍ବଲପୁର,ବରଗଡ ଜିଲ୍ଲାର ଯେକୌଣସି ସ୍ଥାନକୁ ଗଲେ ଜୟନାରାୟଣ ମିଶ୍ର ଓ ବିଜେପି ସମର୍ଥକଙ୍କୁ ଗିରଫ କରିବାର ପୁରୁଣା ପରମ୍ପରା ରହିଛି । କିନ୍ତୁ ଏବେ ପୋଲିସ ଅସହିଷ୍ଣୁ ହୋଇ ଆଶାଳୀନ ଅଭଦ୍ର ବ୍ୟବହାର କରିବାର ଅପରାଧ କରୁଛି ।
ଜୟନାରାୟଣଙ୍କ ବିରୁଦ୍ଧରେ ମୋକଦ୍ଧମା ତୁରନ୍ତ ପ୍ରତ୍ୟାହାର ନକରାଗଲେ ତାହାର ଉଚିତ ଜବାବ ଦିଆହବ ବୋଲି ଶ୍ରୀଯୁକ୍ତ ଶର୍ମା କହିଛନ୍ତି ।

Share in top social networks!